Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କାହାକୁ ଛଡ଼ାଯିବନି... ବାଂଲାଦେଶ ଉପରେ ଷ୍ଟ୍ରାଟେଜିକ୍‌ ଓ୍ୱାର ଆରମ୍ଭ କଲା ଭାରତ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାହାକୁ ଛଡ଼ାଯିବନି... ବାଂଲାଦେଶ ଉପରେ ଷ୍ଟ୍ରାଟେଜିକ୍‌ ଓ୍ୱାର ଆରମ୍ଭ କଲା ଭାରତ !

Key Points

ବିରି ମାଡ଼ ଦେଖି କୋଳଥ ଚୋପା ।

ଅପରେସନ୍‌ ସିନ୍ଦୁର ପରେ ଏବେ ସାବାଡ଼ା ହୋଇଯାଇଛି ପାକିସ୍ତାନ । ଭାରତ ସହ ଲାଗିବା ପୂର୍ବରୁ ଏବେ ପାକିସ୍ତାନକୁ ହଜାରେ ଥର ଭାବିବାକୁ ପଡ଼ିବ । ଗୁଳି ତ ଦୂରର କଥା ସାମାନ୍ୟ ଟେକା ପଥର ମାରିବା ପାଇଁ ବି ପାକିସ୍ତାନ ଭାବି ପାରୁନି । ଏମିତିକି ବିରି ମାଡ଼ ଦେଖି କୋଳଥ ଚୋପା ଭଳି, ପାକିସ୍ତାନକୁ ମାଡ଼ ପରେ କାଶ୍ମୀର ବି ଶାନ୍ତ ପଡ଼ିଛି । ଭାରତ ବିରୋଧରେ କହୁଥିବା କିଛି ଲୋକ ଏବେ ସବୁ ସାଇଲେଣ୍ଟ ପଡ଼ିଛନ୍ତି ।

ଅନ୍ୟପଟେ ଏବେ ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ, ପାକିସ୍ତାନକୁ ପାନେ ଦେବା ପରେ ବାଂଲାଦେଶ ଉପରେ ନଜର ପକାଇଛି ଭାରତ । ପାକିସ୍ତାନ ସହ ଘନିଷ୍ଠତା ବଢ଼ାଇ ଭାରତ ବିରୋଧରେ ବିଷୋଦଗାର କରିଚାଲିଥିଲା ବାଂଲାଦେଶ ଶାସନକୁ କବଜା କରିଥିବା ୟୁନୁସ୍ ଗୋଷ୍ଠୀ । ଏପରିକି ଭାରତର ଚିକେନ ନେକକୁ କବଜା କରିବାକୁ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଅଲଗା କରିବାକୁ ଧମକ ମଧ୍ୟ ଦେଉଥିଲା ବାଂଲାଦେଶ ।

ହେଲେ ଏବେ ଆଉ ସେକଥା ମନକୁ ଆସୁନି । ପାକିସ୍ତାନ ଉପରେ ଯେଭଳି ପ୍ରଚଣ୍ଡ ପ୍ରହାର କଲା ଭାରତ, ଆଉ ତାପରେ ତାର ଅବସ୍ଥା ଯାହା ହେଲା, ସେତିକିରେ ବାଂଲାଦେଶ ବି ତୁନି ପଡ଼ିଯାଇଛି । କିନ୍ତୁ ଭାରତ ଏତେ ସହଜରେ ଛାଡ଼ିବା ପରିସ୍ଥିତିରେ ନାହିଁ । ବାଂଲାଦେଶ ଭବିଷ୍ୟତରେ ଯେମିତି ଭାରତକୁ ଆଖି ଉଠାଇ ନଚାହିଁବ ସେମିତି କିଛି ବ୍ୟବସ୍ଥା କରିବା ଚକ୍କରରେ ରହିଛି ଭାରତ । ଆଉ ଏଥିପାଇଁ ଚାଲିଛି ଭିତିରି ପ୍ଲାନ୍ ।

ଏବେ ଭାରତ ସରକାର ବାଂଲାଦେଶର ଅର୍ଥନୀତି ଉପରେ ମାଡ଼ କରିବା କରିଛନ୍ତି । ବାଂଲାଦେଶରୁ ରେଡିମେଡ୍ ପୋଷାକ, ପ୍ରକ୍ରିୟାକୃତ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ ଉପରେ ବନ୍ଦର କଟକଣା ଲାଗୁ କରିଛନ୍ତି ଭାରତ ସରକାର । ବାଣିଜ୍ୟ ମନ୍ତ୍ରଣାଳୟର ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ତେବେ ଡିଜିଏଫଟି ହେଉଛି ଭାରତରେ ବୈଦେଶିକ ବାଣିଜ୍ୟ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରିବା ପାଇଁ ଦାୟୀ ସରକାରୀ ସଂସ୍ଥା। ଅନ୍ୟପଟେ ଏହି କଟକଣା ଭାରତ ଦେଇ ଭୁଟାନ ଓ ନେପାଳକୁ ଯାଉଥିବା ସାମଗ୍ରୀ ଉପରେ ଲାଗୁ ହେବ ନାହିଁ ବୋଲି କୁହାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
No one will be left out... India launches strategic war on Bangladesh! | Argus News