Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Series Accident / ନୋଏଡା ମଲ୍ ନିକଟରେ ଦ୍ରୁତ ଗତିରେ ଯାଉଥିବା ଲ୍ୟାଣ୍ଡ ରୋଭରର ସିରିଜ ଦୁର୍ଘଟଣା

Ritu Das
Browse all articles by Ritu Das
·9 months ago·2 min read
ନୋଏଡା ମଲ୍ ନିକଟରେ ଦ୍ରୁତ ଗତିରେ ଯାଉଥିବା ଲ୍ୟାଣ୍ଡ ରୋଭରର ସିରିଜ ଦୁର୍ଘଟଣା

Key Points

ନୋଏଡାର ଏକ ମଲ୍ ନିକଟରେ ଏକ ଦ୍ରୁତଗାମୀ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ନିୟନ୍ତ୍ରଣ ହରାଇ ଛଅଟି ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି।

ନୋଏଡାର ଏକ ମଲ୍ ନିକଟରେ ଏକ ଦ୍ରୁତଗାମୀ ଲ୍ୟାଣ୍ଡ ରୋଭର ଡିଫେଣ୍ଡର ନିୟନ୍ତ୍ରଣ ହରାଇ ଛଅଟି ଗାଡ଼ିକୁ ଧକ୍କା ଦେଇଛି। ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି କାର ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଛି। ଦୁର୍ଘଟଣାରେ କୌଣସି ମୃତାହତ ହୋଇଥିବାର ରିପୋର୍ଟ ନାହିଁ।
ପୋଲିସ ଅନୁଯାୟୀ, ଘଟଣାଟି ସେକ୍ଟର ୧୨୯ରେ ଥିବା ଗୁଲସନ ୱାନ୨୯ ମଲ୍ ବାହାରେ ଘଟିଥିଲା। ଦ୍ରୁତଗାମୀ ଗାଡ଼ିଟି ଅଟକିବା ପୂର୍ବରୁ ପାଞ୍ଚଟି କାର ଏବଂ ଗୋଟିଏ ମୋଟରସାଇକେଲକୁ ଧକ୍କା ଦେଇଥିଲା।


୨୦ ଜଣ ପିଲାଙ୍କ ଜୀବନ ନେଇଥିବା "କୋଲଡ୍ରିଫ୍" ସିରପ ଦୁର୍ନୀତି ପରେ ବଡ଼ ଆକ୍ସନ: ‘ଶ୍ରୀସନ ମେଡିକାଲ୍ସ’ ମାଲିକ ଗିରଫ


ରିପୋର୍ଟ ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ନୋଏଡା ସେକ୍ଟର ୧୦୦ର ବାସିନ୍ଦା ସୁନିଲ ବୋଲି ଚିହ୍ନଟ ହୋଇଛନ୍ତି। ଗାଡିଟିରେ ଏକ ଭିଭିଆଇପି ନମ୍ବର ପ୍ଲେଟ୍ ଲାଗିଥିଲା। ଯାହାର ନମ୍ବର ୧୧୧୧। ସୂଚନା ପାଇବା ପରେ, ଏକ୍ସପ୍ରେସୱେ ପୋଲିସ ଷ୍ଟେସନର ପୋଲିସର ଏକ ଦଳ ଘଟଣାସ୍ଥଳକୁ ଯାଇ ଡ୍ରାଇଭରକୁ ହେପାଜତକୁ ନେଇଥିବା ନୋଏଡା ପୋଲିସ କମିଶନରେଟ୍ କହିଛି।

କାହିଁକି ଲ୍ୟାଣ୍ଡରୋଭରରେ ଅଧିକ ଦୁର୍ଘଟଣା ଘଟେ?
ଲ୍ୟାଣ୍ଡ ରୋଭର ଗାଡି ଦୁର୍ଘଟଣାରେ ପଡ଼ିବାର ମୁଖ୍ୟ କାରଣ ହେଉଛି ଏହାର ଅଧିକ ଗତି, ଭାରୀ ଓଜନ ଓ ଡ୍ରାଇଭରଙ୍କ ଅସାବଧାନତା। ଲ୍ୟାଣ୍ଡ ରୋଭର ଡିଫେଣ୍ଡର, ରେଞ୍ଜ ରୋଭର ପରି ଗାଡିଗୁଡ଼ିକରେ ଶକ୍ତିଶାଳୀ ଇଞ୍ଜିନ ଥାଏ ଯାହା ଅତ୍ୟଧିକ ବେଗରେ ଚାଲେ। ଏହିପରି ଶକ୍ତିଶାଳୀ ଗାଡି ଚାଳନା କରିବା ସମୟରେ ଅଭିଜ୍ଞତା ନ ଥିବା ଡ୍ରାଇଭରମାନେ ସହଜରେ ନିୟନ୍ତ୍ରଣ ହରାଇପାରନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହାସହ ପଢ଼ନ୍ତୁ: ନ୍ୟାସନାଲ ହାଇୱେରେ କାହିଁକି ଲାଗିଥାଏ ସବୁଜ ରଙ୍ଗର ବୋର୍ଡ


ଦିଲ୍ଲୀରେ ଲ୍ୟାଣ୍ଡ ରୋଭର ଗାଡି ଦୁର୍ଘଟଣାରେ ପଡ଼ିବାର ମୁଖ୍ୟ କାରଣ ହେଉଛି ଅଧିକ ଗତି, ଭାରୀ ଗାଡି ଓ ଡ୍ରାଇଭରଙ୍କ ଅସାବଧାନ ଚାଳନା। ଦିଲ୍ଲୀ ପରି ଅତ୍ୟଧିକ ଜନଗହଳି ସହରରେ ଏପରି ଶକ୍ତିଶାଳୀ ଓ ଭାରୀ SUV ଗାଡି ଚଲାଇବାକୁ ବିଶେଷ ସାବଧାନତା ଆବଶ୍ୟକ।
ଦିଲ୍ଲୀର ରାସ୍ତାଗୁଡ଼ିକ ସାଧାରଣତଃ ଭିଡ଼ଭାଡ଼ ଓ ରାସ୍ତା ଗୁଡ଼ିକ ଛୋଟ ହୋଇଥାଏ। ଏହି ପରିସ୍ଥିତିରେ ଭାରୀ ଗାଡି ହଠାତ୍ ବ୍ରେକ୍ ଲଗାଇଲେ ମଧ୍ୟ ତୁରନ୍ତ ଅଟକିପାରେ ନାହିଁ, ଫଳରେ ଆଗରେ ଥିବା ଯାନକୁ ଧକ୍କା ଦେବା ସମ୍ଭାବନା ଅଧିକ ଥାଏ। ଏହାସହ ଶାର୍ପ ଟର୍ନ ବେଳେ ଗାଡି ସ୍ଲିପ୍ କିମ୍ବା ବାଲାନ୍ସ ହରାଇଥାଏ ।


ଅନେକ ଘଟଣାରେ ଦେଖାଯାଏ, VIP ନମ୍ବର ଥିବା ଲକ୍ସୁରି କାର ଡ୍ରାଇଭରମାନେ ଓଭର କନଫିଡେଣ୍ଟ ଯୋଗୁ ଅଧିକ ଦ୍ରୂତ ଗତିରେ ଗାଡ଼ି ଚଲାଇଥାନ୍ତି ଏବଂ ନିୟମର ଅବହେଳା କରନ୍ତି। ଯେଉଁଥିପାଇଁ ଏହିସବୁ କାରମାନଙ୍କରେ ଦୁର୍ଘଟଣା ଅଧିକ ହୋଇଥାଏ।

Sponsored
Speeding Land Rover Causes Major Accident Near Noida Mall | Argus News