Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରବଳ ବର୍ଷା ପରେ କମିଲା ଉତ୍ତରଭାରତର ତାପମାତ୍ରା

Ritu Das
Browse all articles by Ritu Das
·2 years ago·1 min read
ପ୍ରବଳ ବର୍ଷା ପରେ କମିଲା ଉତ୍ତରଭାରତର ତାପମାତ୍ରା

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ସାରା ସମଗ୍ର ଦେଶର ତାପମାତ୍ରା । ଏଥିରୁ ବାଦ ପଡ଼ିନି ରାଜଧାନୀ ଦିଲ୍ଲୀ। ଏହା ମଧ୍ୟରେଏକ ଆଶ୍ଵସ୍ତିକର ଘଟଣା ସାମ୍ନାକୁ ଆସିଛି । ପ୍ରଚଣ୍ଡ ଗରମ ଭିତରେ ମଧ୍ୟ ରାଜଧାନୀ ଦିଲ୍ଲୀରେ ପବନ ସହ ପ୍ରବଳ ବର୍ଷା ହୋଇଛି । ଦିଲ୍ଲୀ ଏନସିଆର ସମେତ ଉତ୍ତରପ୍ରଦେଶରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହୋଇଛି। 

ପାଣିପାଗକୁ ନଜରରେ ରଖି ଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟର ୧୫ଟି ବିମାନ ଉଡାଣକୁ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି । ଭାରତୀୟ ପାଣିପାଗର ସୂଚନା ଅନୁସାରେ ଆସନ୍ତା ଗୁରୁବାର ଦିନ ପାଗ ଅନୁକୂଳ ରହିବାସହ ତାପମାତ୍ରା ୩୮ ଡିଗ୍ରୀ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ ଦିଲ୍ଲୀ-ଏନସିଆରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଆଗାମୀ ୭ ଦିନ ପର୍ଯ୍ୟନ୍ତ ଉତ୍ତରଭାରତ ସମେତ ଦିଲ୍ଲୀରେ ଗରମ ଅନୁଭୂତ ହେବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
North India | Argus News