ଅଯୋଧ୍ୟାରେ ଆମିଷ ବିକ୍ରି ଉପରେ ଲାଗିବ ପ୍ରତିବନ୍ଧକ

Key Points
ଅଯୋଧ୍ୟାରେ ଆମିଷ ବିକ୍ରୀ ଉପରେ ଲାଗିବ ପ୍ରତିବନ୍ଧକ
ଅଯୋଧ୍ୟାର ପ୍ରମୁଖ ଧାର୍ମିକ ମାର୍ଗଗୁଡିକରେ ଆମିଷ ବିକ୍ରି ମନା
ଏଣିକି ଆମିଷ ବିକ୍ରି ନ କରିବା ପାଇଁ ନିର୍ଦ୍ଦେଶ
ଖିଲାପ କଲେ ମହାନଗର ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ
ଶ୍ରୀରାମ ନଗରୀ ଅଯୋଧ୍ୟାରେ ଆମିଷ ବିକ୍ରି ଉପରେ ଲାଗିବ ପ୍ରତିବନ୍ଧକ । ଅଯୋଧ୍ୟାର ପ୍ରମୁଖ ଧାର୍ମିକ ମାର୍ଗଗୁଡିକରେ ଏଣିକି ଆମିଷ ବିକ୍ରି ହୋଇପାରିବ ନାହିଁ । ରାମ ପଥ, ଭକ୍ତି ପଥ, ଧର୍ମ ପଥ ଏବଂ ଶ୍ରୀରାମ ଜନ୍ମଭୂମି ପଥ, ୧୪ କୋସି ପରିକ୍ରମା ମାର୍ଗ ଓ ପଞ୍ଚକୋସି ପରିକ୍ରମା ମାର୍ଗରେ ଆମିଷ ବିକ୍ରି ନ କରିବା ପାଇଁ କୁହାଯାଇଛି ।
ଆମିଷ ବିକ୍ରି ହେଉଥିବା ଦୋକାନକୁ ୭ ଦିନ ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖିଲାପ କଲେ ମହାନଗର ପକ୍ଷରୁ ନିଆଯିବ କାର୍ଯ୍ୟାନୁଷ୍ଠାନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜନତା ଦରବାର ଓ ସିଏମ ପୋର୍ଟାଲ୍ରେ ଶ୍ରୀରାମ ଜନ୍ମଭୂମିରେ ଆମିଷ ବିକ୍ରି ନ କରିବା ନେଇ ଅଭିଯୋଗ ହୋଇଆସୁଥିଲା।