Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR , ଇସ୍ରୋ ଏବଂ ନାସାର ମିଳିତ ଅଭିଯାନ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR , ଇସ୍ରୋ ଏବଂ ନାସାର ମିଳିତ ଅଭିଯାନ

Key Points

ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR

ଉପଗ୍ରହ GSLV-F16 ଜରିଆରେ ମହାକାଶ ପଠାଗଲା NISAR

ISRO ଏବଂ NASAର ମିଳିତ ବିକଶିତ NISAR

ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ହେବ ସହାୟକ

ଆନ୍ଧ୍ର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା NISAR ଉପଗ୍ରହ । GSLV-F16 ଜରିଆରେ ମହାକାଶ ପଠାଗଲା ନିସାର । ଇସ୍ରୋ ଏବଂ ନାସାର ମିଳିତ ଅଭିଯାନ । ପ୍ରଥମ ଥର ପାଇଁ ନାସା-ଇସ୍ରୋ ସିନ୍ଥେଟିକ୍ ଆପରେଚର ରାଡାର(ନିସାର) ସାଟେଲାଇଟକୁ GSLV-S16 ଜରିଆରେ ମହାକାଶକୁ ପଠାଯାଇଛି । ଜଳବାୟୁ ଓ ବିପର୍ଯ୍ୟୟ ତଥ୍ୟ ହାସଲରେ ଏହା ସହାୟକ ହେବ । ନିସାର ମିଶନର ବଜେଟ୍ ରହିଛି ୧୨ ହଜାର ୫ଶହ କୋଟି ଟଙ୍କା। ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର ରାଡାର ତଥା ନିସାର ସାଟେଲାଇଟ, ନାସା-ଇସ୍ରୋ ସହଭାଗିତାରେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି ବୋଲି ଇସ୍ରୋ ତରଫରୁ କୁହାଯାଇଛି। ପ୍ରତି ୧୨ ଦିନରେ ପୃଥିବୀର ଗୋଟିଏ ଘେରା ବୁଲିବ ଏହି ସାଟେଲାଇଟ୍। ରାତି-ଦିନ ଏବଂ ସବୁ ଋତୁରେ ହାଇରିଜୋଲ୍ୟୁସନର ଡାଟା ପଠାଇବ। ଏହି ସାଟେଲାଇଟ୍ ସମୁଦ୍ର ସ୍ତରର ପରୀକ୍ଷା ନିରୀକ୍ଷା ସହ ଜାହାଜଗୁଡିକୁ ସହଜରେ ଠାବ କରିପାରିବ। ବାତ୍ୟା ଉପରେ ନଜର ରଖିବା ସହ ଜଳ ସମ୍ପଦର ମ୍ୟାପିଂ ମଧ୍ୟ କରି ପାରିବ।


ଏହାରି ମଧ୍ୟରେ ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ, ନିସାର ମିଶନ ପରେ ଆସନ୍ତା ଡିସେମ୍ବରରେ ଇସ୍ରୋର ହ୍ୟୁମାନୋଏଡ ମିଶନ ରହିଛି। ଯେଉଁଥିରେ ରୋବୋଟ୍ ବ୍ୟୋମମିତ୍ରକୁ ମହାକାଶ ପଠାଯିବ । ଏହା ସଫଳରେ ହେଲେ ଆସନ୍ତା ବର୍ଷ ଆଉ ଦୁଇଟି ମାନବବିହୀନ ମିଶନ ଲଞ୍ଚ ହେବ । ସବୁ ପରୀକ୍ଷଣ ପରେ ମାର୍ଚ୍ଚ ୨୦୨୭ରେ ଇସ୍ରୋ ଲଞ୍ଚ କରିବ ଗଗନାୟନ ମିଶନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NISAR, a joint mission of ISRO and NASA, launched from Sriharikota | Argus News