Nora Summons / ସମନ ସତ୍ତ୍ୱେ ହାଜର ହେଲେନି ନୋରା, ଭର୍ତ୍ସନା କଲେ କୋର୍ଟ
·1 hour ago·2 min read

Key Points
ଅଭିନେତ୍ରୀ ନୋରାଙ୍କୁ ଭର୍ତ୍ସନା
ଭର୍ତ୍ସନା କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ
କୋର୍ଟରେ ହାଜର ହେବାକୁ ନୋରାଙ୍କୁ ହୋଇଥିଲା ସମନ
ସମନ ପାଇବା ପରେ ବି କୋର୍ଟରେ ହାଜର ହୋଇନାହାନ୍ତି ନୋରା

ନୂଆଦିଲ୍ଲୀ,୦୨/୧୧: ଅଭିନେତ୍ରୀ ନୋରାଙ୍କୁ ଭର୍ତ୍ସନା। ଭର୍ତ୍ସନା କରିଛନ୍ତି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୋମବାର ଦିନ ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର ହେବାର ଥିଲା। ସମନ ପାଇବା ସତ୍ତ୍ୱେ, ନୋରା କୋର୍ଟରେ ହାଜର ହୋଇନଥିଲେ, ଯାହା ଫଳରେ କୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି।
ଗ୍ଲାମର୍ ଦୁନିଆର ଚକ୍ମକ୍ ଆଲୋକ ପଛରେ ଲୁଚି ରହିଥିବା କଳା କାହାଣୀ ଏବଂ କୋଟି କୋଟି ଟଙ୍କାର ଠକେଇ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ନୋରା ଫତେହି। ୨୦୦ କୋଟି ଟଙ୍କାର ବହୁଚର୍ଚ୍ଚିତ ଠକେଇ ମାମଲାରେ ନୋରା ଫତେହିଙ୍କୁ ସମନ ଜାରି କରିଥିଲେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ। ଆଜି କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ପଢନ୍ତୁ ଏହି ଖବର: ଦେହରେ ଲିପଷ୍ଟିକ୍ ଲଗାଇ ଶିବାଙ୍କୁ ନାଚିବାକୁ ବାଧ୍ୟ କରୁଥିଲେ ଶ୍ରଦ୍ଧା !
ନୋରାଙ୍କୁ ଅଭିଯୁକ୍ତ ନୁହେଁ, ବରଂ ଅଭିଯୋଗକାରୀ ପକ୍ଷର ସାକ୍ଷୀ ଭାବରେ ଡକାଯାଇଥିଲା। ଚାର୍ଜସିଟରେ ତାଙ୍କ ନାମ ତୃତୀୟ ସାକ୍ଷୀ ଭାବରେ ଉଲ୍ଲେଖ ରହିଛି। ଏହି ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜଙ୍କ ନାମ ମଧ୍ୟ ପୂର୍ବରୁ ସାମ୍ନାକୁ ଆସିଥିଲା। ପୋଲିସ ଚାର୍ଜସିଟ୍ ଅନୁଯାୟୀ, ତଦନ୍ତ ସମୟରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହିଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଥିଲା। ବର୍ତ୍ତମାନ ସରକାରୀ ଓକିଲ କୋର୍ଟରେ ଏହାର ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ଉପସ୍ଥାପନ କରୁଛନ୍ତି। ନୋରାଙ୍କ ସାକ୍ଷ୍ୟ ଏହି ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ହୋଇପାରେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁକେଶ ଚନ୍ଦ୍ରଶେଖର ନିଜକୁ କେନ୍ଦ୍ର ସରକାରଙ୍କ ଅଧିକାରୀ ବୋଲି ପରିଚୟ ଦେଇ ଫୋର୍ଟିସ୍ ହେଲଥକେୟାରର ପ୍ରମୋଟର ଶିବିନ୍ଦର ମୋହନ ସିଂହଙ୍କ ପତ୍ନୀ ଅଦିତି ସିଂହଙ୍କଠାରୁ ପ୍ରାୟ ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି। ଜେଲରେ ରହି ମଧ୍ୟ ଫୋନ୍ ମାଧ୍ୟମରେ ମିଥ୍ୟା ପରିଚୟ ଦେଇ ସେ ଏହି ଠକେଇ କରିଥିବା ପୋଲିସ ଅଭିଯୋଗ କରିଛି।
Related Topics
Explore more stories