ନୂଆ ସରକାର ଗଠନ ପାଇଁ ନୀତିଶଙ୍କ ଦାବି

ଅର୍ଗସ ବ୍ୟୁରୋ: ନୂଆ ସରକାର ଗଠନ ପାଇଁ ଦାବି ଜଣାଇଲେ ନୀତିଶ କୁମାର । ରାଜ୍ୟପାଳଙ୍କୁ ଭେଟି ନୂଆ ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ଏହା ସହ ରାଜ୍ୟପାଳଙ୍କୁ NDAର ସମର୍ଥନ ପତ୍ର ଦେଲେ ନୀତିଶ । ୧୨୮ ବିଧାୟକଙ୍କ ସମର୍ଥନ ପତ୍ର ଦେଲେ ନୀତୀଶ କୁମାର । ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଭାବେ ନବମ ଥର ଶପଥ ନେବେ ନୀତୀଶ କୁମାର ।
ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି HAMରୁ ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ଆଜି ଶପଥ ନେବେ। ସେହିପରି ନୀତୀଶଙ୍କ ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବିଧାୟକ ଦଳ ନେତା ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।
ଆଜି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଇସ୍ତଫା ଦେଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ଆଜି ସେ ଇସ୍ତଫା ଦେଇଥିଲେ। ନୀତୀଶଙ୍କ ଇସ୍ତଫା ପରେ ମହାମେଣ୍ଟକୁ ଲାଗିଛି ମହା ଝଟକା। କଂଗ୍ରେସ ଓ RJD ସହ ଦେଢ଼ ବର୍ଷର ସମ୍ପର୍କକୁ ଛିନ୍ନ କରି ନୂଆ ମେଣ୍ଟ ଆଡ଼କୁ ବଢ଼ିବା ନେଇ ଇସାରା ଦେଇଛନ୍ତି ନୀତୀଶ।
📱 Get Argus News App
✨ଇସ୍ତଫା ଦେବା ପରେ ନିଜ ପ୍ରତିକ୍ରିୟାରେ ନୀତୀଶ କହିଛନ୍ତି, ଦେଢ଼ ବର୍ଷର ମେଣ୍ଟରେ କିଛି ସ୍ଥିତି ଠିକ୍ ଲାଗିଲାନି। ଏବେ ନୂଆ ମେଣ୍ଟ ସହ ଆଗକୁ ବଢ଼ିବା ସମୟ ଆସିଛି। ନୂଆ ମେଣ୍ଟ ସମ୍ପର୍କରେ ଦଳର ନେତାଙ୍କ ସହ ଆଲୋଚନା ହେବ। ସବୁ ନିଷ୍ପତ୍ତି ହେବା ପରେ ସରକାର ଗଢ଼ିବା ନେଇ ବାଟ ଫିଟିବ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର