ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ; ସଡ଼କରେ ଦୌଡ଼ିଲା ରୋଡ୍ ଟ୍ରେନ୍

Key Points
ଏହି ରୋଡ୍ ଟ୍ରେନ୍ କୌଣସି ସାଧାରଣ ଗାଡ଼ି ନୁହେଁ । ବରଂ ଏଥିରେ ସଂଯୋଗ ହୋଇଛି ଏକାଧିକ ଟ୍ରେଲର୍ ।
ରାସ୍ତାରେ ଦୌଡ଼ିଲା ଟ୍ରେନ୍ । ଆଜ୍ଞା ହଁ ଦେଶରେ ପ୍ରଥମଥର ଲାଗି ଗଡ଼ିଛି ରୋଡ୍ ଟ୍ରେନ୍ । ନାଗପୁରରେ ଭାରତର ପ୍ରଥମ ରୋଡ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ରୋଡ୍ ଟ୍ରେନ୍ କୌଣସି ସାଧାରଣ ଗାଡ଼ି ନୁହେଁ । ବରଂ ଏଥିରେ ସଂଯୋଗ ହୋଇଛି ଏକାଧିକ ଟ୍ରେଲର୍ । ଯାହାକୁ ସ୍ଵତନ୍ତ୍ର ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ବେଳେ ଏହା ଲଜିଷ୍ଟିକ୍ସ ବା ପରିବହନ କ୍ଷେତ୍ରରେ ଆଣିବ ବଡ଼ ପରିବର୍ତ୍ତନ ।
ଏହି ରୋଡ୍ ଟ୍ରେନ୍ ସାହାଯ୍ୟରେ ସାମଗ୍ରୀ ଶୀଘ୍ର, ସୁଲଭ ମୂଲ୍ୟରେ ଓ ସୁରକ୍ଷିତ ଭାବେ ପହଞ୍ଚି ପାରିବ । ଏହି ନୂଆ ତରିକା କେବଳ ପରିବହନକୁ ଗତି ଦେବ ତା ନୁହେଁ ଏହା ଦ୍ଵାରା ତୈଳ ସଞ୍ଚୟ ସହ ପରିବେଶ ସୁରକ୍ଷା ଦିଗରେ ବି ହେବ ସହାୟକ ।
📍Nagpur
Flagged off India's first road train by Volvo Group in Nagpur today, a pioneering innovation that enhances efficiency while promoting sustainability, marking a significant advancement in India’s logistics sector. pic.twitter.com/W5cpDjpWpD
📱 Get Argus News App
✨ଶନିବାର ନାଗପୁରରେ ଭଲଭୋ ଗ୍ରୁପ୍ ଦ୍ଵାରା ନିର୍ମିତ ଦେଶର ପ୍ରଥମ ରୋଡ୍ ଟ୍ରେନ୍କୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ । ଏହି ରୋଡ୍ ଟ୍ରେନ୍କୁ ଲମ୍ବା ବା ଦୀର୍ଘ ପଥ ଯାତ୍ରା ଲାଗି ଡିଜାଇନ୍ କରାଯାଇଛି । ଯାହାଦ୍ଵାରା ଖର୍ଚ୍ଚ କମିବା ସହ ପରିବହନର ସମୟ ହ୍ରାସ ପାଇବ ।
ଏଥିରେ ଏକାଧିକ ଟ୍ରେଲରକୁ ଏକ ଟ୍ରକ୍ ସହ ସଂଯୋଗ କରାଯାଇଛି । ଏଥିରେ ଗୋଟିଏ ଥରରେ ଅଧିକ ସାମଗ୍ରୀ ପରିବହନ କରାଯାଇ ପାରିବ । ସମୟ ସହ ଖର୍ଚ୍ଚ ବଞ୍ଚିବ । ରାସ୍ତା ଉପରେ ଟ୍ରାଫିକ୍ର ଚାପ କମ୍ ରହିବ । ଗଡ଼କରୀଙ୍କ ଅନୁସାରେ, ଏହା ପରିବହନ କ୍ଷେତ୍ରରେ ଏକ ବଡ଼ ବୈପ୍ଲବିକ ପରିବର୍ତ୍ତନ ।
