Nitish Kumar / ନୀତୀଶ ହେବେ ପୁଣି ମୁଖ୍ୟମନ୍ତ୍ରୀ, ବୈଠକରେ ନିଷ୍ପତ୍ତି
·7 months ago·2 min read

Key Points
ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହ
ନୀତୀଶ କୁମାର ପୁଣି ଥରେ ନେବେ ମୁଖ୍ୟମନ୍ତ୍ରୀ ଦାୟିତ୍ବ
ବିଜେପିର ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ବିହାରରେ ଶପଥ ଗ୍ରହଣ ସମାରୋହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ହେବାକୁ ଥିବା ଏହି ଭବ୍ୟ ସମାରୋହରେ ଦୁଇ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ । ତା ପୂର୍ବରୁ ଆଜି ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହେଲେ ସମ୍ରାଟ ଚୌଧୁରୀ । ଆଉ ବିଜୟ ସିହ୍ନା ବିଧାୟକ ଦଳର ଉପନେତା ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀ ମଣ୍ଡଳରେ ଉପ ମୁଖ୍ୟମନ୍ତ୍ରୀ ପଦବୀରେ କୌଣସି ପରିବର୍ତ୍ତନ ହେବ ନାହିଁ ।
ସମ୍ରାଟ ଓ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ କାର୍ଯ୍ୟଭାର ସମ୍ଭାଳିବେ । ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆଜି ଅପରାହ୍ନ ୩ଟା ୩୦ରେ ଏନଡିଏ ବିଧାୟକ ଦଳ ବୈଠକ ହେବ । ନୀତିଶ କୁମାର ଓ ଏନଡିଏ ବିଧାୟକ ଦଳ ନେତା ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ । ଜେଡିୟୁ ବିଧାୟକ ଦଳ ନେତା ନିର୍ବାଚିତ ହେଲେ ନୀତୀଶ କୁମାର ।
ଏଥିସହ ପଢ଼ନ୍ତୁ: ଆସନ୍ତା ୨୦ରେ ବିହାରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ
କାଲି ଦିନ ୧୧ଟା ୩୦ରେ ଶପଥ ନେବେ ନୀତୀଶ କୁମାର । ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ପାଟନା ଗାନ୍ଧି ମୈଦାନରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଏଥିରେ ଉପସ୍ଥିତ ରହିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ସାମିଲ ହେବେ। ଏମାନଙ୍କ ସହ ବିଜେପି ଓ ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ବି ସାମିଲ ହୋଇପାରନ୍ତି।
ଅନ୍ୟପକ୍ଷେ ଜେଡିୟୁରୁ ୧୪ ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି ଏକ ବିଶେଷ ସୂଚନା ମିଳିଛି। ନିର୍ବାଚନରେ ଭାଜପା ୮୯ ଆସନ ଜିତିଥିବା ବେଳେ ଜେଡିୟୁ ୮୫ ଆସନରେ ବିଜୟୀ ହୋଇଥିଲା। ୧୯ ଆସନ ହାସଲ କରିଥିବା ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି (ରାମବିଳାସ)କୁ ୩ ମନ୍ତ୍ରୀ ପଦ ମିଳିପାରେ। ସେହିପରି ଜିତନରାମଙ୍କ ହିନ୍ଦୁସ୍ତାନ ଆଓ୍ବାମ ମୋର୍ଚ୍ଚା ୫ ଆସନ ଏବଂ ଉପେନ୍ଦ୍ର କୁଶଓ୍ବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଯଥାକ୍ରମେ ୫ ଓ ୪ ଆସନ ଜିତିଥିବା ବେଳେ ଉଭୟ ଦଳରୁ ଜଣେ ଲେଖାଏଁ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ପ୍ରତି ୬ ବିଧାୟକରେ ଜଣଙ୍କୁ ମନ୍ତ୍ରୀ କରିବା ପାଇଁ ସୂତ୍ର ସ୍ଥିର ହୋଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories