Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧରାପଡ଼ିଲା ଜଷ୍ଟିନ୍ ଟ୍ରୁଡୋଙ୍କ ମିଛ: ନିଜ୍ଜର ହତ୍ୟାରେ ଭାରତର ଲିଙ୍କ୍‌ ନଥିବା କାନାଡ଼ାର ରିପୋର୍ଟରେ ଉଲ୍ଲେଖ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଧରାପଡ଼ିଲା ଜଷ୍ଟିନ୍ ଟ୍ରୁଡୋଙ୍କ ମିଛ: ନିଜ୍ଜର ହତ୍ୟାରେ ଭାରତର ଲିଙ୍କ୍‌ ନଥିବା କାନାଡ଼ାର ରିପୋର୍ଟରେ ଉଲ୍ଲେଖ

Key Points

ନିଜ୍ଜର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ପ୍ରମାଣ ନାହିଁ

ଭାରତକୁ ଦାୟୀ କରିଥିଲେ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ

ଅର୍ଗସ ବ୍ୟୁରୋ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟାରେ ନାହିଁ ଭାରତର ହାତ । ନିଜ୍ଜର ହତ୍ୟାରେ ଭାରତର ସମ୍ପୃକ୍ତି ନେଇ ବି କୌଣସି ପ୍ରମାଣ ନାହିଁ । ବିଦେଶୀ ହସ୍ତକ୍ଷେପ ନେଇ କାନାଡ଼ା ସରକାର ଗଠନ କରିଥିବା ମୈରି ଜୋସି ହଗ୍ ଆୟୋଗ ଏ କଥା କହିଛନ୍ତି ।


ଆୟୋଗଙ୍କ ରିପୋର୍ଟରେ କୁହାଯାଇଛି, ହରଦୀପ ସିଂ ନିଜ୍ଜର ହତ୍ୟାରେ ଭାରତୀୟ ଏଜେନ୍ସିଙ୍କ ସମ୍ପୃକ୍ତି ଥିବା ନେଇ କୌଣସି ପ୍ରମାଣ ନାହିଁ । ତେବେ ରିପୋର୍ଟରେ କାନାଡ଼ାର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ପାଇଁ ଭାରତ, ଋଷ, ଚୀନ ଓ ପାକିସ୍ତାନକୁ ଦାୟୀ କରାଯାଇଛି । ରିପୋର୍ଟରେ କୁହାଯାଇଛି, ଭାରତରେ ନିର୍ବାଚନ ଲାଗି ୩ଟି ରାଜନୈତିକ ଦଳର ପ୍ରାର୍ଥୀଙ୍କୁ ଗୁପ୍ତରେ ଆର୍ଥିକ ସାହାଯ୍ୟ ଦିଆଯାଇଛି । ଏଥିପାଇଁ ପ୍ରକ୍ସି ଏଜେଣ୍ଟଙ୍କ ବ୍ୟବହାର ହୋଇଛି ।


ତେବେ ହସ୍ତକ୍ଷେପ ସମ୍ପର୍କିତ କଥାକୁ ସମ୍ପୂର୍ଣ୍ଣ ଅସ୍ଵୀକାର କରିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧିର ଜୟସୱାଲ କହିଛନ୍ତି, ବାସ୍ତବତା ହେଉଛି ଭାରତ ନୁହେଁ ବରଂ କାନାଡ଼ା ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟାକୁ ନେଇ ୨୦୨୩ ନଭେମ୍ବରରେ କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋ ସେଠାକାର ସଂସଦରେ ଭାରତକୁ ଦାୟୀ କରିଥିଲେ । କହିଥିଲେ, ନିଜ୍ଜର ହତ୍ୟାରେ ଭାରତୀୟ ଏଜେନ୍ସି ଓ ଲୋକଙ୍କ ସମ୍ପୃକ୍ତି ରହିଛି । ଏପରିକି ଏହାର ପ୍ରମାଣ ତାଙ୍କ ପାଖେ ଥିବା ସେତେବେଳେ କହିଥିଲେ ଟ୍ରୁଡୋ ।


କାନାଡ଼ା ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଏଭଳି ସଙ୍ଗୀନ ଅଭିଯୋଗ ପରେ ଭାରତ ଓ କାନାଡ଼ା ସମ୍ପର୍କରେ ତିକ୍ତତା ଆସିଥିଲା । ଦ୍ଵିପାକ୍ଷିକ ସମ୍ପର୍କ ବି ପ୍ରଭାବିତ ହୋଇଥିଲା । ନୂଆଦିଲ୍ଲୀରେ ଥିବା କାନାଡ଼ାର ୪୧ କୂଟନୀତିଜ୍ଞଙ୍କୁ ଭାରତ ହଟାଇବା ସହ ଭିସା ସେବା ବନ୍ଦ କରିଥିଲା ।

Sponsored
No definitive link of India in Khalistan activist Nijjar's killing Says Canadian report | Argus News