Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

National

ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

Ritu Das
Browse all articles by Ritu Das
·2 years ago·1 min read
ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର

ଅର୍ଗସ ବ୍ୟୁରୋ: ବଦଳିଲା ବିହାର ସରକାର। ବିହାର ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଶପଥ ନେଇଛନ୍ତି। ବିହାରର ମୁଖ୍ୟମନ୍ତ୍ରୀ ଭାବେ ନବମଥର ପାଇଁ ପୁଣି ଶପଥ ଗ୍ରହଣ କଲେ ନୀତିଶ।  ନୀତିଶ କୁମାର ଆଜି ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିହାରର ରାଜ୍ୟପାଳ ତାଙ୍କୁ ଏହି ଶପଥ ପାଠ କରାଇଛନ୍ତି । ତେବେ ମହାମେଣ୍ଟକୁ ବିଦାୟ ଦେଇ ପୁଣିଥରେ ବିଜେପି ସହ ମିଶିଛନ୍ତି ନୀତିଶ କୁମାର। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) January 28, 2024

ନୀତିଶ କୁମାର ଆଜି ରାଜ୍ୟପାଳଙ୍କୁ ନିଜର ଇସ୍ତଫା ଦେଇଥିଲେ । ଏହାପରେ କିଛି ସମୟ ପରେ ପୁଣିଥରେ ରାଜଭବନ ଗସ୍ତ କରି ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ବିଜେପି ବିଧାୟକଙ୍କ ସମର୍ଥନରେ ସେ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ । ଆଉ ଏହାପରେ ଅପରାହ୍ନ ୫ଟାରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ତେବେ ନୀତିଶଙ୍କ ସହିତ ବିଜେପିର କିଛି ନେତା ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
Nitish Kumar became | Argus News