Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କ୍ୟାଲେଣ୍ଡର-୨୦୨୩ରେ ଏନଏସଇ (NSE)ର ରେକର୍ଡ ସଫଳତା

National

କ୍ୟାଲେଣ୍ଡର-୨୦୨୩ରେ ଏନଏସଇ (NSE)ର ରେକର୍ଡ ସଫଳତା

Ritu Das
Browse all articles by Ritu Das
·2 years ago·2 min read
କ୍ୟାଲେଣ୍ଡର-୨୦୨୩ରେ ଏନଏସଇ (NSE)ର ରେକର୍ଡ ସଫଳତା

ଅର୍ଗସ ବ୍ୟୁରୋ: ୨୦୨୩ କ୍ୟାଲେଣ୍ଡର ବର୍ଷ ଆଜି ଶେଷ ହେବା ସହିତ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଡିସେମ୍ବର 2023 ସୁଦ୍ଧା 8.5 କୋଟି ନିବେଶକଙ୍କ ଆଧାରରେ ପହଞ୍ଚି ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏକ ଆଶ୍ବସ୍ତିକର ଖବର ହେଉଛି ଯେ, ସେପ୍ଟେମ୍ବର ୨୦୨୩ ସୁଦ୍ଧା ଆଠ ମାସ ମଧ୍ୟରେ ନିବେଶକଙ୍କ ଆଧାର ଏକ କୋଟି ବୃଦ୍ଧି ପାଇଛି।

ଡିସେମ୍ବର ୨୯,୨୦୨୩ ସୁଦ୍ଧା 90 ଲକ୍ଷ ନିବେଶକଙ୍କ ସହ ମୋଟ ପଞ୍ଜୀକୃତ ନିବେଶକଙ୍କ ଭାବେ ଉତ୍ତରପ୍ରଦେଶ ଦ୍ୱିତୀୟ ସ୍ଥାନ ହାସଲ କରିଛି ଯେଉଁଠାରେ ସମଗ୍ର ଭାରତର 99.85% ପିନକୋଡରୁ ପଞ୍ଜୀକରଣ କରାଯାଇଛି।

ତେଇଶ ନିବେଶକ ସେବା କେନ୍ଦ୍ର (ISC) କୁ ନେଇ ସମୁଦାୟ ୪୨ଟି କେନ୍ଦ୍ର ସୃଷ୍ଟି କରାଯାଇଛି। ନିଫ୍ଟି 50 ସେପ୍ଟେମ୍ବର 11, 2023 ରେ 20,000 ପଏଣ୍ଟ ଏବଂ ଡିସେମ୍ବର 8, 2023 ରେ 21,000 ପଏଣ୍ଟ ଛୁଇଁଲା ଏବଂ ଡିସେମ୍ବର 2023 ଶେଷ ସୁଦ୍ଧା 21,731 ରେ ବନ୍ଦ ହୋଇଗଲା ଯାହା 20% ରିଟର୍ଣ୍ଣ ଅଟେ।
2023 ମସିହାରେ NSE ର ବଜାର ପୁଞ୍ଜିକରଣ 29% ବୃଦ୍ଧି ହୋଇ 361 ଲକ୍ଷ କୋଟି (US $ 4.34 ଟ୍ରିଲିୟନ) ରେ ପହଞ୍ଚିଛି ଯେଉଁଠାରେ ଭାରତର ବଜାର ପୁଞ୍ଜିକରଣ 4 ଟ୍ରିଲିୟନ ଡଲାର ଅତିକ୍ରମ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (NSE) ଏମର୍ଜ ସୂଚୀଭୁକ୍ତ କମ୍ପାନି ଗୁଡ଼ିକର ବଜାର ପୁଞ୍ଜିକରଣ ପ୍ରଥମଥର ପାଇଁ ୧ଲକ୍ଷ କୋଟି ଟଙ୍କା ଟପିଛି। ୨୦୧୨ରେ ଏହା ପ୍ରଥମ ଥର ପାଇଁ ଏହା ପ୍ଲାଟଫର୍ମ ଆରମ୍ଭ ହୋଇଥିଲା। NSE ଇମର୍ଜରେ ମୋଟ ୪୦୯ କମ୍ପାନି ୮୨୯୦ କୋଟି ଟଙ୍କା ଉଠାଣ କରିଥିବାବେଳେ ସୂଚୀଭୁକ୍ତ ସଂଖ୍ୟା ୪୦୦ ଟପିଛି। ୨୦୨୩ରେ ୫୮ ମୁଖ୍ୟ ଲିଷ୍ଟିଂ ଦ୍ବାରା ମୋଟ ପାଣ୍ଠି ବ୍ୟବସ୍ଥା ୧୩.୫୪ ଲକ୍ଷ କୋଟି ଥିବାବେଳେ ୪୯,୨୭୩ କୋଟି ଟଙ୍କା ଉଠାଣ ହୋଇଛି। ସାମାଜିକ ଷ୍ଟକ ଏକ୍ସଚେଞ୍ଜ (SSE) ରେ ଏସଜିବିଏସ ଉନ୍ନତି ଫାଉଣ୍ଡେସନ ପ୍ରଥମଥର ପାଇଁ ସୂଚୀଭୁକ୍ତ ହୋଇଛି। ସେହିଭଳି ୪୧ରୁ ଅଧିକ ଏନପିଓ ଏସଏସଇରେ ପଞ୍ଜୀକୃତ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Sponsored
NSE's record | Argus News