Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୦ ବର୍ଷ ହେଲା ମରିକି ପଡ଼ିଛନ୍ତି ଅମୀର ଖାନ୍‌, କେହି ଖୋଜି ନାହାନ୍ତି ! ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·12 months ago·2 min read
୧୦ ବର୍ଷ ହେଲା ମରିକି ପଡ଼ିଛନ୍ତି ଅମୀର ଖାନ୍‌, କେହି ଖୋଜି ନାହାନ୍ତି ! ଦେଖନ୍ତୁ ଭିଡିଓ...

Key Points

୧୦ ବର୍ଷ ହେଲା ମରିକି ପଡ଼ିଛନ୍ତି ଅମୀର ।

ରକ୍ତ ମାଂସର ନାଁ ଗନ୍ଧ ନାହିଁ କେବଳ କଙ୍କାଳ ଦିଶୁଛି
ହାତ ଆଙ୍ଗୁଠିରେ ରହିଛି ମୁଦି
ମରିବା ପୂର୍ବରୁ ଆସିଥିଲା ୮୪ ମିସ୍‌ କଲ
ନୋକିଆ ଫୋନ ଦେଲା କଙ୍କାଳର ପରିଚୟ

ହାଇଦ୍ରବାଦ ନାମପଲ୍ଲୀର ଘଟଣା । ଏକ ଭଙ୍ଗା ଘରେ ପଡ଼ିଗଲା ପିଲାଙ୍କ ବଲ୍ । ତାକୁ ଆଣିବାକୁ ଯାଇଥିଲେ କିଛି ଛୁଆ । ସେଠି ଦେଖିଲେ ଏକ କଙ୍କାଳ ମୁହଁ ମାଡ଼ି ପଡ଼ିଛି । ସଙ୍ଗେ ସଙ୍ଗେ ପୋଲିସକୁ ଦେଲେ ସୂଚନା । ପୋଲିସ ଆସିବା ପରେ ଯେଉଁ ସୂଚନା ଦେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କଙ୍କାଳଟି ଦିନେ କି ଦୁଇ ଦିନ ନୁହେଁ, ପ୍ରାୟ ୧୦ ବର୍ଷ ହେବ ଏମିତି ପଡ଼ିଛି । ରକ୍ତ ମାଂସ ତ ନାହିଁ, ଏମିତିକି ହାଡ଼ ବି ନଷ୍ଟ ହେବାକୁ ବସିଲାଣି। ଏହି କଙ୍କାଳ କାହାର ବୋଲି ବୁଝୁ ବୁଝୁ ଜଣାପଡ଼ିଲା ଏହା ଅମୀର ଖାନ୍‌ଙ୍କର । ଯିଏ କି ଏଠାରେ ୧୦ ବର୍ଷ ପୂର୍ବରୁ... ଏକା ରହୁଥିଲେ । କଙ୍କାଳ ପାଖରେ ପଡ଼ିଥିଲା ଏକ ପୁରୁଣା ନୋକିଆ ଫୋନ୍ । ଯାହାର ବ୍ୟାଟେରୀ ସମ୍ପୂର୍ଣ୍ଣ ଡେଡ୍‌ ହୋଇସାରିଥିଲା । ସେହି ଫୋନ୍‌କୁ ସଜାଡ଼ିବା ପରେ ଜଣାପଡ଼ିଥିଲା ୨୦୧୫ରେ ତାଙ୍କ ପାଖକୁ ଆସିଥିଲା ୮୪ ମିସ୍‌ କଲ୍‌ ।

ଯେଉଁଠୁ କଙ୍କାଳ ମିଳିଛି ସେଇ ଘର ମୁନୀର ଖାନଙ୍କର । ମୁନୀରଙ୍କର ୧୦ ଜଣ ପିଲା ଥିଲେ । ତୃତୀୟ ପୁଅର ନାଁ ଆମୀର। ସେ ଏଠାରେ ଏକାକୀ ରହୁଥିଲେ । ତାଙ୍କ ବୟସ ୫୦ ହେବ। ସେ ଏକା ରହୁଥିଲେ ଓ ତାଙ୍କ ମାନସିକ ଅବସ୍ଥା ଆଦୌ ଭଲ ନଥିଲା। ତାଙ୍କର ଏହା ସ୍ୱାଭାବିକ ମୃତ୍ୟୁ ବୋଲି ଆଶଙ୍କା ରହିଛି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସେ ଏଠାରେ ଏକାକୀ ରହୁଥିଲେ ହେଁ ତାଙ୍କ ବିଷୟରେ କେହି ଖବର ନେବାକୁ ଚେଷ୍ଟା କରି ନଥିଲେ ବୋଲି କହିଛନ୍ତି ଏସିପି କିଶନ କୁମାର ।

ଘର ଭିତରୁ ଫୋନ ବ୍ୟତୀତ ତକିଆ ତଳୁ କିଛି ଅଚଳ ନୋଟ ମିଳିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ୨୦୧୬ ବିମୁଦ୍ରାକରଣ ପୂର୍ବରୁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଉକ୍ତ ଅଞ୍ଚଳରେ ଥିବା କିଛି ଦୋକାନରୁ ଆମୀରଙ୍କ ସାନ ଭାଇ ଶାଦାବ ଭଡ଼ା ସଂଗ୍ରହ କରନ୍ତି। କଙ୍କାଳରେ ଥିବା ମୁଦିକୁ ସେ ତାଙ୍କ ଭାଇଙ୍କର ବୋଲି କହିଛନ୍ତି। ତଥାପି ପୋଲିସ୍‌ ଓ ଫରେନ୍ସିକ ଟିମ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nokia Phone Helps To Identify Skeleton At Hyderabad House, Scrapped Notes Found | Argus News