Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଉତ୍ତର ଭାରତରେ ଜଳ ପ୍ରଳୟ

Rashmita Mishra
Browse all articles by Rashmita Mishra
·10 months ago·1 min read
 ଉତ୍ତର ଭାରତରେ ଜଳ ପ୍ରଳୟ

Key Points

ବିପଦସଙ୍କେତ ଉପରେ ପ୍ରବାହିତ ଯମୁନା ଜଳ
ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି
ଘର, ଦ୍ବାର, ରାସ୍ତାଘାଟ, ଚାଷଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ
ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ଉତ୍ତର ଭାରତରେ ଜଳ ପ୍ରଳୟ । ଦିଲ୍ଲୀରେ ଯମୁନା ସାଜିଛି କାଳ । ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଯମୁନା ଜଳ । ବିଭିନ୍ନ ସ୍ଥାନରେ ଜମି ରହିଛି ପାଣି । ଘର, ଦ୍ବାର, ରାସ୍ତାଘାଟ ସବୁଠି ଜମିଛି ପାଣି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ହଜାର ହଜାର ସଂଖ୍ୟାରେ ଲୋକଙ୍କୁ କରାଯାଇଛି ସ୍ଥାନାନ୍ତର । ଅସ୍ଥାୟୀ ଟେଣ୍ଟରେ ରହୁଛନ୍ତି ବାସହରା ଲୋକ । ଗୀତା କଲୋନୀ ଶ୍ମଶାନ ଘାଟ, ନିଗମ ବୁଧ ଘାଟରେ ପ୍ରବଳ ପାଣି ଯୋଗୁଁ ବନ୍ଦ କରାଯାଇଛି ।

ପଞ୍ଜାବରେ ବି ପ୍ରଳୟ ରଚିଛି ବନ୍ୟା । ସବୁ ଜିଲ୍ଲାରେ ବନ୍ୟା ସ୍ଥିତି । କିଛି କିଛି ଅଞ୍ଚଳରେ ପ୍ରାୟ ୨୦ ଦିନ ହେବ ପାଣି ପଶିକି ରହିଛି । ଜଳବନ୍ଦୀ ହୋଇଛନ୍ତି ଲୋକେ । ଘର ଦ୍ବାର ସମେତ ଚାଷ ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟାଜଳ । ବର୍ଷକର ଫସଲ ପାଣିରେ ବୁଡ଼ି ରହିଛି । NDRF, SDRF, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର ଜାରି ରହିଛି । ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ସେହିପରି ପଞ୍ଜାବର ଫିରୋଜପୁରରେ ବନ୍ୟାଜଳ ପ୍ରବେଶ କରିଛି । ଯାହା ପାକିସ୍ତାନ ସୀମାକୁ ଲାଗି କରି ରହିଛି । ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାରେ ଥିବା ନିୟନ୍ତ୍ରଣରେଖା ବି ବୁଡ଼ି ଯାଇଛି । ୪-୫ ଫୁଟ୍‌ ଯାଏ ପାଣି ଜମି ରହିଛି । ଏଭଳି ପ୍ରତିକୂଳ ପରିସ୍ଥିତିରେ ବି ସେନା ପକ୍ଷରୁ ପାଟ୍ରୋଲିଂ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Flood Situation Across Districts: Water Havoc in North India | Argus News | Argus News