Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡ଼ିବେ ନାହିଁ କୌଣସି ମନ୍ତ୍ରୀ

National

ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡ଼ିବେ ନାହିଁ କୌଣସି ମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·1 min read
ସପ୍ତାହର ପ୍ରଥମ ୪ ଦିନ କାର୍ଯ୍ୟାଳୟ ଛାଡ଼ିବେ ନାହିଁ କୌଣସି ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ମୋଦି ସରକାର ୩.୦ର ଶୁଭାରମ୍ଭ ସହିତ ନୂତନ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଜିତନ ରାମ ମାନଝୀ କହିଛନ୍ତି, ଏଥର ପୂର୍ବ ଅପେକ୍ଷା ଦୃଢ଼ ସଙ୍କଳ୍ପ ନେବାକୁ ପଡ଼ିବ। ଆସନ୍ତା ୫ବର୍ଷ ମଧ୍ୟରେ ଭାରତକୁ ବିଶ୍ବର ତୃତୀୟ ଅର୍ଥନୀତିରେ ଆଣିବାକୁ ପ୍ରଧାନମନ୍ତ୍ରୀ ସ୍ଥିର କରିଛନ୍ତି, ଏଥିପାଇଁ ମନ୍ତ୍ରୀମାନଙ୍କୁ ଟାସ୍କ ଦିଆଯାଇଛି। ମନ୍ତ୍ରୀମାନଙ୍କୁ କୁହାଯାଇଛି ଯେ,ସପ୍ତାହର ପ୍ରଥମ ଚାରି ଦିନରେ କୌଣସି ମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟ ଛାଡ଼ିବେ ନାହିଁ। ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର ମନ୍ତ୍ରୀ କାର୍ଯ୍ୟାଳୟରୁ କୁଆଡେ ଯିବେ ନାହିଁ। ପ୍ରଥମେ ସରକାରୀ କାର୍ଯ୍ୟ କରିବୁ ଏହାପରେ ଆମେ ନିଜ ଅଞ୍ଚଳକୁ ଯିବା।

୭୯ ବର୍ଷୀୟ ଜିତନ ରାମ ମାନଝୀ ମୋଦୀ କ୍ୟାବିନେଟର ସବୁଠୁ ବୟୋଜ୍ୟେଷ୍ଠ ମନ୍ତ୍ରୀ ହୋଇଛନ୍ତି। ମୋଦୀ ସରକାରଙ୍କ ତୃତୀୟ କାର୍ଯ୍ୟାଳୟରେ ମାନଝି କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ବିହାରର ୨୩ତମ ମୁଖ୍ୟମନ୍ତ୍ରୀ ରହିଛନ୍ତି ଏବଂ ହିନ୍ଦୁସ୍ତାନୀ ଆଓ୍ବମ ମୋର୍ଚ୍ଚା (ହମ୍‌)ର ପ୍ରତିଷ୍ଠାତା ସଭାପତି ଅଟନ୍ତି। ଏହାପୂର୍ବରୁ ସେ ନୀତିଶ କୁମାରଙ୍କ କ୍ୟାବିନେଟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଥିଲେ। ସେ ୨୦୨୪ ସାଧାରଣ ନିର୍ବାଚନରେ ଗୟା ଆସନରୁ ଜିତିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No | Argus News