Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦାୟିତ୍ୱରୁ ହଟିଲେ ଏନଟିଏର ଡିଜି ସୁବୋଧ ସିଂ

ଅର୍ଗସ ବ୍ୟୁରୋ:  ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଭିତରେ ଏନଟିଏର ଡିଜି ସୁବୋଧ ସିଂଙ୍କୁ ଦାୟିତ୍ବରୁ ହଟାଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଦୀପ ସିଂ ଖାରୋଲାଙ୍କୁ ଦାୟିତ୍ବ ଦିଆଯାଇଛି । ପ୍ରଦୀପ ସିଂ ଏବେ ଇଣ୍ଡିଆନ୍ ଟ୍ରେଡ୍ ପ୍ରମୋସନ୍ ଅର୍ଗାନାଇଜେସନର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି । ଏଥିସହ ତାଙ୍କୁ ଏନଟିଏର ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ଏନଟିଏ ପରୀକ୍ଷାକୁ ତ୍ରୁଟିଶୂନ୍ୟ, ସ୍ବଚ୍ଛତା ଓ ସୁପରିଚାଳନା ପାଇଁ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଇସ୍ରୋର ପୂର୍ବତନ ମୁଖ୍ୟ କେ. ରାଧାକ୍ରିଷ୍ଣନନଙ୍କ ଅଧ୍ୟକ୍ଷତାରେ ଏକ ୭ଜଣିଆ କମିଟି ଗଠନ କରାଯାଇଛି ।

ଇସ୍ରୋର ପୂର୍ବତନ ଚେୟାରମ୍ୟାନ୍ କେ. ରାଧାକ୍ରିଷ୍ଣନନଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି କମିଟି ଦୁଇ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପରିଚାଳନା ଓ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିବ। ଆଜି ହେବାକୁ ଥିବା NEET-ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥଗିତ ହୋଇଛି । ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ NBE । ଏନଟିଏ ପରୀକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ଅଣାଯାଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଉଚ୍ଚସ୍ତରୀୟ କମିଟି ଗଠନ ହେଉଛି ପ୍ରଥମ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored