Bihar Politics / ଆଜି ପଦରୁ ଇସ୍ତଫା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର
·10 months ago·2 min read

Key Points
ଆଜି ପଦରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସରକାର ଗଠନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ NDA ସହଯୋଗୀ ଦଳର ନେତା।
ବିହାରରେ ନୂଆ ସରକାର ଗଠନ ପାଇଁ କାଉଣ୍ଟଡାଉନ ଆରମ୍ଭ। ଆଜି ପଦରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସରକାର ଗଠନ ପ୍ରକ୍ରିୟା ଆରମ୍ଭ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ NDA ସହଯୋଗୀ ଦଳର ନେତା। ନୂଆଦିଲ୍ଲୀ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି, RLM ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା। କାର୍ଯ୍ୟକାରୀ ହୋଇପାରେ ଛଅ ବିଧାୟକଙ୍କ ପାଇଁ ଗୋଟିଏ ମନ୍ତ୍ରୀପଦ ଫର୍ମୁଲା।
ଏହାସହ ପଢ଼ନ୍ତୁ: ଟିକେଟ୍ କଟିବାରୁ ଡ୍ରେସ୍ ଚିରିଲେ, କାନ୍ଦି କାନ୍ଦି ଭୂଇଁରେ ଗଡ଼ିଲେ; ଏବେ ସତ ହେଲା ଦେଇଥିବା ୨୫ ଆସନ ଅଭିଶାପ
ସରକାର ଗଠନ ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ୩ ଦିନ ମଧ୍ୟରେ ବିହାରରେ ସରକାର ଗଠନ ହେବ। ସୂଚନାନୁଯାୟୀ, ନଭେମ୍ବର ୧୯ କିମ୍ବା ୨୦ ତାରିଖରେ ଶପଥ ଗ୍ରହଣ ଉତ୍ସବ ହୋଇପାରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଲବ୍ଧତା ସ୍ପଷ୍ଟ ହେବାପରେ ଚୂଡ଼ାନ୍ତ ତାରିଖ ସ୍ପଷ୍ଟ ହେବ। ଶପଥ ଗ୍ରହଣ ଉତ୍ସବ ପାଇଁ ପାଟନାର ଗାନ୍ଧୀ ମଇଦାନରେ ଜୋରଦାର ପ୍ରସ୍ତୁତି ଚାଲିଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ଏବଂ ବିଜେପି ନେତୃତ୍ବାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନାନୁଯାୟୀ ନିର୍ବାଚନ କମିସନ ଆଜି ଅଷ୍ଟାଦଶ ବିହାର ବିଧାନସଭା ନିର୍ବାଚନ ଫଳ ଓ ନବନିର୍ବାଚିତ ବିଧାୟକଙ୍କ ତାଲିକା ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ନିକଟରେ ଦାଖଲ କରିଛନ୍ତି। ନୂଆ ବିଧାନସଭା ଗଠନ ହେବାନେଇ ଖୁବ୍ଶୀଘ୍ର ଏକ ବିଜ୍ଞପ୍ତି ଜାରି ହେବ। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଦାୟୀ ସପ୍ତଦଶ ବିଧାନସଭା ଭଙ୍ଗକୁ ଅନୁମୋଦନ ଦେବାପାଇଁ ସୋମବାର କ୍ୟାବିନେଟ୍ ବୈଠକ ଡାକିଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଏନ୍ଡିଏର ସହଯୋଗୀ ଦଳମାନେ ମେଣ୍ଟର ପରବର୍ତ୍ତୀ ନେତା ବାଛିବାପାଇଁ ସେମାନଙ୍କ ବିଧାୟକ ଦଳ ବୈଠକ କରିବେ। ବିଧାୟକ ଦଳ ନେତା ଏହାପରେ ନୂଆ ସରକାର ଗଠନ ନେଇ ରାଜ୍ୟପାଳଙ୍କ ନିକଟରେ ଦାବି କରିବେ।
ଏନ୍ଡିଏ ଅଷ୍ଟାଦଶ ବିଧାନସଭାରେ ସ୍ପଷ୍ଟ ବହୁମତ ପାଇଛି। ବିଜେପି ୮୯ ଆସନ ସହ ଏକକ ବୃହତ୍ତମ ଦଳ ହୋଇଛି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ୮୫ ଆସନ ପାଇଛି। ଅନ୍ୟ ସହଯୋଗୀଙ୍କ ମଧ୍ୟରେ ଏଲ୍ଜେପି (ରାମବିଳାସ)୧୯ ଆସନ, ହାମ୍ ଦଳ ୫, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୪ ଆସନରେ ଜିତିଛି। ଅନ୍ୟପକ୍ଷେ ମହାମେଣ୍ଟକୁ ମାତ୍ର ୩୫ ଆସନ ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାସହ ପଢ଼ନ୍ତୁ: କାହିଁକି ପରିବାର ସହ ସମ୍ପର୍କ ଛିନ୍ନ କଲେ ଲାଲୁଙ୍କ ଝିଅ, ସାମ୍ନାକୁ ଆସିଲା ପ୍ରକୃତ କାରଣ
ବିହାର ନିର୍ବାଚନରେ ମହଗଠବନ୍ଧନର ଶୋଚନୀୟ ପରାଜୟ ପରେ ଲାଲୁ ପରିବାର ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ପରିବାର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଏତେ ବୃଦ୍ଧି ପାଇଲା ଯେ ତେଜସ୍ୱୀ ଯାଦବ ଏବଂ ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ପାରିବାରିକ ବାଦବିବାଦ ସମୟରେ ତେଜସ୍ୱୀ ରୋହିଣୀଙ୍କୁ ତାଚ୍ଛଲ୍ୟ କରି କହିଲେ, "ତୁମେ ବହୁତ ଖୁସି ହେବା ଉଚିତ, ତୁମେ ଯାହା ଚାହୁଁଥିଲ ତାହା ଘଟିଛି ।" ତେଜସ୍ବୀଙ୍କ ଏହି ବୟାନ ପରେ ରୋହିଣୀ କ୍ରୋଧିତ ହୋଇ କହିଥିଲେ ଯେ "ତୁମେ ଯେପରି ପରିବାରର ଝିଅକୁ ଅପମାନ କରୁଛ, ତୁମେ ମୋର ଅଭିଶାପ ପାଇବ।"

Related Topics
Explore more stories