କେବଳ ଶୀକ୍ଷେତ୍ର ନୁହେଁ ଦେଶର ବିଭିନ୍ନ ସ୍ଥାନର ଧୂମଧାମରେ ପାଳନ ହୋଇଛି ବାହୁଡାଯାତ୍ରା

ନୂଆଦିଲ୍ଲୀ: କେବଳ ଶୀକ୍ଷେତ୍ର ନୁହେଁ ଦେଶର ବିଭିନ୍ନ ସ୍ଥାନର ଧୂମଧାମରେ ପାଳନ ହୋଇଛି ବାହୁଡାଯାତ୍ରା । ଦିଲ୍ଲୀର ହାଉଜ୍ ଖାସ ଜଗନ୍ନାଥ ମନ୍ଦିର ରଥଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଏଥିସହ ରାଜଧାନୀ ସମେତ କଟକ, କୋରାପୁଟ, କେନ୍ଦ୍ରାପଡା, ବାରିପଦାର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇ ମହାବାହୁଙ୍କ ରଥକୁ ଟାଣି ଟାଣି ନେଇଥିଲେ । ବିଶ୍ବର ଉଚ୍ଚତମ ରଥ କୁହାଯାଉଥିବା କେନ୍ଦୁଝରର ରଥ ଟାଣିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ନୂଆଦିଲ୍ଲୀରେ ଓଡିଶା ପରମ୍ପରା ଓ ସଂସ୍କୃତିର ଅନନ୍ୟ ନିଦର୍ଶନ। ନୀଳାଚଳ ସେବା ସଂଘ ଦ୍ବାରା ହାଉଜଖାସ୍ ଜଗନ୍ନାଥ ମନ୍ଦିରରେ ହର୍ଷ ଉଲ୍ଲାସର ପାଳିତ ହୋଇଛି ବାହୁଡାଯାତ୍ରା । ଅପରାହ୍ନ ୩ଟାରୁ ଚତୁଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ଦିରର ପ୍ରତିଷ୍ଠାତା ରବୀନ୍ଦ୍ର ପ୍ରଧାନ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା । ସୁସଜ୍ଜିତ ରଥକୁ ମନ୍ଦିର ପରିସରରୁ ଅରବିନ୍ଦ ମାର୍କେଟ ପର୍ଯ୍ୟନ୍ତ ନିଆଯାଇଥିଲା। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଏହି ଅବସରରେ ଜଗନ୍ନାଥ ସଂସ୍କୃତିର ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା । ଘଣ୍ଟଘଣ୍ଟା ଧ୍ବନି ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ ।
ସେପଟେ କୋଲକାତାର ବ୍ରିଗେଡ୍ ପରେଡ୍ ମଇଦାନ ଗୁଣ୍ଡିଚା ରୋଡରେ ଜୟ ଜଗନ୍ନାଥ ସ୍ବରରେ ଏକାକାର ହୋଇଥିଲା ରଥପଥ । ରଥାରୁଢ ତିନି ଠାକୁରଙ୍କୁ ତିନି ରଥରେ ପାର୍କଷ୍ଟ୍ରୀଟର ଜବାହାରଲାଲ ନେହୁରୁ ରୋଡ, ଧର୍ମତାଲା, ଏସ୍ଏନ୍ ବାନାର୍ଜୀ ରୋଡ, ମୌଲାଲି ସିଆଇଟି ରୋଡ, ପାର୍କ ସର୍କସ, ସେକ୍ସପିୟର ସରଣୀ ଦେଇ ଇସ୍କନ ମନ୍ଦିର ସମ୍ମୁଖକୁ ନିଆଯାଇଥିଲା । ଅନେକ ଶ୍ରଦ୍ଧାଳୁଙ୍କ ସହ ବିଦେଶିନୀ ମାନେ ବର୍ଷାର ଭିଜି ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।
📱 Get Argus News App
✨ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଚଳଚଞ୍ଚଳ ହୋଇଛି ରାଜଧାନୀ। ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଛନ୍ତି ମହାପ୍ରଭୁ। ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଶେଷ ହୋଇଛି ରାଜଧାନୀ ପ୍ରସିଦ୍ଧ ଇସ୍କନ ମନ୍ଦିର ବାହୁଡ଼ା ଯାତ୍ରା। ନିର୍ଦ୍ଧାରିତ ସମୟ ରେ ରଥ ମାଉସୀ ମା' ମନ୍ଦିରରୁ ବାହାରି ଇସ୍କନ ପରିସରରେ ପହଞ୍ଚିଥିଲା। ...କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ବର୍ଷାରେ ଭିଜି ଭିଜି ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ରଥ ଟାଣିଛନ୍ତି । ମହିଳା ଶ୍ରଦ୍ଧାଳୁମାନେ ସୁଭଦ୍ରାଙ୍କ ପହଣ୍ଡି କରିବା ସହ ତାଙ୍କ ରଥ ଟାଣିଥିଲେ । କେନ୍ଦୁଝରରେ ବିଶ୍ବର ଉଚ୍ଚତମ ରଥ ଟାଣିବାକୁ ଶ୍ରଦ୍ଧାଳୁମାନଙ୍କ ବିଶେଷ ଭିଡି ଦେଖିବାକୁ ମିଳିଥିଲା । ମାଉସୀମା ମନ୍ଦିରରୁ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ଟାଣି ନିଆଯାଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର