Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

National

ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

Ritu Das
Browse all articles by Ritu Das
·2 years ago·1 min read
ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର

ଅର୍ଗସ ବ୍ୟୁରୋ: ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର । ସୋମବାର ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରିଛନ୍ତି । ବିହାରର ଏନଡିଏ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ଭୋଟ୍ ପଡିଥିବାବେଳେ, ବିରୋଧୀମାନେ କକ୍ଷତ୍ୟାଗ କରିଛନ୍ତି ।

ତେବେ ବିହାରର ଆସ୍ଥା ଭୋଟ୍ ଉପରେ ପ୍ରତିକ୍ରିୟା ରଖି ନୀତିଶ କୁମାର କହିଛନ୍ତି, ଆମେ ବିକାଶର କାମ ଏବଂ ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ । ସମାଜର ପ୍ରତି ବର୍ଗଙ୍କୁ ଆମେ ଧ୍ୟାନ ଦେବୁ । ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ନୀତିଶ କୁମାର । ଏଥିସହିତ ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ହିତ ପାଇଁ କାମ କରୁଛନ୍ତି, ରାଜ୍ୟର ହିତ ପାଇଁ କାମ କରିବେ ।

ସୂଚନାଯୋଗ୍ୟ ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣି ସାମିଲ ହେଇଛନ୍ତି ନୀତିଶ କୁମାର। କିଛି ବର୍ଷ ତଳେ ଯେଉଁ ବିଜେପିକୁ ବାଏ ବାଏ କହି ନୀତିଶ କୁମାର ମହାମେଣ୍ଟରେ ସାମିଲ ହେଇଥିଲେ, ଏବେ ସେହି ବିଜେପି ପାଖକୁ ପୁଣି ରିଟର୍ଣ୍ଣ କରିଛନ୍ତି ନୀତିଶ । ଆଉ ବିହାରରେ ପୁଣି ଆରମ୍ଭ ହେଇଛି ଏନଡିଏ ରାଜ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Education Next Season 5
Sponsored
Nitish Kumar won the | Argus News