Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ

Smruti Parija
Browse all articles by Smruti Parija
·2 years ago·1 min read
ନବମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ

ଅର୍ଗସ ବ୍ୟୁରୋ: ବିଦଳିଲା ବିହାର ସରକାର । ସରକାର ଗଠନ ପାଇଁ ସମର୍ଥନ ପତ୍ର ସହ ପହଞ୍ଚିଛନ୍ତି ନୀତୀଶ । ନୂଆ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ନୀତୀଶ କୁମାର । ଅପରାହ୍ନରେ ଶପଥ ନେବ ନୂଆ ମନ୍ତ୍ରୀମଣ୍ଡଳ । ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର । ନୀତୀଶ କୁମାରଙ୍କ ସମେତ ଶପଥ ନେବେ ୯ ମନ୍ତ୍ରୀ ।  JDU ଓ ବିଜେପିରୁ ୩ ଜଣ ଲେଖାଏଁ ଶପଥ ନେବେ ।  HAMରୁ ଜଣେ ଓ ଜଣେ ସ୍ବାଧୀନ ବିଧାୟକ ନେବେ ଶପଥ । 

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ନୀତୀଶ

ଲାଲୁଙ୍କ ହାତ ଛାଡ଼ି NDAରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି ଇସ୍ତଫାପତ୍ର । ଇଣ୍ଡି ମେଣ୍ଟରୁ ଅଲଗା ହୋଇ NDA ସହ ସରକାର ଗଠନ କରିବେ ନୀତୀଶ କୁମାର ।  ରାଜଭବନରୁ ବାହାରି ନୀତୀଶ କହିଛନ୍ତି, ସରକାର ଭଙ୍ଗ ପାଇଁ ପ୍ରସ୍ତାବ ଦେଇସାରିଛି । ଦଳର ନିଷ୍ପତ୍ତି ପରେ ମୁଁ ଇସ୍ତଫା ପତ୍ର ଦେଇଛି । ମେଣ୍ଟରେ କୌଣସି କାମ ହେଉନଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇସ୍ତଫା ପରେ ନୀତୀଶଙ୍କ ପ୍ରତିକ୍ରିୟା, ଆମେ ନୂଆ ମେଣ୍ଟ ସହ ସରକାର ଗଢିବୁ

ନୂଆ ମେଣ୍ଟରେ ଆମେ ସରକାର ଗଠନ କରିବୁ ବୋଲି କହିଛନ୍ତି ନୀତୀଶ । ସେହିପରି ପାଟନାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜେଡିୟୁକୁ ସମର୍ଥନ ନେଇ ନିଷ୍ପତ୍ତି ହୋଇଛି । ସମ୍ରାଟ ଚୌଧୁରୀ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି । ବିଜୟ ସିହ୍ନା ହୋଇଛନ୍ତି ବିଜେପି ବିଧାୟକ ଦଳ ଉପନେତା । ବିଜେପିରୁ ୨ ଉପମୁଖ୍ୟମନ୍ତ୍ରୀ ହେବା ନେଇ ସୂଚନା ଦିଆଯାଇଛି । 

Sponsored
Nitish to be the Chief Minister of Bihar for the ninth time | Argus News