Videos
|
National

PoliticalNews / ନିତିନ ନବୀନଙ୍କ ନୂତନ ଟିମ ଘୋଷଣା, ବସୁନ୍ଧରା ରାଜେ ସିନ୍ଧିଆ ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ

Ritu Das
Browse all articles by Ritu Das
·1 hour ago·2 min read
ନିତିନ ନବୀନଙ୍କ ନୂତନ ଟିମ ଘୋଷଣା, ବସୁନ୍ଧରା ରାଜେ ସିନ୍ଧିଆ ଏବଂ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ
India

Key Points

ବିଜେପି ଅଧ୍ୟକ୍ଷ ନିତିନ ନବୀନ ତାଙ୍କ ନୂତନ ଟିମର ଘୋଷଣା କରିଛନ୍ତି
ବିଜେପି ଅଧ୍ୟକ୍ଷ ନିତିନ ନବୀନ ତାଙ୍କ ନୂତନ ଟିମର ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ମହାସଚିବ ପଦ ମିଳିଥିବାବେଳେ ବସୁନ୍ଧରା ରାଜେଙ୍କୁ ଦଳର ଉପାଧ୍ୟକ୍ଷ ଦାୟିତ୍ବ ମିଳିଛି। ଏହି ଟିମରେ ୧୩ ଜଣ ଜାତୀୟ ଉପାଧ୍ୟକ୍ଷଙ୍କ ନାଁ ଘୋଷଣା କରାଯାଇଛି। ଓଡ଼ିଶାରୁ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ମିଳିଲା ଜାତୀୟ ଉପାଧ୍ୟକ୍ଷ ଦାୟିତ୍ବ।



ଦିଲ୍ଲୀରୁ ରାମ ମାଧବ ଓ ଉତ୍ତରାଖଣ୍ଡରୁ ତୀରଥ ସିଂ ରାୱତଙ୍କୁ ମିଳିଛି ସ୍ଥାନ। ଆନ୍ଧ୍ରପ୍ରଦେଶରୁ ଡି ପୁରନ୍ଦେଶ୍ୱରୀ, ପଞ୍ଜାବରୁ ମନପ୍ରୀତ ସିଂ ବାଦଲ ମଧ୍ୟ ନୂଆ ଟିମ୍‌ରେ ସାମିଲ ଅଛନ୍ତି। ପୀୟୂଷ ଗୋୟେଲ ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। 

ବିଏଲ ସନ୍ତୋଷଙ୍କୁ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବରେ ନିଯୁକ୍ତ କରାଯାଇଛି। ଶିବପ୍ରକାଶ ଏବଂ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଭାବରେ ନିଯୁକ୍ତ କରାଯାଇଛି। ବିନୋଦ ତାୱଡେ, ସୁନୀଲ ବଂଶଲ, ବିପ୍ଳବ କୁମାର ଦେବ, ସ୍ମୃତି ଇରାନୀ, ସତୀଶ ପୁନିଆ, ଗଜେନ୍ଦ୍ର ପଟେଲ, ହରିଶ ଦ୍ୱିବେଦୀ ଏବଂ ସଞ୍ଜୟ ଭାଟିଆଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି।

୨୦୨୯ ନିର୍ବାଚନକୁ ଆଖି ଆଗରେ ରଖି ଅଭିଜ୍ଞତା ଓ ନୂଆ ନେତୃତ୍ୱର ସମନ୍ୱୟ ଉପରେ ଗୁରୁତ୍ୱ ଦେଇଛି ବିଜେପି। ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏକ୍ସରେ ପୋଷ୍ଟ କରି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଟିମର ସମସ୍ତ ନବନିଯୁକ୍ତ ପଦାଧିକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ଅଭିଜ୍ଞତା ଏବଂ ଶକ୍ତିରେ ସମୃଦ୍ଧ ଏହି ଦଳ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସଂଗଠନକୁ ନୂତନ ଗତି ପ୍ରଦାନ କରିବ। “ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ସମସ୍ତ ଦଳର ସଦସ୍ୟ, ସେମାନଙ୍କର କର୍ମୀ ଭଳି ମନୋଭାବ ସହିତ, ସଂଗଠନକୁ ଆହୁରି ମଜବୁତ କରିବେ ଏବଂ 'ବିକଶିତ ଭାରତ' ପାଇଁ ସଂକଳ୍ପ ଏବଂ ଜାତୀୟ ସେବାର ଲକ୍ଷ୍ୟକୁ ନୂତନ ଶିଖରରେ ପହଞ୍ଚାଇବେ।“
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories