ଏବେ ହ୍ବାଟ୍ସଆପ ଜରିଆରେ ମେଟ୍ରୋ କାର୍ଡ ରିଚାର୍ଜ କରିପାରିବେ
·2 years ago·1 min read

ଅର୍ଗସ ବ୍ୟୁରୋ: ଆପଣ ଭାବୁଥିବେ ଖାଲି ହ୍ବାଟ୍ସଆପରେ ଆପଣ ଚାଟିଂ କରିବେ ନା ନା ମେଟ୍ରୋବାସୀଙ୍କ ପାଇଁ ଖୁସି ଖବର। ଏବେ ହ୍ବାଟ୍ସଆପ ୟୁଜର୍ସ ମାନେ ଦିଲ୍ଲୀ ମେଟ୍ରୋ କାର୍ଡ ଆପ ଜରିଆରେ ଆପଣଙ୍କ କାର୍ଡ ରିଚାର୍ଜ କରିପାରିବେ। ଏଥିପାଇଁ ୟୁଜର୍ସଙ୍କୁ ୯୬୫୦୮୫୫୮୦୦ ରେ ଟେକ୍ଟ କରିବାକୁ ପଡ଼ିବ। ଏହାପରେ ହିନ୍ଦୀ କିମ୍ବା ଇଂରାଜୀ ଭାଷା ଆପଣଙ୍କୁ ଚୟନ କରିବାକୁ ପଡ଼ିବ। ଏହାପରେ ଆପଣଙ୍କୁ ସ୍ମାର୍ଟ କାର୍ଡ ଟପଅପ୍ରେ ଟ୍ୟାପ କରିବାକୁ ପଡ଼ିବ। ତା'ପରେ ଆପଣଙ୍କୁ କ୍ଲିକ here ଅପ୍ସନରେ କ୍ଲିକ କରିବାକୁ ପଡ଼ିବ। ଯେଉଁଥିରେ ୟୁଜର୍ସଙ୍କୁ DMRC ଟିକେଟ ବୁକିଂ କରିବାକୁ ପଡ଼ିବ।
ଏହାପରେ ସ୍ମାର୍ଟ କାର୍ଡ ନମ୍ବର ଏବଂ ରିଚାର୍ଜ ଆମାଉଣ୍ଟ ଦେବାକୁ ପଡ଼ିବ। ଶେଷରେ ଆପଣଙ୍କୁ UPI ଜରିଆରେ କିମ୍ବା ଅନ୍ୟ କୌଣସି ଉପାୟରେ ଆପଣ ମେମେଣ୍ଟ କରିପାରିବେ। ଏଥିରେ ସର୍ବନିମ୍ନ ଦାମ ରହିଛି ୧୦୦ ଟଙ୍କା। ୟୁଜର୍ସମାନଙ୍କୁ ୦.୪୦ ପ୍ରତିଶତ ଡେବିଟ କାର୍ଡରେ ଏବଂ ୧.୧୦ ପ୍ରତିଶତ କ୍ରେଡିଟ କାର୍ଡରେ ଶୁଳ୍କ ଦେବକୁ ପଡ଼ିବ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: