Operation Sindoor: ଏୟାର ଚିଫ୍ ମାର୍ସଲଙ୍କ ଦାବିକୁ ଖଣ୍ଡନ କଲା ପାକିସ୍ତାନ !

Key Points
ଅପରେସନ୍ ସିନ୍ଦୁରରେ ଭାରତର ଯଦି ସାମାନ୍ୟ କ୍ଷତି ହୋଇଥିବା ନେଇ କେହି ପ୍ରମାଣ ରଖିଛନ୍ତି ତେବେ ନିଶ୍ଚୟ ଦେଖାନ୍ତୁ କହିଥିଲେ ଅଜିତ ଡୋଭାଲ ।
ପାକିସ୍ତାନ ବି କହିଲା 'ଆମର କିଛି ବି ଯୁଦ୍ଧ ବିମାନ ନଷ୍ଟ ହୋଇନି' । ଆଗରୁ ଭାରତ କହିଥିଲା ପାକିସ୍ତାନ ଆକ୍ରମଣରେ ଆମର କିଛି କ୍ଷତି ହୋଇନି । କୌଣସି ବିମାନ ନଷ୍ଟ ହୋଇନି । ଏହାର କୌଣସି ବି ପ୍ରମାଣ ନାହିଁ । ଏମିତିକି ଏନେଇ NSA ଅଜିତ ଡୋଭାଲ ଚ୍ୟାଲେଞ୍ଜ ମଧ୍ୟ ଦେଇଛନ୍ତି । ସେ କହିଥିଲେ ଅପରେସନ୍ ସିନ୍ଦୁରରେ ଭାରତର ଯଦି ସାମାନ୍ୟ କ୍ଷତି ହୋଇଥିବା ନେଇ କେହି ପ୍ରମାଣ ରଖିଛନ୍ତି ତେବେ ନିଶ୍ଚୟ ଦେଖାନ୍ତୁ ।
ଅନ୍ୟପଟେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି ପାକିସ୍ତାନର ୫ ଫାଇଟର ଜେଟ୍ ମାରି ଖାସାଇଛି ଭାରତ । ସେ କହିଛନ୍ତି, ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୫ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନକୁ ନଷ୍ଟ କରିଦେଇଛି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ ।
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶନିବାର ଦାବି କରିଛନ୍ତି "ଭାରତୀୟ ସଶସ୍ତ୍ର ବାହିନୀ ସାମ୍ପ୍ରତିକ ସଂଘର୍ଷ ସମୟରେ ସେମାନଙ୍କ ସେନାର କୌଣସି ବିମାନକୁ ଟାର୍ଗେଟ କିମ୍ବା ନଷ୍ଟ କରିପାରି ନାହିଁ। ସଂଘର୍ଷର ୩ ମାସ ପରେ ଭାରତ ପକ୍ଷରୁ ଏପରି କୁହାଯାଉଛି, କିନ୍ତୁ ସେତେବେଳେ ହିଁ ପାକିସ୍ତାନ ଏନେଇ ଉପଯୁକ୍ତ ତଥ୍ୟ ସହ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିଥିଲା । ଏଣୁ ଭାରତର ଏହି ଦାବି ଅବିଶ୍ବସନୀୟ ।"
ଶ୍ରୀ ସିଂହ କହିଥିଲେ ଯେ ଆମେ ଅତି କମରେ ପାଞ୍ଚଟି ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିବା ସୂଚନା ନିଶ୍ଚିତ କରିଛୁ, ଯେଉଁଥିରେ ଏକ ବଡ଼ ବିମାନ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଏକ ବିମାନ କିମ୍ବା ଏକ ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ୍ ସିଷ୍ଟମ୍ ହୋଇପାରେ, ଯାହାକୁ ପ୍ରାୟ ୩୦୦ କିଲୋମିଟର ଦୂରରୁ ଟାର୍ଗେଟ କରାଯାଇଥିଲା।'