Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଋଷିଆ ମନା କଲା ? ଏବେ ହସିନା ରହିବେ କେଉଁଠି ?

National

ଋଷିଆ ମନା କଲା ? ଏବେ ହସିନା ରହିବେ କେଉଁଠି ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଋଷିଆ ମନା କଲା ? ଏବେ ହସିନା ରହିବେ କେଉଁଠି ?

Key Points

  • ସୁରକ୍ଷିତ ସ୍ଥାନ ପାଉନାହାନ୍ତି ହସିନା
  • ଆମେରିକା ଭିସା ବାତିଲ କଲା, ବ୍ରିଟେନ ମନା କଲା
  • ଏବେ ହସିନା ରହିବେ କେଉଁଠି ?

ଅର୍ଗସ ବ୍ୟୁରୋ : ଥମୁନି ବାଂଲା ହିଂସା । ସଂରକ୍ଷଣ ପାଇଁ ବାଂଲା ଅଶାନ୍ତ ହେବା ପରେ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜକୁ ସୁରକ୍ଷିତ ରଖିବାକୁ ଯୋଜନା କରୁଛନ୍ତି । ସେଇଥି ଲାଗି ତ ସେନାର ନୋଟିସ ପରେ ସଙ୍ଗେ ସଙ୍ଗେ ଢାକାରୁ ଭାରତ ପଳାଇ ଆସିଥିଲେ ହସିନା । ହେଲେ ଭାରତ ଆସିବା ପରେ ମୋଦିଙ୍କ ସହ କଥାବାର୍ତ୍ତା କରିବାକୁ ସେ ଚାହିଁଥିବା ପରେ ବି ସୁଯୋଗ ମିଳିନଥିଲା । ତେବେ ଗତକାଲି ସେ ଋଷିଆ ଯାଉଥିବାର ଖବର ଆସିଥିଲା । ହେଲେ ଆଜି ପୁଣି ଥରେ ହସିନା କେଉଁଠି ରହିବେ ସେନେଇ ଚର୍ଚ୍ଚା ଜୋର ଧରିଛି ।

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ଆସିବାର ପ୍ରାୟ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏଯାଏଁ ନିଜ ପାଇଁ ସୁରକ୍ଷିତ ଆଶ୍ରୟ ଖୋଜିପାରିନାହାନ୍ତି । ଏହି କାରଣରୁ ସେ କେତେଦିନ ଭାରତରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ସେ ବ୍ରିଟେନ ଯିବାକୁ ପ୍ରସ୍ତୁତ ହେଉଥିବା ଖବର ଆସିଥିଲେ ମଧ୍ୟ ସେଠାକୁ ଯିବା ପାଇଁ ତାଙ୍କୁ ମନା କରି ଦିଆଯାଇଛି । ବ୍ରିଟେନ୍ ଏକ କୂଟନୈତିକ ବିବୃତ୍ତି ଦେଇ କହିଛି, ଆଶ୍ରୟ ସଂକ୍ରାନ୍ତ ଅନ୍ତର୍ଜାତୀୟ ଆଇନରେ କୁହାଯାଇଛି ଯେ ଯେଉଁଠାରେ ଜଣେ ବ୍ୟକ୍ତି ପ୍ରଥମେ ସୁରକ୍ଷିତ ଭାବେ ପହଞ୍ଚିବେ, ସେହି ରାଷ୍ଟ୍ର ତାଙ୍କୁ ଆଶ୍ରୟ ଦେବାର ଅଧିକାର ରହିଛି । ଏହାସହ ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଆଶ୍ରୟ ଦେବାର କୌଣସି ବିଶେଷ ପ୍ରାବଧାନ ରହିଥିବାକୁ ଅସ୍ୱୀକାର କରିଛି ।

ହସିନାଙ୍କୁ ନେଇ ଏବେ ପୁରା ରାଜ୍ୟରେ ଜୋର ଧରିଛି ଚର୍ଚ୍ଚା । ଖାସ୍‌ କରି ସେ କେଉଁଠାରେ ଏମିତି ଅସମୟରେ ରହିବେ ତାହାକୁ ନେଇ ଏବେ ନାନା କଳ୍ପନା ଜଳ୍ପନା ଦେଖାଦେଇଛି । ସେ ଏବେ ଦୁଇ ମୁସ୍‌ଲିମ ରାଷ୍ଟ୍ର ସାଉଦି ଆରବ କିମ୍ବା ୟୁଏଇ ଯିବାକୁ ଚେଷ୍ଟା କରୁଛନ୍ତି । ଖାଲି ସେତିକି ନୁହେଁ, ସେ ଫିନଲ୍ୟାଣ୍ଡକୁ ମଧ୍ୟ ଏକ ବିକଳ୍ପ ଭାବେ ଦେଖୁଛନ୍ତି । ସାନ ଭଉଣୀ ଶେଖ ରିହାନାଙ୍କ ସହ ଭାରତ ଆସିଛନ୍ତି ଏବଂ ସେବେଠାରୁ ଭାରତରେ ହିଁ ସେ ଅଛନ୍ତି । ବୁଧବାର ସେମାନଙ୍କୁ ହିଣ୍ଡନ ଏୟାରବେସ୍ ଆଣି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା । କିନ୍ତୁ ଶେଖ୍ ହସିନା କେତେଦିନ ଭାରତରେ ରହିବେ ଏବଂ ଆଗକୁ କ’ଣ ଯୋଜନା ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ, ହସିନାଙ୍କ ପୁଅ ସଜିବ ୱାଜେଦ ଜୋୟ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଶେଖ ହସିନା କୌଣସି ଦେଶରୁ ଆଶ୍ରୟ ପ୍ରତିଶ୍ରୁତି ପାଇନାହାନ୍ତି । ଆମେରିକା, ବ୍ରିଟେନ, ଫିନଲ୍ୟାଣ୍ଡ କିମ୍ବା ଭାରତରେ ରହିପାରିବେ ଯେଉଁଠାରେ ତାଙ୍କ ପରିବାର ରହୁଥିଲେ । ହେଲେ ଏଯାଏଁ କିଛି ସ୍ପଷ୍ଟ ହୋଇନଥିବା କହିଛନ୍ତି ।
 

Education Next Season 5
Sponsored
Sheikh Hasina | Argus News