Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଵରିଷ୍ଠ ନାଗରିକମାନଙ୍କ ପାଇଁ ଏହି ନୂଆ ନିୟମ

Rashmita Mishra
Browse all articles by Rashmita Mishra
·2 years ago·1 min read
ଵରିଷ୍ଠ ନାଗରିକମାନଙ୍କ ପାଇଁ ଏହି ନୂଆ ନିୟମ

ଅର୍ଗସ ବ୍ୟୁରୋ: ବର୍ତ୍ତମାନ ୬୫ ଵର୍ଷ ରୁ ଅଧିକ ବ୍ୟକ୍ତି ସ୍ୱାସ୍ଥ୍ୟ ବୀମା ପଲିସି କିଣିପାରିବେ ।ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ (IRDAI) ବୀମାକାରୀଙ୍କୁ ସମସ୍ତ ବୟସ ବର୍ଗଙ୍କୁ ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ନୂଆ ନିୟମ କରିଛି । 
ବର୍ତ୍ତମାନ ୬୫ ବର୍ଷରୁ ଅଧିକ ଲୋକ ନୂତନ ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରିବାକୁ ସକ୍ଷମ ହେବେ । ଵରିଷ୍ଠ ନାଗରିକମାନଙ୍କ ପାଇଁ ଏହି ନୂଆ ନିୟମ କରାଯାଇଛି । 
ଏହାପୂର୍ବରୁ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ  କିଣିବାକୁ ଅନୁମତି ଦିଆଯାଇନଥିଲା । କିନ୍ତୁ ଏପ୍ରିଲ ୧,୨୦୨୪ ରୁ କାର୍ଯ୍ୟକାରୀ ହୋଇଥିବା ପରିବର୍ତ୍ତନଗୁଡିକ ବର୍ତ୍ତମାନ ଯେକୌଣସି ବ୍ୟକ୍ତିବିଶେଷଙ୍କୁ ସ୍ୱାସ୍ଥ୍ୟ ବୀମା ପଲିସି କ୍ରୟ କରିବାକୁ ସକ୍ଷମ ହୋଇଛନ୍ତି 
ନୂତନ ସ୍ୱାସ୍ଥ୍ୟ ବୀମା ନିୟମ :-
ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ ବୀମାକାରୀଙ୍କୁ ପାଇଁ ସ୍ୱାସ୍ଥ୍ୟ ବୀମା  ସମସ୍ତ ବୟସ ବର୍ଗଙ୍କୁ ଯୋଗାଇବ ।ବୀମାକାରୀମାନେ ସ୍ଵତନ୍ତ୍ର ଭାବରେ ବରିଷ୍ଠ ନାଗରିକ, ଛାତ୍ର, ଶିଶୁ, ମାତୃତ୍ୱ ଏବଂ ଯେ କୌଣସି ରୋଗରେ ଆକ୍ରାନ୍ତ ଥିଵା ଵ୍ୟକ୍ତି ପାଇଁ ସ୍ଵାସ୍ଥ୍ୟ ବୀମା ପଲିସି କରିପାରିବେ।ଏଭଳି ରୋଗଗୁଡ଼ିକ ପଲିସି କିଣିବାରେ ବାଧକ ହୋଇପାରିବ ନାହିଁ। ସେହିପରି ପୂର୍ବସ୍ଥିତି ସର୍ତ୍ତ ଆଗରୁ ୪୮ ମାସ ଥିବାବେଳେ ଏବେ ଏହାକୁ ୩୬ ମାସକୁ ହ୍ରାସ କରାଯାଛି।
 IRDAI ଦ୍ଵାରା ଏହି ନୂତନ ନିଷ୍ପତ୍ତି ଭାରତରେ ଏକ ସ୍ୱାସ୍ଥ୍ୟସେବାର ଇକୋସିଷ୍ଟମ୍ ସୃଷ୍ଟି କରିବା ଏବଂ ବୀମା ଯୋଗାଉଥିଵା  କମ୍ପାନୀଗୁଡିକୁ ସେମାନଙ୍କର ଅଫରକୁ ଵଢାଇଵା । ତେଵେ ଏହି ଜୋଯନା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଚ। 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored