ମହିଳା ଦିବସରେ ନିଜର ଫିଟନେସର ରାଜ୍ କହିଲେ ନୀତା

୬୧ ବର୍ଷ ବୟସରେ ବି ନିଜକୁ ଏମିତି ଫିଟ୍ ରଖିଛନ୍ତି ଦେଶର ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ । ଅନ୍ତର୍ଜାତୀୟ ମହିଳା ଦିବସରେ କହିଛନ୍ତି ନିଜର ଫିଟନେସର ରାଜ୍ । ଅନ୍ୟ ମହିଳାଙ୍କୁ ମଧ୍ୟ ଫିଟ୍ ରହିବାକୁ କରିଛନ୍ତି ଅପିଲ୍ । ତାଙ୍କର କହିବା ହେଲା ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଥାଏ। ସେଥିପାଇଁ ଶରୀରକୁ ପ୍ରାଥମିକତା ଦେବା ଜରୁରୀ । ନିଜର ୱାର୍କଆଉଟ୍ ରୁଟିନ୍ ଜରିଆରେ ସେ ପ୍ରମାଣିତ କରିଛନ୍ତି ବୟସ ଖାଲିମାତ୍ର ଏକ ସଂଖ୍ୟା , ଏହାଠୁ ଅଧିକ କିଛି ନୁହେଁ ।
ଫିଟନେସ୍ ବିଷୟରେ କହିବାକୁ ଯାଇ ନୀତା କହିଛନ୍ତି, ମହିଳାମାନେ ସବୁବେଳେ ନିଜକୁ ଶେଷ ପର୍ଯ୍ୟାୟରେ ରଖିଥାନ୍ତି । ଧିରେ ଧିରେ ଜଣାପଡେ ଆମେ ଶରୀର ଆବଶ୍ୟକତା ଶୁଣିବା ବନ୍ଦ କରିଦେଇଥାଉ । କିନ୍ତୁ ବାସ୍ତବରେ ଯଦି ଆମେ ନିଜର ଶରୀରର ଯତ୍ନ ନିଜେ ନ ନେବା ତେବେ ଆମକୁ ଦେଖିବ କିଏ । ୫୦-୬୦ ବର୍ଷ ବୟସରେ ଶରୀର ଉପରେ ଅଧିକ ଧ୍ୟାନ ଦେବା ଜରୁରୀ। ୩୦ ବର୍ଷ ବୟସ ପରେ ମହିଳାଙ୍କ ଶରୀରର ମାଂଶପେଶୀ ପ୍ରତି ଦଶବର୍ଷରେ ୩-୮ ପ୍ରତିଶତ ପର୍ଯ୍ୟନ୍ତ କମି ଯାଇଥାଏ । ସମୟ ବଢିବା ସହ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ମାଂସପେଶୀ, ହାଡର ଦୃଢତା, ସନ୍ତୁଳନ ଏବଂ ଗତିଶୀଳତା ଏବଂ ଶକ୍ତି କମିବାକୁ ଲାଗିଥାଏ। ଏଥିପାଇଁ ବିଶେଷ କରି ୬୦ ପରେ ଧ୍ୟାନ ଦେବା ଆହୁରି ଜରୁରୀ ହୋଇଥାଏ । ଏଥିପାଇଁ କିଛି ୱାର୍କଆଉଟ୍ ଟିପ୍ ଦେଇଛନ୍ତି ନୀତା ଅମ୍ବାନୀ ।
ୱାର୍କଆଉଟ୍ କେବଳ ଓଜନ ଉଠାଇବାରେ ସୀମିତ ନୁହେଁ ଏହା ଏନର୍ଜି, ଷ୍ଟାମିନା ଏବଂ ନିତିଦିନ କାର୍ଯ୍ୟ ପାଇଁ ଆବଶ୍ୟକ । ତେଣୁ ନିଜ ପାଇଁ ସମୟ ବାହାର କରନ୍ତୁ। ନିଜକୁ ଦିଅନ୍ତୁ ପ୍ରାଥମିକତା ।