Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସ୍ଥାନ ନେଇପାରନ୍ତି ଡି.କେ. ଶିବକୁମାର !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସ୍ଥାନ ନେଇପାରନ୍ତି ଡି.କେ. ଶିବକୁମାର !

କର୍ଣ୍ଣାଟକରେ ବଦଳିବେ କି ମୁଖ୍ୟମନ୍ତ୍ରୀ ? ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସ୍ଥାନ ନେଇପାରନ୍ତି ଡି.କେ. ଶିବକୁମାର । ଏନେଇ କଳ୍ପନାଜଳ୍ପନା ଲାଗିରହିଛି ।

କଂଗ୍ରେସର ବରିଷ୍ଠ ନେତା ବିରାପ୍ପା ମୋଇଲ୍ଲି ଓ ବାସବରାଜୁ ଶିବଗଙ୍ଗା ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରି ଆସୁଛନ୍ତି । ବର୍ଷ ଶେଷ ସୁଦ୍ଧା ଡିକେ ଶିବ କୁମାର ମୁଖ୍ୟମନ୍ତ୍ରୀ ହେବେ ବୋଲି ବରିଷ୍ଠ ବିଧାୟକ ବାସବରାଜ ଶିବଗଙ୍ଗା ଦୃଢୋକ୍ତି ପ୍ରକାଶ କରିଛନ୍ତି । କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାନ୍ତ ଯୋଗ୍ୟ । ଏପରିକି ଆଗାମୀ ସାଢ଼େ ସାତବର୍ଷ ଧରି ଡିକେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ ବୋଲି ବାସବରାଜୁ ଶିବଗଙ୍ଗା ମତ ଦେଇଛନ୍ତି ।

କଂଗ୍ରେସର ଗୋଟିଏ ଗୋଷ୍ଠୀ ଶିବକୁମାରଙ୍କ ପକ୍ଷରେ ଥିବା ବେଳେ ଆଉ କିଛି ବିଧାୟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମର୍ଥନ କରୁଛନ୍ତି । ୨୦୨୩ରେ କର୍ଣ୍ଣାଟକ ନିର୍ବାଚନ ପରେ ସିଦ୍ଦରମୈୟା ଓ ଶିବ କୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଛକାପଞ୍ଚା ଲାଗି ରହିଥିଲା । ଶେଷରେ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଡି.କେ. ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ତେବେ ବର୍ତ୍ତମାନ ବାସବରାଜୁ ଶିବଗଙ୍ଗାଙ୍କ ବୟାନ ଅଢ଼େଇବର୍ଷ ଧରି ଉଭୟ ଡିକେ ଓ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଶାସନ ମୁଖ୍ୟ ହେବେ ବୋଲି ଅଲିଖିତ ଚୁକ୍ତିକୁ ଠିକ ବୋଲି ଦର୍ଶାଉଛି । ୨୦୨୩ ବିଧାନସଭା ନିର୍ବାଚନ ପରେ ଦୁଇ ନେତା ଅଧା ଅଧା ଶାସନ ମୁଖ୍ୟ ହେବେ ବୋଲି କଂଗ୍ରେସ ହାଇକମାଣ୍ଡ ସ୍ଥିର କରିଥିଲେ । ଯାହା ଆଧାରରେ ଏବର୍ଷ ଶେଷ ସୁଦ୍ଧା ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇବା କଥା ମାତ୍ର ଏହା ପୂର୍ବରୁ ତାଙ୍କ ସମର୍ଥନରେ ଓ ବିପକ୍ଷରେ କର୍ଣ୍ଣାଟକ କଂଗ୍ରେସରେ ବୟାନବାଜି ଆରମ୍ଭ ହୋଇଛି ।


ସେପଟେ ବିଜେପି କହିଛି, ଏହା କଂଗ୍ରେସର ଆଭ୍ୟନ୍ତରୀଣ ମାମଲା। ସେମାନେ ଲୋକଙ୍କ ପାଇଁ ନୁହେଁ କେବଳ କ୍ଷମତା ଲାଗି ଲଢେଇ କରନ୍ତି। ସେହିପରି କର୍ଣ୍ଣାଟକ ବିଜେପି ସଭାପତି ବି.ୱାଇ ବିଜୟେନ୍ଦ୍ର କହିଛନ୍ତି, ଆଗାମୀ କିଛି ଦିନ କଂଗ୍ରେସ ପାଇଁ ଜଟିଳ ସ୍ଥିତି ଆଣିବ। ଆଉ ଏହାର ପ୍ରମୁଖ କାରଣ ସିଏମ ରେସ୍ ଲାଗି ଦଳୀୟ କନ୍ଦଳ ପାଲଟିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No one can stop D K Shivakumar from becoming Karnataka CM: Congress leader Moily | Argus News