ମଞ୍ଚରେ ନୀତିଶଙ୍କ କଥା ଶୁଣି, ହସ ରୋକିପାରିଲେନି ମୋଦି
·2 years ago·1 min read

ଅର୍ଗସ ବ୍ୟୁରୋ: ମଞ୍ଚରେ କହିଲେ ନୀତିଶ ହସ ରୋକି ପାରିଲେନି ମୋଦି। ବିହାରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପିଏମ ମୋଦି। ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ପହଞ୍ଚିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ମଞ୍ଚରେ ଉପସ୍ଥିତ ଥିଲେ ଉଭୟ ନେତା। ଏହି ଅବସରରେ ନୀତିଶ କୁମାର କହିଥିଲେ ଯେ ମୁଁ ମଝିରେ ଗାୟବ ହୋଇଯାଇଥିଲି। କିନ୍ତୁ ଏବେ ଆଉ ଏପଟସେପଟ ହେବିନି। ଆପଣଙ୍କ ସହ ହିଁ ରହିବି। ଯାହା ଶୁଣିବା ପରେ ହସ ରୋକିପାରିନଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ତେବେ 2020 ନିର୍ବାଚନରେ ନୀତିଶ ବିଜେପି ସହ ମିଶି ବିହାରରେ ସରକାର ଗଢ଼ିଥିବା ବେଳେ 2022ରେ ସେ NDA ସହ ମେଣ୍ଟ ଭାଙ୍ଗିଥିଲେ। ପରେ RJD ସହ ମିଶି ପୁଣି ସରକାର ଗଢ଼ିଥିଲେ ଯାହା ବେଶି ଦିନ ତିଷ୍ଠି ନଥିଲା। ମାସକ ତଳେ ଏହି ମେଣ୍ଟରୁ ଅଲଗା ହୋଇ ସେ NDAକୁ ଫେରିବା ସହ ଏବେ କୁଆଡ଼େ ଆଉ ଯିବେ ନାହିଁ ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: