Videos
|
National

Nitish Kumar / ବିହାରରେ ଆରମ୍ଭ ହେବ ନୀତିଶ ରାଜ୍, ଆଜି ଶପଥ ଗ୍ରହଣ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ବିହାରରେ ଆରମ୍ଭ ହେବ ନୀତିଶ ରାଜ୍, ଆଜି ଶପଥ ଗ୍ରହଣ

Key Points

ବିହାରରେ ଆରମ୍ଭ ହେବ ନୀତିଶ ରାଜ୍
ଶପଥ ଗ୍ରହଣ ପାଇଁ ସରିଛି ସମସ୍ତ ପ୍ରସ୍ତୁତି
ଆଜି ଶପଥ ନେବେ ନୀତୀଶ କୁମାର
ଆଜି ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର । ପୁଣି ଥରେ ବିହାରରେ ଆରମ୍ଭ ହେବ ନୀତୀଶ ରାଜ। ବୁଧବାର ସେ ନିଜ ପଦରୁ ଇସ୍ତଫା । ଏହାସହ ନୂଆ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ । ଏନଡିଏ ରାଜ୍ୟରେ ଐତିହାସିକ ବିଜୟ ହାସଲ କରିବା ପରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତାଙ୍କ ସହ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଶପଥ ନେବେ ବୋଲି ଜଣାପଡିଛି । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନୀତୀଶ କୁମାର ମଙ୍ଗଳବାର (୧୮ ନଭେମ୍ବର) ବ୍ୟକ୍ତିଗତ ଭାବରେ ଗାନ୍ଧୀ ମୈଦାନ ଗସ୍ତ କରିଥିଲେ।

ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ NDA ୨୦୨ଟି ଆସନ ଜିତିବାରେ ସଫଳ ହୋଇଛି। ବିଜେପି ୮୯ଟି ଆସନ ଜିତି ରାଜ୍ୟରେ ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ୍) ୮୫ଟି ଆସନ ପାଇ ଦଳୀୟ ସଂଖ୍ୟା ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ରହିଛି। ଚିରାଗ ପାସୱାନଙ୍କ ଏଲଜେପି (ଆର) ୧୯ଟି ଆସନ ଜିତିଥିବା ବେଳେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ଏଚଏଏମ) ୫ଟି ଏବଂ ଆରଏଲଏମ ୪ଟି ଆସନ ଜିତିଛି । ଅନ୍ୟପକ୍ଷରେ, ମହାଗଠବନ୍ଧନ ଏକ ବଡ଼ ପରାଜୟ ବରଣ କରିଛି । ଏମଜିବି ମାତ୍ର ୩୫ଟି ଆସନ ଜିତିଛି।

କୁହାଯାଉଚି ଯେ, ବାଚସ୍ପତି ପଦ ବିଜେପିକୁ ଯିବ । ପୂର୍ବରୁ ନୀତିଶ କୁମାରଙ୍କୁ ଜେଡିୟୁ ବିଧାୟକ ଦଳର ନେତା ମନୋନୀତ କରାଯାଇଥିଲା। ବୁଧବାର (୧୯ ନଭେମ୍ବର) ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ ନୀତିଶ କୁମାରଙ୍କୁ ସର୍ବସମ୍ମତିକ୍ରମେ ନେତା ମନୋନୀତ କରାଯାଇଥିଲା। ନୀତିଶ କୁମାର ଆଜି ଦଶମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ବୁଧବାର ଏନଡିଏ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ବିଜେପି ନେତା ସମ୍ରାଟ ଚୌଧୁରୀ ନୀତିଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପି ବିଧାୟକ ଦଳ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ପୁଣି ଥରେ ଦାୟିତ୍ବ ଦେବାକୁ ନିଷ୍ପତ୍ତି ନେଇଛି। ସମ୍ରାଟଙ୍କୁ ବିଜେପି ବିଧାୟକ ଦଳର ନେତା ଏବଂ ବିଜୟ ସିହ୍ନାଙ୍କୁ ଉପନେତା ଭାବରେ ନିର୍ବାଚିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories