Videos
|
National

'ବିଜେପିରେ ଯୋଦ ଦେଇ ବେଶ ଖୁସି ଲାଗୁଛି'

Smruti Parija
Browse all articles by Smruti Parija
·2 years ago·1 min read
'ବିଜେପିରେ ଯୋଦ ଦେଇ ବେଶ ଖୁସି ଲାଗୁଛି'

ଅର୍ଗସ ବ୍ୟୁରୋ: ପ୍ରସିଦ୍ଧ ଗାୟିକା ଅନୁରାଧା ପୌଡୱାଲ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଉ ଯୋଗ ଦେଉ ଦେଉ କହିଛନ୍ତି ବିଜେପିରେ ଯୋଦ ଦେଇ ବେଶ ଖୁସି ଲାଗୁଛି । ମୁଁ ସେହି ଲୋକମାନଙ୍କ ସହ ଯୋଗ ଦେଉଛି ଯେଉଁମାନଙ୍କର ସନାତନ ଧର୍ମ  ସହିତ ଗଭୀର ସମ୍ପର୍କ ରହିଛି । ବିଜେପିରେ ଯୋଗ ଦେବା ପାଇଁ ପରମ ସୌଭାଗ୍ୟ । ସନାତନୀଙ୍କ ପାଇଁ ବିଜେପି ବହୁତ ଭଲ କାମ କରୁଛି ବୋଲି କହିଛନ୍ତି ଅନୁରାଧା ପୌଡୱାଲ୍ ।  

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ଯାହା ମୋ ଜୀବନର ସ୍ୱପ୍ନ ଥିଲା । ସେଥିପାଇଁ ମତେ ଏମିତି ଲାଗୁଛି ମୁଁ ଠିକ୍ ଜାଗାରେ ଅଛି ବୋଲି କହିଛନ୍ତି ଅନୁରାଧା । 

ଅନୁରାଧା ପାଉଡୱାଲ ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଗାୟିକ । ଚଳଚ୍ଚିତ୍ର ଜଗତ ପରେ ସେ ଏବେ ଭଜନ ଗୀତ ଗାଇ ନିଜର ପରିଚୟ ସୃଷ୍ଟି କରୁଛନ୍ତି । ଅନୁରାଧା, ଅକ୍ଟୋବର 27, 1954 ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଅମିତାଭ ବଚ୍ଚନ ଏବଂ ଜୟା ପ୍ରଦାଙ୍କ ଅଭିନୀତ 1973 ଚଳଚ୍ଚିତ୍ର 'ଅଭିମାନ'ରୁ ତାଙ୍କ ସିଙ୍ଗିଗ୍ ଆରମ୍ଭ କରିଥିଲେ । ଅନୁରାଧା ପୌଡୱାଲଙ୍କୁ ଫିଲ୍ମ ଫେୟାର ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ପାଞ୍ଚ ଦଶନ୍ଧି ଧରି ଚାଲିଥିବା କ୍ୟାରିଅରରେ ଅନୁରାଧା ପୌଡୱାଲ ଗୁଜୁରାଟୀ, ହିନ୍ଦୀ, କନ୍ନଡ, ମରାଠୀ, ସଂସ୍କୃତ, ବଙ୍ଗାଳୀ, ତାମିଲ, ତେଲୁଗୁ, ଓଡିଆ, ଆସାମ, ପଞ୍ଜାବୀ, ଭୋଜପୁରୀ, ନେପାଳୀ ଏବଂ 9,000 ରୁ ଅଧିକ ଗୀତ ଏବଂ 1,500 ରୁ ଅଧିକ ଭଜନ ଗାଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...