Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସପ୍ତମଥର କେନ୍ଦ୍ର ବଜେଟ୍ ଉପସ୍ଥାପନା କରିବାରେ ନିର୍ମଳା ହେଲେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ 

Sangram Tripathy
Browse all articles by Sangram Tripathy
·1 year ago·1 min read
ସପ୍ତମଥର କେନ୍ଦ୍ର ବଜେଟ୍ ଉପସ୍ଥାପନା କରିବାରେ  ନିର୍ମଳା ହେଲେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ 


ଅର୍ଗସ ବ୍ୟୁରୋ: ରେକର୍ଡ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଲାଗାତର ସପ୍ତମ ଥର ଲାଗି ବଜେଟ ଉପସ୍ଥାପନ କରିବାରେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ପାଲଟିଛନ୍ତି। ଭାଙ୍ଗିଛନ୍ତି ମୋରାଜୀ ଦେଶାଇଙ୍କ ରେକର୍ଡ,ରଚିଛନ୍ତି ଇତିହାସ। ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ରେ ଆୟ-ବ୍ୟୟର ହିସାବ ରଖିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। 


ମୋରାଜୀ ଦେଶାଇ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ଅର୍ଥମନ୍ତ୍ରୀ ରହିଥିଲେ। ଏହି ସମୟରେ ସେ ସର୍ବାଧିକ ୬ଥର ବଜେଟ୍‌ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଥିଲେ। ୧୯୫୯ ରୁ ୧୯୬୪ ପର୍ଯ୍ୟନ୍ତ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରି ରେକର୍ଡ କରିଥିଲେ। ମାତ୍ର ଦେଶାଇଙ୍କ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି ନିର୍ମଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ରେଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିଲେ। ସେହି ବର୍ଷ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ନିର୍ମଳା ସୀତାରମଣ।

ପୂର୍ବରୁ ୬ଟି ବଜେଟ୍ ସଫଳତାର ସହ ଉପସ୍ଥାପନ କରିଛନ୍ତି ନିର୍ମଳା । ସେଥିରେ ୫ଟି ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ସାମିଲ ହୋଇଥିଲା,ଆଜି ଅର୍ଥମନ୍ତ୍ରୀ ଭାବେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ସପ୍ତମଥର ଲାଗି  ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ,ଫଳରେ ମୋଟ୍ ଉପରେ ୬ଟି ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନା କରି ମଧ୍ୟ ରେକର୍ଡ କରିଛନ୍ତି ସୀତାରମଣ। ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବ୍ରିଫକେସ୍ ଦେଶର ଅର୍ଥନୀତିକୁ ଦେଇଛନ୍ତି ବୁଷ୍ଟର ଡୋଜ୍ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Nirmala was the first Finance Minister of the country to present the seventh Union Budget | Argus News