Videos
|
National

Kitchen Talent / ମହିଳାଙ୍କ କମାଲ୍‌... ରାଇତାରେ ରେକର୍ଡ ଗିନିଜ୍‌ ନୁହେଁ, ଲଣ୍ଡନ ବୁକ୍‌ରେ ନାଁ

Rashmita Mishra
Browse all articles by Rashmita Mishra
·1 hour ago·2 min read
ମହିଳାଙ୍କ କମାଲ୍‌... ରାଇତାରେ ରେକର୍ଡ ଗିନିଜ୍‌ ନୁହେଁ, ଲଣ୍ଡନ ବୁକ୍‌ରେ ନାଁ
Kitchen Talent

Key Points

୧ ମିନିଟ୍‌ ୪୮ ସେକେଣ୍ଡରେ ୫୦୦ ପ୍ରକାର ରାଇତା ।
ରାଇତାରେ ରେକର୍ଡ ଗିନିଜ୍‌ ନୁହେଁ, ଲଣ୍ଡନ ବୁକ୍‌ରେ ନାଁ ।
ଏକା ମହିଳାଙ୍କ କମାଲ୍‌ ତିଆରି କଲେ ୫୦୦ ରାଇତା ।
ରୋଷେଇ ଘରରୁ ରେକର୍ଡ ୨ ମିନିଟ୍‌ରେ ୫୦୦ ରାଇତା ।

ରାଇତା ତ ଆପଣ ଅନେକ ଖାଇଥିବେ... କିନ୍ତୁ କେବେ ଭାବିଛନ୍ତି କି, ମାତ୍ର କିଛି ସେକେଣ୍ଡରେ ତିଆରି ହୋଇପାରେ ୫୦୦ ପ୍ରକାରର ରାଇତା ! ଏଭଳି ଅସାଧାରଣ କାରନାମା କରି ଚର୍ଚ୍ଚାରେ ଆସିଛନ୍ତି ନୋଏଡାର ଗୃହିଣୀ ରେଖା ଶର୍ମା । ରୋଷେଇ ଘରର ଛୋଟ ଏକ ପରୀକ୍ଷଣ ଆଜି ତାଙ୍କୁ ପହଞ୍ଚାଇଛି ରେକର୍ଡ ବୁକ୍‌ରେ ।
ମାତ୍ର ୧ ମିନିଟ୍ ୪୮ ସେକେଣ୍ଡରେ ୫୦୦ ପ୍ରକାରର ରାଇତା ପ୍ରସ୍ତୁତ କରି ଲଣ୍ଡନ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ରେଖା । ତେବେ ଆସନ୍ତୁ ଜାଣିବା ଖାଦ୍ୟ ପ୍ରତି ତାଙ୍କର ଭଲପାଇବା ଓ ନୂଆ କିଛି କରିବାର ଆଗ୍ରହ ଏହି ଅନନ୍ୟ ସଫଳତାର କାରଣ କିପରି ପାଲଟିଛି ।

ରାଇତା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଘରେ ମଧ୍ୟ ବିଭିନ୍ନ ପ୍ରକାରର ରାଇତା ତିଆରି ହୋଇଥାଏ । କିନ୍ତୁ ମାତ୍ର ୨ ମିନିଟ୍‌ରୁ କମ୍ ସମୟରେ ୫୦୦ ପ୍ରକାରର ରାଇତା ତିଆରି କରି ଜଣେ ମହିଳା ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ଅସାଧାରଣ ସଫଳତା ପାଇଁ ନୋଏଡାର ଗୃହିଣୀ ରେଖା ଶର୍ମାଙ୍କୁ ଲଣ୍ଡନ ବୁକ୍ ଅଫ୍ ରେକର୍ଡସ୍ ପକ୍ଷରୁ ମାନ୍ୟତା ମିଳିଛି ।

୧ ମିନିଟ୍ ୪୮ ସେକେଣ୍ଡରେ ୫୦୦ ପ୍ରକାର ରାଇତା
ଉତ୍ତରପ୍ରଦେଶର ନୋଏଡା ସେକ୍ଟର-୩୪ର ଅରାବଳୀ ବି-୧ ଅଞ୍ଚଳରେ ରହୁଥିବା ରେଖା ଶର୍ମା ଜଣେ ଗୃହିଣୀ । ଖାଦ୍ୟ ପ୍ରସ୍ତୁତି ପ୍ରତି ତାଙ୍କର ଥିବା ଆଗ୍ରହକୁ ସେ ନିଜର କୌଶଳରେ ପରିଣତ କରିଛନ୍ତି । ମୁଜାଫରନଗରର ଏକ ହୋଟେଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ରେଖା ଶର୍ମା ପ୍ରାୟ ୧୦୦ ଜଣଙ୍କ ଟିମ୍‌ ସହ ମିଶି ମାତ୍ର ୧ ମିନିଟ୍ ୪୮ ସେକେଣ୍ଡରେ ୫୦୦ ପ୍ରକାରର ରାଇତା ପ୍ରସ୍ତୁତ କରିଥିଲେ । ଏହି ଟିମ୍‌ରେ ବିଭିନ୍ନ ସହରରୁ ଆସିଥିବା ପ୍ରଫେସନାଲ୍ ଶେଫ୍‌, ଗୃହିଣୀ ଏବଂ ହୋଟେଲ୍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ସାମିଲ ଥିଲେ ।

ନୂଆ ନୂଆ ଖାଦ୍ୟ ତିଆରି କରିବା ଥିଲା ଶୌକ
ରେଖା ଶର୍ମା କହିଛନ୍ତି ଯେ, ଛୋଟବେଳୁ ତାଙ୍କର ନୂଆ ନୂଆ ପ୍ରକାରର ଖାଦ୍ୟ ତିଆରି କରିବା ପ୍ରତି ଆଗ୍ରହ ରହିଥିଲା । ଘରେ ସେ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ସେ ୨୦୧୮ ମସିହାରୁ ଅନଲାଇନ୍ ଓ ଫେସବୁକ୍‌ରେ ହେଉଥିବା ବିଭିନ୍ନ କୁକିଂ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଉଥିଲେ ।

ବେକିଂରେ ମଧ୍ୟ ଜିତିଛନ୍ତି ପୁରସ୍କାର
ରେଖା ଶର୍ମାଙ୍କୁ ପୂର୍ବରୁ ‘ବେଷ୍ଟ ବେକର ଅଫ୍ ନୋଏଡା’ ଭଳି ସମ୍ମାନ ମଧ୍ୟ ମିଳିଛି । ଏବେ ୫୦୦ ପ୍ରକାରର ରାଇତା ପ୍ରସ୍ତୁତ କରି ସେ ନିଜ ପ୍ରତିଭାର ଆଉ ଏକ ଉଦାହରଣ ଦେଇଛନ୍ତି । ରେଖା ଶର୍ମାଙ୍କ ଏହି ସଫଳତା ଖାଦ୍ୟ ପ୍ରତି ଆଗ୍ରହ ଓ ସୃଜନଶୀଳତାର ଏକ ଅନନ୍ୟ ଉଦାହରଣ ପାଲଟିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: