Videos
|
National

ଆଉ ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର

Ritu Das
Browse all articles by Ritu Das
·2 years ago
ଆଉ ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର

ଅର୍ଗସ ବ୍ୟୁରୋ: ବିବାଦଘେରରେ ରହିଥିବା ଆଇଏଏସ ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ ରହିବେ ନାହିଁ। ୟୁପିଏସସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରୋ ହାଜର ହେବାରେ ବି ରୋକ ଲଗାଇଛି। 

ଏହାବ୍ୟତୀତ ଆୟୋଗ ଦ୍ବାରା ସିଏସଇ-୨୦୨୨ ପାଇଁ ତାଙ୍କର ପ୍ରାର୍ଥିପତ୍ର ବାତିଲ କରାଯାଇଛି। ୟୁପିଏସସି କହିଛି ଯେ, ସମସ୍ତ ରେକର୍ଡ ଯାଞ୍ଚ କରିବାପରେ ପୂଜା ସିଏସଇ-୨୦୨୨ ନିୟମ ଉଲ୍ଲଂଘନ କରିଛନ୍ତି। କମିଶନ ଗତ ୧୫ବର୍ଷର ସିଏସଇର ତଥ୍ୟ ସମୀକ୍ଷା କରିଥିଲେ। ଯେଉଁଥିରେ ୧୫ ହଜାରରୁ ଅଧିକ ପ୍ରାର୍ଥୀ ଅନ୍ତର୍ଭୁକ୍ତ ହୋଇଥିଲେ। 

ସୂଚନାଯୋଗ୍ୟ, ପୂଜାଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି। ବୁଧବାର ପୂଜାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଶୁଣାଣି ଦିଲ୍ଲୀ କୋର୍ଟରେ ଅନୁଷ୍ଠିତ ହୋଇଥିଲା। କୋର୍ଟଙ୍କ ଶୁଣାଣି ପରେ ଏହାର ନିଷ୍ପତ୍ତି ସଂରକ୍ଷିତ ରଖିଛି। ଅଗଷ୍ଟ ୧ରେ କୋର୍ଟ ନିଜର ରାୟ ଶୁଣାଇବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

No more | Argus News