Videos
|
National

ପୁଣି ଥରେ ୩୭୦ ଧାରା ଲାଗୁ କରିବାର କାହାରି ସାହାସ ନାହିଁ

Ritu Das
Browse all articles by Ritu Das
·2 years ago·1 min read
ପୁଣି ଥରେ ୩୭୦ ଧାରା ଲାଗୁ କରିବାର କାହାରି ସାହାସ ନାହିଁ

ଅର୍ଗସ ବ୍ୟୁରୋ: ଲୋକସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ କଂଗ୍ରେସକୁ ବଡ ଚ୍ୟାଲେଞ୍ଜ କରିଛନ୍ତି । କହିଛନ୍ତି ଜମ୍ମୁ-କାଶ୍ମୀରରୁ ଯେଉଁ ୩୭୦ ଧାରାକୁ ଉଚ୍ଛେଦ କରିବାକୁ ଏତେ କଷ୍ଟ କରାଯାଇଛି କାହାରି ସାହାସ ନାହିଁ ତାକୁ ପୁଣି ଲାଗୁ କରିବାକୁ । ସାହାସ ଅଛି ଯଦି କଂଗ୍ରେସ ପୁଣି ଥରେ ସେଠାରେ ୩୭୦ ଲାଗୁ କରିବା କଥା କହି ଦେଖୁ ।

ସେଠିକାର ଲୋକଙ୍କ ଭବିଷ୍ୟତ ତଥା ସାମାଜିକ ସ୍ଥିତିକୁ ସୁଧାରିବାକୁ ଦୀର୍ଘ ବର୍ଷର ପ୍ରଚେଷ୍ଟା ପରେ ସେଠାରୁ ୩୭୦ ଧାରା ଉଚ୍ଛେଦ କରାଯାଇଛି । ଏହାଦ୍ୱାରା ସେଠାରେ ଦଳିତ ଓ ବାଲ୍ମିକୀ ସମ୍ପ୍ରଦାୟକୁ ସ୍ୱତନ୍ତ୍ର ସଂରଣକ୍ଷ ମିଳିବ । କିନ୍ତୁ ଏହାକୁ ବିରୋଧୀ ବିରୋଧ କରୁଛନ୍ତି । ଏହି କ୍ରମରେ ମୋଦୀ ମମତା ବାନାର୍ଜୀଙ୍କ କଥା ମଧ୍ୟ ଉଠାଇଥିଲେ । ମମତା ନିଜ ରାଜ୍ୟରେ ସିଏଏ ଲାଗୁ କରିବାକୁ ଦେବେ ନାହିଁ ବୋଲି କହୁଛନ୍ତି । କିନ୍ତୁ ସେମାନେ ଭଲ ଭାବେ ଜାଣିଛନ୍ତି ରାଜ୍ୟ ପାଇଁ କ’ଣ ଭଲ ଖରାପ, କିନ୍ତୁ ଅସଲ କଥା ହେଉଛି ଲୋକଙ୍କୁ ଭ୍ରମିତ କରିବା ଏମାନଙ୍କର ଅଭ୍ୟାସ । ଯାହାଦ୍ୱାରା ଏମାନେ ଲୋକଙ୍କ ସହାନୁଭୂତି ହାସଲ କରିବାକୁ ସହଜ ଭାବୁଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No one has the courage | Argus News