|
logo
Live
Argus News App
GET APP

Argus News - ଏପର୍ଯ୍ୟନ୍ତ ଗୋଟିଏ ବି ଟ୍ରେନ ଏହି ରାଜ୍ୟକୁ ଯାଏ ନାହିଁ: ଟ୍ରାକ ନାହିଁକି ରେଳଷ୍ଟେସନ ନାହିଁ

National

ଏପର୍ଯ୍ୟନ୍ତ ଗୋଟିଏ ବି ଟ୍ରେନ ଏହି ରାଜ୍ୟକୁ ଯାଏ ନାହିଁ: ଟ୍ରାକ ନାହିଁକି ରେଳଷ୍ଟେସନ ନାହିଁ

Ritu Das
Browse all articles by Ritu Das
·2 years ago·2 min read
ଏପର୍ଯ୍ୟନ୍ତ ଗୋଟିଏ ବି ଟ୍ରେନ ଏହି ରାଜ୍ୟକୁ ଯାଏ ନାହିଁ: ଟ୍ରାକ ନାହିଁକି ରେଳଷ୍ଟେସନ ନାହିଁ

ଅର୍ଗସ ବ୍ୟୁରୋ: ଆମେରିକା, ଚୀନ ଏବଂ ରୁଷ ପରେ ଭାରତ ଏବେ ହେଉଛି ଦୁନିଆର ଚତୁର୍ଥ ସବୁଠାରୁ ବଡ଼ ରେଳ ନେଟଓ୍ବାର୍କ। ଭାରତୀୟ ରେଳବାଇକୁ ଦେଶର ପରିବହନ କ୍ଷେତ୍ରର ମେରୁଦଣ୍ଡ ମଧ୍ୟ କୁହାଯାଏ। ପ୍ରତିଦିନ ପ୍ରାୟ 2.5 କୋଟି ଯାତ୍ରୀ ଟ୍ରେନ୍ ଯୋଗେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତି। ଏଥି ସହିତ, ପ୍ରତିବର୍ଷ 800 କୋଟିରୁ ଅଧିକ ଯାତ୍ରୀ ରେଳ ସେଭର ଲାଭ ଉଠାନ୍ତି। କେବଳ ଏତିକି ନୁହେଁ, ରେଳବାଇ ସେମାନଙ୍କ ନେଟୱାର୍କକୁ ବହୁତ ଶୀଘ୍ର ବିସ୍ତାର କରୁଛି।

ଦେଶରେ ରେଳ ନେଟୱାର୍କର ଦ୍ରୁତ ବିକାଶ ସତ୍ତ୍ବେ ଏପରି ରାଜ୍ୟ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ କୌଣସି ଟ୍ରେନ୍‌ ଯାଏ ନାହିଁ। ଏପର୍ଯ୍ୟନ୍ତ ଏହି ରାଜ୍ୟରେ କ କୌଣସି ରେଳ ଟ୍ରାକ୍ କିମ୍ବା ରେଳ ଷ୍ଟେସନ୍ ନାହିଁ। ଜାତୀୟ ରାଜପଥ -10 ଏହି ରାଜ୍ୟକୁ ବାକି ଭାରତ ସହିତ ସଂଯୋଗ କରେ। ଆମେ ଉତ୍ତର-ପୂର୍ବ ସିକ୍କିମ୍ ରାଜ୍ୟ ବିଷୟରେ କହୁଛୁ। ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏଠାରେ ଟ୍ରେନ୍ ସେବା ଉପଲବ୍ଧ ନାହିଁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ଫେବୃଆରୀରେ ସିକ୍କିମର ପ୍ରଥମ ରେଳ ଷ୍ଟେସନ ରେଙ୍ଗପୋର ଶିଳାନ୍ୟାସ କରିଛନ୍ତି। ଏହି ରେଳ ଷ୍ଟେସନ ମଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଏହି ରେଳ ଷ୍ଟେସନ ସମାପ୍ତ ହେବା ପରେ ଗାଙ୍ଗଟୋକରୁ ନାଥୁ ଲାଲ ସୀମା ପର୍ଯ୍ୟନ୍ତ ଏବଂ ସିକ୍କିମ-ଚୀନ୍ ସୀମା ପର୍ଯ୍ୟନ୍ତ ଏକ ଶକ୍ତିଶାଳୀ ରେଳ ନେଟୱାର୍କ ସୃଷ୍ଟି ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିକ୍କିମରେ ରେଳ ଲାଇନ ପ୍ରକଳ୍ପ 2022 ରେ ଅନୁମୋଦିତ ହୋଇଥିଲା। ଏହି ପ୍ରକଳ୍ପ ଅଧୀନରେ ସିଭୋକ ଏବଂ ରେଙ୍ଗପୋ ମଧ୍ୟରେ ପ୍ରାୟ 44.96 କିଲୋମିଟର ରେଳ ଲାଇନ ନିର୍ମାଣ କରାଯାଉଛି। ଏଥିରେ, 38.65 କିଲୋମିଟର ଲାଇନ ଟନେଲ ମଧ୍ୟରେ ଅତିକ୍ରମ କରିବ। ଏହାବ୍ୟତୀତ 2.25 କିଲୋମିଟର ଲମ୍ବା ଲାଇନ ବ୍ରିଜ୍ ଉପରେ ରହିବ। ଯେଉଁଠି 4.79 କିଲୋମିଟର ଷ୍ଟେସନ ୟାର୍ଡଗୁଡ଼ିକର କଟିଙ୍ଗ୍ ଫିଲିଙ୍ଗ ହେବ। 

ସିଭୋକ-ରଙ୍ଗପୋ ମଧ୍ୟରେ ଟ୍ରେନ ୧୪ଟି ଷୁଡ଼ଙ୍ଗ ଦେଇ ଅତିକ୍ରମ କରିବ। ଏଥିରେ ସବୁଠାରୁ ଦୀର୍ଘତମ ଷୁଡଙ୍ଗର ଲମ୍ବ ହେଉଛି ୫.୩୦ କିମି ଏବଂ ସବୁଠୁ ଛୋଟ ଷୁଡଙ୍ଗ ହେଉଛି ୫୩୮ ମିଟର। ସିବୋକ-ରଙ୍ଗପୋ ମଧ୍ୟରେ ୫ ରେଳଷ୍ଟେସନ ନିର୍ମାଣ କରାଯିବ। ଓ୍ବେଷ୍ଟବେଙ୍ଗଲର ସିଭୋକରୁ ରଙ୍ଗପୋ ପର୍ଯ୍ୟନ୍ତ ଟ୍ରେନ୍ ଚାଲିବା ଦ୍ବାରା ରାଜଧାନୀ ଗ୍ୟାଙ୍ଗଟକରେ ପହଞ୍ଚିବା ସହଜ ହେବ। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
ଏପର୍ଯ୍ୟନ୍ତ ଗୋଟିଏ ବି ଟ୍ରେନ ଏହି ରାଜ୍ୟକୁ ଯାଏ ନାହିଁ: ଟ୍ରାକ ନାହିଁକି ରେଳଷ୍ଟେସନ ନାହିଁ | Argus News