Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୁଲାଇ ୩୧ ଶେଷ ତାରିଖ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଜୁଲାଇ ୩୧ ଶେଷ ତାରିଖ

ପଦ୍ମ ପୁରସ୍କାର ୨୦୨୬ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ। ନାମାଙ୍କନ ଭରିବାର ଶେଷ ତାରିଖ ରହିଛି ଜୁଲାଇ ୩୧। ଏଥିପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ଜୁଲାଇ ୩୧ ତାରିଖ ମଧ୍ୟରେ ଆବେଦନ କଲେ ଏହାକୁ ମନୋନୟନକୁ ନିଆଯିବ। ମେନୋନୀତଙ୍କ ନାମ ୨୦୨୬ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯିବ।


ଦେଶର ସର୍ବୋଚ୍ଚ ପୁରସ୍କାର ମଧ୍ୟରୁ ଅନ୍ୟତମ ହେଉଛି ପଦ୍ମ ପୁରସ୍କାର। ଏଥିରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ। କଳା, ସାହିତ୍ୟ, ଶିକ୍ଷା, କ୍ରୀଡା, ଔଷଧ, ସମାଜସେବା, ବିଜ୍ଞାନ, ଇଞ୍ଜିନିୟରିଂ, ବ୍ୟାପାର, ନାଗରିକ ସେବା, ଶିଳ୍ପ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଏ।


କେମିତି କରିବେ ଆବେଦନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆବେଦନ କରିବା ପାଇଁ ପ୍ରଥମେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ରେ ଯାଇ ହୋମ୍ ପେଜରେ ରହିଥିବା ପଦ୍ମ ପୁରସ୍କାର ୨୦୨୬ ଉପରେ କ୍ଲିକ୍ କରିବାକୁ ପଡ଼ିବ। ପରେ ଆପଣ ଯେଉଁ ଉତ୍କର୍ଷତାର କ୍ଷେତ୍ର ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେଇ ବର୍ଗକୁ ବାଛିବାକୁ ପଡ଼ିବ। ପରେ ଏଥିରେ ଦୁଇଟି ବିକଳ୍ପ ଆସିବ। ପ୍ରଥମ ବିକଳ୍ପ ନିଜେ ନିଜକୁ ମନୋନୀତ କରିବା ପାଇଁ ଆବେଦନ କରୁଛନ୍ତି କିମ୍ବା ଆପଣ ଆଉ କାହାକୁ ଯଦି ମନୋନୀତ କରିବାକୁ ଚାହୁଁଛନ୍ତି ତେବେ ସେଇ ବିକଳ୍ପ ବାଛିବାକୁ ପଡ଼ିବ। ପରେ ଯେଉଁ ବ୍ୟକ୍ତିଙ୍କ ନାମ ଆବେଦନ କରାଯିବ ତାଙ୍କର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ। ୮୦୦ ଶବ୍ଦ ମଧ୍ୟରେ ସୁପାରିଶ କରାଯାଇଥିବା ବ୍ୟକ୍ତିଙ୍କ କ୍ଷେତ୍ର ବା ବିଭାଗରେ ଉଲ୍ଲେଖନୀୟ ଏବଂ ଅସାଧାରଣ ସଫଳତା ତଥା ସେବାକୁ  ବର୍ଣ୍ଣନା କରିବାକୁ ପଡ଼ିବ। ଏହି ବର୍ଣ୍ଣନା ସ୍ପଷ୍ଟ ଭାବରେ ପ୍ରକାଶ କରୁଥିବା ଆବଶ୍ୟକ, ଯେଉଁ ବ୍ୟକ୍ତିଙ୍କ ନାମ ଆବେଦନ ହେଉଛି ସେ ପୂର୍ବରୁ ପଦ୍ମ ପୁରସ୍କାର ପାଇଛନ୍ତି କି ନାଁ ତା ମଧ୍ୟ ସୂଚନା ଦେବାକୁ ପଡ଼ିବ। ଅନ୍ୟ କୌଣସି ପୁରସ୍କାର ପାଇଥିଲେ ତାହା ମଧ୍ୟ ଏଠାରେ ଉଲ୍ଲେଖ କରିବାକୁ ହେବ। ଫଟୋ ସହିତ ସମସ୍ତ ଦସ୍ତାବିଜ ଅପଲୋଡ କରିବାକୁ ହେବ।



Sponsored
Nominations for Padma Awards 2026 have start | Argus News