ଚାଲିଛି ୩୬ ଟି ଗ୍ରୀନ ଏକ୍ସପ୍ରେସ ହାଇଓ୍ୱେ

ଟୋଲ ଟ୍ୟାକ୍ସକୁ ନେଇ କେନ୍ଦ୍ର ସରକାର ଏମିତି ଏକ ପଲିସି ଆଣିବାକୁ ଯାଉଛନ୍ତି ଯାହାକୁ ନେଇ ଟୋଲ ଟ୍ୟାକ୍ସକୁ ଆଉ କେହି ଦେଖାଇ ପାରିବେ ନାହିଁ ଅଙ୍ଗୁଳି। ସମସ୍ତେ ଏହି ପଲିସିରେ ଖୁସି ହୋଇଯିବେ। ଆଜି ମୁମ୍ବାଇରେ ଅନୁଷ୍ଠିତ ବିଜନେଶ ଟୁଡେ ପକ୍ଷରୁ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏମିତି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି।
ସେ ଆହୁରି ମଧ୍ୟ କହିଛନ୍ତି ଆମ ଦେଶରେ ୬୫ ପ୍ରତିଶତ ଲୋକ ଗ୍ରାମାଞ୍ଚଳର। ଯେଉଁମାନଙ୍କର ଅଶେଷ ଯୋଗଦାନ ରହିଛି ଦେଶ ବିକାଶରେ। ଜୈବ ଇନ୍ଧନ ଟେକନୋଲୋଜିକୁ ନେଇ ଦେଶ ଆଗଉଛି। ଦେଶର କୃଷକମାନେ ଏବେ କେବଳ ଅନ୍ନଦାତା ହୋଇ ରହିନାହାନ୍ତି ସେମାନେ ଉର୍ଜ୍ଜାଦାତା ହୋଇଛନ୍ତି।
📱 Get Argus News App
✨ଆଗାମୀ କିଛି ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ୨୦ ପ୍ରତିଶତ ଅଗ୍ରଗତି ହେବ। ଦୁନିଆରେ ଭାରତ ତୃତୀୟ ବୃହତ୍ତ ଅର୍ଥନୀତି ହେବାରେ କୃଷକଙ୍କ ଅବଦାନ ସବୁଠୁ ଅଧିକ ରହିବ। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ବାୟୋଫ୍ୟୁଏଲକୁ ନେଇ ଯେଉଁ ମିଶନ ଆରମ୍ଭ କରିଥିଲି ସେଥିରେ ମୁଁ ସଫଳ ହୋଇଛି। ବର୍ତ୍ତମାନ ଦେଶରେ ୪୦୦୦ ବାୟୋଇଥାନଲ୍ ପ୍ରୋଜେକ୍ଟ ଚାଲୁ ରହିଛି।
ସେହିଭଳି ୨୦୪୭ ମେଗା ପ୍ଲାନକୁ ନେଇ କହିଛନ୍ତି ଏବେ ୫ ଲକ୍ଷ କୋଟିର ପ୍ରକଳ୍ପ ନଜରରେ ରହିଛି। ଦେଶରେ ଏବେ ୩୬ ଟି ଗ୍ରୀନ ଏକ୍ସପ୍ରେସ ହାଇଓ୍ୱେ ପ୍ରୋଜେକ୍ଟ ଚାଲିଛି। ଏହି ପ୍ରୋଜେକ୍ଟ ସରିବା ପରେ ଚେନ୍ନାଇରୁ ମୁମ୍ବାଇ ଲାଗିବ ମାତ୍ର ୨ ଘଣ୍ଟା। ମୁମ୍ବାଇରୁ ବାଙ୍ଗାଲୋର ୬ ଘଣ୍ଟାରେ ପହଞ୍ଚିହେବ। ଚେନ୍ନାଇରୁ ସୁରଟ ହାଇଓ୍ୱେ କାର୍ଯ୍ୟ ମଧ୍ୟ ଜାରି ରହିଛି। ଜମ୍ମୁ-କାଶ୍ମୀରରେ ଗମନାଗମନ ସୁବିଧା ବଢାଇବା ପାଇଁ ୧୦୫ ଟି ଟନେଲ କରାଯାଉଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ହେବ।