Videos
|
National

Job Quit / ଛୁଟି ନାହିଁ, ୧୫ ମିନିଟରେ ଲଞ୍ଚ: ୧୭ ଲକ୍ଷ ପ୍ୟାକେଜର ଚାକିରି ଛାଡିଲେ ୨୪ ବର୍ଷୀୟ ଯୁବକ

Rashmita Mishra
Browse all articles by Rashmita Mishra
·3 months ago·2 min read
ଛୁଟି ନାହିଁ, ୧୫ ମିନିଟରେ ଲଞ୍ଚ: ୧୭ ଲକ୍ଷ ପ୍ୟାକେଜର ଚାକିରି ଛାଡିଲେ ୨୪ ବର୍ଷୀୟ ଯୁବକ
Job Quit

Key Points

ଅଫିସରେ ଛୁଟି ମିଳିଲାନି ବୋଲି
୧୭ ଲକ୍ଷର ଚାକିରିକୁ ଗୋଇଠା 
ଛୁଟି ନାହିଁ, ୧୫ ମିନିଟରେ ଲଞ୍ଚ: ୧୭ ଲକ୍ଷ ପ୍ୟାକେଜର ଚାକିରି ଛାଡିଲେ ୨୪ ବର୍ଷୀୟ ଯୁବକ

ବର୍ତ୍ତମାନ ମହଙ୍ଗା ଦୁନିଆରେ ଟଙ୍କା ପଛରେ କିଛି ଜଣ ଗୋଡାଉଥିବା ବେଳେ ନିଜର ୧୭ ଲକ୍ଷ ଟଙ୍କିଆ ଚାକିରି ଛାଡିବାକୁ ପଛଘୁଞ୍ଚା ଦେଇନାହାଁନ୍ତି ଦିଲ୍ଲୀ ଆଇଆଇଟିରୁ ପାସ କରିଥିବା ୨୪ ବର୍ଷୀୟ ଯୁବକ ଚିରାଗ ମଦାନ । ଟକ୍ସିସ ୱାର୍କ କଲଚର, ଲିଭ୍କୁ ନେଇ ସମସ୍ୟାକୁ ନେଇ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡିଓ ଅନୁସାରେ, IIIT ଦିଲ୍ଲୀରୁ ସ୍ନାତକ ହାସଲ କରିବା ପରେ, ଚିରାଗ ମଦନା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଯୋଗ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ମାତ୍ର ୨୪ ବର୍ଷ । ତାଙ୍କର ଦରମା ବାର୍ଷିକ ୧୭ ଲକ୍ଷ ଟଙ୍କା । ପ୍ରାରମ୍ଭରେ, ଏହି ଚାକିରି ତାଙ୍କୁ ତାଙ୍କର ଡ୍ରିମ ଜବ୍ ପରି ମନେ ହେଉଥିଲା, କିନ୍ତୁ ଧୀରେ ଧୀରେ ତାଙ୍କର ସ୍ୱପ୍ନ ଭାଙ୍ଗିବାକୁ ଲାଗିଲା ।

Yourbankerchirag ନାମକ ଏକ ଆକାଉଣ୍ଟରୁ ସେୟାର ହୋଇଥିବା ଭିଡିଓରେ ଏତେ ଟଙ୍କାର ଚାକିରି କାହିଁକି ଛାଡିଲେ ସେ ନେଇ ପୂରା ବଖାଣିଛନ୍ତି । ସେ କହିଛନ୍ତି ଚାକିରି ଛାଡିବାର ୨ଟି ବଡ଼ କାରଣ ହେଉଛି କଲଚର ଓ ମିସସେଲ । ସେ ଭାବିଥିଲେ ଯେ ଏକ କର୍ପୋରେଟ୍ ଚାକିରିରେ ୯-୫ କାମ କରିବା ପରେ ତାଙ୍କ ଜୀବନ ସୁଧାରିଯିବ ।

କିନ୍ତୁ ଧୀରେ ଧୀରେ ଏହି ୯-୫ ଚାକିରି କେତେବେଳେ ୯-୭ ହୋଇଗଲା ଚିରାଗ ଜାଣିପାରିନଥିଲେ । ଦିନକୁ ପ୍ରାୟ ୧୫ ଘଣ୍ଟା କାମ କରୁଥିଲେ ବୋଲି କୁହନ୍ତି ଚିରାଗ । ଏପରିକି ତାଙ୍କ ପାଖରେ ମଧ୍ୟାହ୍ନରେ ଖାଇବା ପାଇଁ ମଧ୍ୟ ସମୟ ନଥିଲା । ମାତ୍ର ୧୫ ମିନିଟ ଭିତରେ ଲଞ୍ଚ ସାରିବାକୁ ପଡୁଥିଲା । କେବଳ ସେତିକି ନୁହେଁ ଛୁଟି ନେବାକୁ ମଧ୍ୟ ତାଙ୍କୁ ଅନେକ ଇମେଲ୍ ପଠାଇବାକୁ ପଡୁଥିଲା । ତା'ପରେ ବି ଛୁଟି ମିଳୁନଥିଲା ।

ଚିରାଗ କହିଛନ୍ତି ଯେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କାମ କରିବା ସମୟରେ, ସେ ଗ୍ରାହକମାନଙ୍କୁ କିପରି ବୋକା ବନାଇ ଦିଆଯାଏ ତାହା ଦେଖିଛନ୍ତି । ତାଙ୍କୁ କମ୍ପାନୀ ପକ୍ଷରୁ ଏପରି କିଛି କାମ କରିବାକୁ କୁହାଯାଉଥିଲା, ଯାହାକୁ ସେ କରିବାକୁ ଚାହୁଁ ନଥିଲେ। ସେ ବ୍ୟାଙ୍କିଙ୍ଗ ସେକ୍ଟରେ ଟାର୍ଗେଟ ପ୍ରେସର କଥା ମଧ୍ୟ କହିଛନ୍ତି ।

ପରିଶେଷରେ ଚିରାଗ କୁହନ୍ତି, ଭଲ ଦରମାର ଚାକିରି ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ମାନସିକ ଶାନ୍ତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଯାହାକି ଏ ସେକ୍ଟରରେ କାମ କରି ମୋତେ ମିଳୁନଥିଲା । ଶାନ୍ତି ଏବଂ ସ୍ୱାସ୍ଥ୍ୟ ଯେକୌଣସି ଦରମା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ବୋଲି ଚିରାଗ ଜଣାଇଛନ୍ତି ।

ଚିରାଗଙ୍କ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି । କେତେକ ଏହାକୁ ଏକ ସାହସିକ ଓ ଜ୍ଞାନୀ ନିଷ୍ପତ୍ତି ବୋଲି କହୁଥିବା ବେଳେ କିଛି ଜଣ ଏତେ ବଡ଼ ଦରମାର ଚାକିରି ଛାଡ଼ିବା ରିସ୍କ ବୋଲି କହୁଛନ୍ତି। କିଛି ବ୍ୟବହାରକାରୀ ଚିରାଗଙ୍କ କାହାଣୀ ସହିତ ନିଜକୁ ଯୋଡୁଛନ୍ତି। ଚିରାଗଙ୍କ ପୋଷ୍ଟ ପୁଣି ଥରେ କର୍ପୋରେଟ୍ ଜଗତରେ ୱାର୍କ-ଲାଇଫ ବାଲାନ୍ସ ଉପରେ ପ୍ରଶ୍ନ ଉଠାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Job Quit | 24-Year-Old Quits ₹17 Lakh Job for 15-Minute Lunch Break Life | Argus News