Mamata Banerjee vs Humayun Kabir / ମମତାଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ, ହାତରୁ ଖସିଯିବ ମୁସ୍ଲିମ୍ ଭୋଟ !

Key Points
ସଂକଟରେ ପଡ଼ିଲେଣି ମମତା । ପୂର୍ବତନ TMC ନେତା ଦେଲେଣି ଖୋଲା ଧମକ । କହିଲେ ମମତାଙ୍କଠାରୁ ଛଡ଼ାଇନେବି ମୁସଲିମ୍ ଭୋଟ ବ୍ୟାଙ୍କ । ଏଭଳି ଧମକ ଦେଇଛନ୍ତି TMCରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବୀର । ମମତା ଯେଉଁ ମୁସଲିମ୍ ଭୋଟ ବ୍ୟାଙ୍କକୁ ଦୀର୍ଘ ଦିନ ଧରି ଜାବୁଡ଼ି ଧରିଛନ୍ତି, ସେହି ଭୋଟ ବ୍ୟାଙ୍କକୁ ତାଙ୍କଠାରୁ ଛଡ଼ାଇ ନେବେ ବୋଲି ଧମକ ଦେଇଛନ୍ତି ହୁମାୟୁନ୍ । ଗୋଟିଏ ପଟେ ହିନ୍ଦୁ ଭୋଟର ମମତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ବେଳେ ଅନ୍ୟପଟେ ହୁମାୟୁନ୍ଙ୍କ ଏଭଳି ଧମକ ମମତାଙ୍କ ଚିନ୍ତା ବଢ଼ାଇଛି ।
ଇଏ ହେଉଛନ୍ତି ସେହି ହୁମାୟୁନ୍ କବୀର ଯିଏ, ମୁର୍ଶିଦାବାଦରେ ବାବ୍ରୀ ମସ୍ଜିଦ୍ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହଜାର ହଜାର ମୁସଲମାନ । ମୁଣ୍ଡରେ ଇଟା ମୁଣ୍ଡାଇ ଆସିଥିଲେ ନୂଆ ବାବ୍ରୀ ମସ୍ଜିଦ୍ ଗଢ଼ି ତୋଳିବାକୁ, ଯାହାକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଛି ।
୨୦୨୬ରେ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ହୁମାୟୁନ୍ କିଙ୍ଗମେକର ଭାବରେ ଉଭା ହେବେ ବୋଲି କହିଛନ୍ତି। ନିଜର ଏକ ସ୍ବତନ୍ତ୍ର ଦଳ ତିଆରି କରି ସେ ମମତାଙ୍କ ପାଖରୁ ସବୁ ମୁସଲମାନ ଭୋଟକୁ ଛଡାଇ ନେବେ ବୋଲି ଚେତାବନୀ ଦେଇଛନ୍ତି। ଏଭଳି ଚେତାବନୀ ସହ ନିର୍ବାଚନ ପୂର୍ବରୁ ସେ ଦିଦିଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ପଶ୍ଚିମବଙ୍ଗରେ ବାବ୍ରି ମସଜିଦ ନିର୍ମାଣ ନେଇ ଘୋଷଣା କରିବା ପରେ ତାଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ବିବାଦୀୟ ମନ୍ତବ୍ୟ ପାଇଁ ନିଲମ୍ବନ କରାଯାଇଥିଲା।
ହୁମାୟୁନ୍ କବୀର ନିଜକୁ ଏଆଇଏମଆଇର ଅଧ୍ୟକ୍ଷ ତଥା ହାଇଦ୍ରାବଦର ସାଂସଦ ଅସଦୁଦ୍ଦିନ୍ ଓୱେସିଙ୍କ ସହ ତୁଳନା କରିଛନ୍ତି। ସେ ଅସଦୁଦ୍ଦିନ୍ଙ୍କୁ ହାଇଦ୍ରାବର ଓୱେସି ଏବଂ ନିଜକୁ ପଞ୍ଚିମବଙ୍ଗର ଓୱେସି ବୋଲି ସମ୍ବୋଧନ କରିଛନ୍ତି। ଏହାଛଡ଼ା ଅସଦୁଦ୍ଦିନ୍ ଓୱେସି ତାଙ୍କ ସହିତ ଏକ ମେଣ୍ଟ ଗଠନ କରିବାକୁ ରାଜି ହୋଇଛନ୍ତି ବୋଲି ସେ ଦାବି କରିଛନ୍ତି । ତାଙ୍କ କହିବା ମୁତାବକ, "ମୁଁ ଡିସେମ୍ବର ୧୦ ତାରିଖରେ କୋଲକାତା ଯିବି ଏବଂ ଏକ ଦଳୀୟ କମିଟି ଗଠନ କରିବି। ଡିସେମ୍ବର ୨୨ ତାରିଖରେ ମୋର ଲକ୍ଷ ଲକ୍ଷ ସମର୍ଥକଙ୍କ ସହିତ ନୂତନ ଦଳର ଭିତ୍ତିପ୍ରସ୍ତର ସ୍ଥାପନ କରିବି।"
ରିପୋର୍ଟ ଅନୁସାରେ ଓୱେସିଙ୍କ ଦଳ ଏଆଇଏମଆଇଏମ ୨୦୨୧ ବିଧାନସଭା ନିର୍ବାଚନରେ ୭ଟି ଆସନରେ ପ୍ରାର୍ଥୀ ଦେଇଥିଲା । କିନ୍ତୁ କୌଣସି ଆସନରେ ବିଜୟୀ ହୋଇପାରିନଥିଲା। ତେଣୁ ଓୱେସି, ହୁମାୟୁନ୍ କବୀରଙ୍କ ସହ ମେଣ୍ଟ ଗଠନ କରି ପଶ୍ଚିମବଙ୍ଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି।
📱 Get Argus News App
✨Related Topics
Explore more stories