Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗଡିବ ଅନ୍‌ ଡିମାଣ୍ଡ ଟ୍ରେନ୍‌

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଗଡିବ ଅନ୍‌ ଡିମାଣ୍ଡ ଟ୍ରେନ୍‌

ମହା ଶିବରାତ୍ରୀରେ ସରିବ ମହାକୁମ୍ଭ। ଅନ୍ତିମ ଦିନ ଯେତେ ପାଖେଇ ପାଖେଇ ଆସୁଛି ଶ୍ରଦ୍ଧାଳୁଙ୍କ ଭିଡ ସେତେ ବଢିବଢି ଯାଉଛି। ପ୍ରତିଦିନ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆସୁଛନ୍ତି ଏହି ପବିତ୍ର ସଂଗମରେ ବୁଡ ପକାଇବାକୁ। ପରିସ୍ଥିତି ଏମିତି ହୋଇଛି ଗାଡ଼ି ରଖିବାକୁ ଲୋକଙ୍କର ବେଳାବେଳା ସମୟ ନିଅଣ୍ଟ ପଡୁଛି। ଦେଶବିଦେଶରୁ ବଡ଼ବଡ଼ ବ୍ୟବସାୟୀ, ରାଜନେତା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଧାଡି ଲାଗିଛି। କେବଳ ସ୍ଥଳପଥରେ ନୁହେଁ ଆକାଶ ପଥରେ ବି ଭିଡ ଦେଖିବାକୁ ମିଳିଛି। ପ୍ରୟାଗରାଜ ଏୟାରପୋର୍ଟକୁ ପ୍ରତିଦିନ ଏତେ ସଂଖ୍ୟାରେ ଚାଟାର୍ଡ ପ୍ଲେନ୍ ପ୍ରାଇଭେଟ ଜେଟ ଆସୁଛି ଯେ, ଲ୍ୟାଣ୍ଡ କରିବାକୁ ଏୟାର ପୋର୍ଟରେ ରନଓ୍ବେ ମିଳୁନି। ପାର୍କିଂ ପାଇଁ ସ୍ଥାନ ମିଳୁନି।


ଗତ ୧୧ ତାରିଖରେ ସର୍ବାଧିକ ୭୧ ଟି ଚାଟାର୍ଡ ଫ୍ଲାଇଟ୍ ପ୍ରୟାଗରାଜରେ ଲ୍ୟାଣ୍ଡ କରିଥିଲା। ୮ ଫେବୃଆରୀରୁ ପ୍ରତିଦିନ ୬୦ ରୁ ଅଧିକ ଚାଟାର୍ଡ ପ୍ଲେନ୍ ଏଠି ଲ୍ୟାଣ୍ଡ କରୁଛି। ରାଜନେତା, ସେଲିବ୍ରିଟି, ବ୍ୟବସାୟୀ ମାନେ ଅଧିକରୁ ଅଧିକ ଚାଟାର୍ଡ ଫ୍ଲାଇଟରେ ଆସୁଛନ୍ତି। ଏହା ବ୍ୟତୀତ ପ୍ରତି ସପ୍ତାହରେ ୩୦୦ ରୁ ଅଧିକ ଏୟାର ଇଣ୍ଡିଆର ଫ୍ଲାଇଟ୍‌ ଅବତରଣ କରୁଛି। ଗତକାଲି ସୁଦ୍ଧା ୫୦ କୋଟିରୁ ଅଧିକ ଲୋକ ପ୍ରୟାଗରାଜର ପବିତ୍ର ତୁଠରେ ବୁଡ ପକାଇ ସାରିଲେଣି। ପ୍ରତିଦିନ ଆକାଶ ମାର୍ଗରେ ଯେତିକି ଲୋକ ଆସୁଛନ୍ତି ଗୋଟିଏ ମାସରେ ବି ଏତେ ସଂଖ୍ୟାରେ ଲୋକ ଆସନ୍ତି ନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଭିଡକୁ ଦୃଷ୍ଟିରେ ରଖି ରେଲଓ୍ବେ ପକ୍ଷରୁ ଅଂନ ଡିମାଣ୍ଡ ଟ୍ରେନ ଚାଳଚଳ କରିବାକୁ ଯୋଜନା କରାଯାଉଛି। ଯେଉଁ ରୁଟ୍‌ରେ ଅଧିକ ଯାତ୍ରୀ ଥିବେ ସେଇ ରୁଟ୍‌ରେ ଆକୁଆ ଟ୍ରେନ ପଠାଯିବ। ଯେଉଁ ରୁଟ୍‌ରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ୍ ରହିଥିବ ସେହି ସ୍ଥାନ ମାନଙ୍କରେ ଯାତ୍ରୀଙ୍କୁ ଆଶ୍ରୟ ସ୍ଥଳରେ ରଖାଯିବା ପାଇଁ ବ୍ୟବସ୍ଥା କରାଯିବ। ଅଧିକ ଯାତ୍ରୀ ଏକାଠି ହେବା ପରେ ସେଇ ରୁଟ୍‌ରେ ଟ୍ରେନ୍ ପଠାଯିବ।


ସମସ୍ତ ସ୍ୱତନ୍ତ୍ର ଟ୍ରେନ୍ ଆଠଟି ରେଳ ଷ୍ଟେସନରୁ ଚଳାଚଳ କରିବ, ଯଥା: ପ୍ରୟାଗରାଜ ଜଙ୍କସନ, ସୁବେଦାରଗଞ୍ଜ, ଛେଓକି, ନୈନି, ରାମବାଗ, ଝୁନସି, ପ୍ରୟାଗ ଏବଂ ଫାଫାମାଉ। ଏଥିରେ ପ୍ରୟାଗ, ଫାଫାମାଉ ଷ୍ଟେସନରୁ ରାୟବରେଲି, ଲକ୍ଷ୍ନୌ, ଜୌନପୁର, ପ୍ରତାପଗଡ଼ ଏବଂ ଅଯୋଧ୍ୟା ଅଭିମୁଖେ ଟ୍ରେନ ଚଳାଚଳ କରିବ।

Sponsored
no-space-available-at-the-airport-to-park-the-plane-in-prayagraj | Argus News