Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସର୍ବଦଳୀୟ ବୈଠକ ପୂର୍ବରୁ ମୋଦିଙ୍କୁ ଭେଟିଲେ ଡୋଭାଲ

Smruti Parija
Browse all articles by Smruti Parija
·1 year ago·1 min read
ସର୍ବଦଳୀୟ ବୈଠକ ପୂର୍ବରୁ ମୋଦିଙ୍କୁ ଭେଟିଲେ ଡୋଭାଲ

ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଡୋଭାଲ । ସେନା ସୁରକ୍ଷାକୁ ନେଇ ପ୍ରାଧାନମନ୍ତ୍ରୀଙ୍କ ବାସଭବନରେ ଦୀର୍ଘ 50 ମିନିଟ୍ ଧରି ଆଲୋଚନା କରିଛନ୍ତି । ରଣନୈତିକ ଷ୍ଟ୍ରାଟେଜି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବା ସହ ସୀମା ସୁରକ୍ଷା ନେଇ ସୂଚନା ଦେଇଛନ୍ତି ଅଜିତ ଡୋଭାଲ ।


ଅପରେସନ ‘ସିନ୍ଦୂର’ପରେ ସଂସଦ ଭବନରେ ସର୍ବଦଳୀୟ ବୈଠକ ବସିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଗୃହମନ୍ତ୍ରୀ ଅମିତ ଶାହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁଙ୍କ ସହ ବହୁ ବରିଷ୍ଠ ନେତା ଏଥିରେ ଉପସ୍ଥିତ ଥିଲେ । ଏହି ବୈଠକରେ ପହଲଗାମର ପ୍ରତିଶୋଧ ନେଇ ସବୁ ଦଳକୁ ଜଣାଇଛନ୍ତି କେନ୍ଦ୍ର ସରକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଘଡ଼ିସନ୍ଧି ମୁହୂର୍ତ୍ତରେ ପୂରା ସମର୍ଥନ ରହିଛି କହିଲେ AICC ସଭାପତି । ରାହୁଲ ଗାନ୍ଧି ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ ରହିଛି ବୋଲି କହିଛନ୍ତି ।


ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । 'ଅପରେସନ୍ ସିନ୍ଦୂର'ର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ । ସୀମାରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବାବେଳେ କ'ଣ ରହିବ ଭାରତର ପରବର୍ତ୍ତୀ ପଦକ୍ଷେପ । ଏହା ଉପରେ ପୁରା ବିଶ୍ୱର ନଜର ଥିବାବେଳେ ଆଗାମୀ ରଣନୀତି କଣ ହେବ ତାହାକୁ ଦେଖିବାର କଥା ।

Sponsored
nsa-ajit-doval-meets-pm-modi-over-operation-sindoor | Argus News