Videos
|
National

କ୍ଷେତରେ ଲାଗିଲା ସିସିଟିଭ, ଉଡିଲା ଡ୍ରୋନ

Smruti Parija
Browse all articles by Smruti Parija
·1 year ago·2 min read
 କ୍ଷେତରେ ଲାଗିଲା ସିସିଟିଭ, ଉଡିଲା ଡ୍ରୋନ

Key Points

ମାତିଛନ୍ତି ନ୍ୟୁଡ୍ ଗାଙ୍ଗ୍

ଉଲଗ୍ନ ହୋଇ ଆସୁଛନ୍ତି...ମହିଳାଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି


ମାତିଛନ୍ତି ନ୍ୟୁଡ୍ ଗାଙ୍ଗ୍ । ଉଲଗ୍ନ ହୋଇ ଆସୁଛନ୍ତି...ମହିଳାଙ୍କୁ ଅପହରଣ କରିବାକୁ ଚେଷ୍ଟା କରୁଛନ୍ତି । ଯାହା ଏବେ ଉତ୍ତରପ୍ରଦେଶର ମେରଠ ଦୌରାଲାରେ ଆତଙ୍କ ଖେଳାଇଛି । ଗତ ପାଞ୍ଚ ଦିନ ମଧ୍ୟରେ ଚାରୋଟି ଘଟଣା ସାମ୍ନାକୁ ଆସିଛି । ଯାହା ଯୋଗୁଁ ମହିଳାମାନେ ଏବେ କ୍ଷେତ ମଧ୍ୟ ଦେଇ କାମକୁ ଯିବାକୁ ବି ଭୟ କରୁଛନ୍ତି ।


ଜଣେ ଯୁବତୀ କ୍ଷେତକୁ କାମ କରିବାକୁ ଯିବା ସମୟରେ ନ୍ୟୁଡ୍ ଗ୍ୟାଙ୍ଗର ଜଣେ ଯୁବକ ତାଙ୍କୁ ଟାଣି ନେବାକୁ ଚେଷ୍ଟା କରିଥିଲା । ଯୁବତୀ ଜଣଙ୍କ ଚିତ୍କାର କରିବାରୁ ସେଠାରୁ ସେ ଦୌଡି ପଳାଇଥିଲା । ଏପରି ବାରମ୍ବାର ଘଟିବା ପରେ ୟୁପି ପୋଲିସ ଏବେ ହାଇଟେକ୍ ଉପାୟରେ ଅଭିଯୁକ୍ତଙ୍କୁ ଖୋଜୁଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରକୃତରେ, ଗତ କିଛି ଦିନ ଧରି ମେରଠର ଭାରାଲା ଅଞ୍ଚଳରେ ଅଜଣା ଆକ୍ରମଣକାରୀ ଆତଙ୍କ ସୃଷ୍ଟି କରୁଛନ୍ତି । ଅଭିଯୋଗ ହେଉଛି ଯେ ଏହି ଆକ୍ରମଣକାରୀମାନେ ଉଲଗ୍ନ ହୋଇ କ୍ଷେତକୁ ଏକା ଯାଉଥିବା ମହିଳାଙ୍କୁ ଟାଣି ନେବାକୁ ଚେଷ୍ଟା କରନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଚାରି ଜଣ ମହିଳା ସେମାନଙ୍କର ଶିକାର ହୋଇଛନ୍ତି ।


ସୌଭାଗ୍ୟବଶତଃ, ସମସ୍ତ ମହିଳା ନିଜକୁ ମୁକ୍ତ କରି ଖସି ପଳାଇବାରେ ସଫଳ ହୋଇଛନ୍ତି । ଶନିବାର ସକାଳ ପ୍ରାୟ ସାଢ଼େ ୯ଟାରେ ମଧ୍ୟ ସମାନ ଘଟଣା ଘଟିଥିଲା । ମହିଳା ଜଣକ ପାଟି କରିବାରୁ ଗାଁ ଲୋକେ କ୍ଷେତକୁ ଦୈଡି ଯାଇଥିଲେ । ଆଉ ଏ ସମସ୍ତ କଥା ପୋଲିସକୁ ଜଣାଇଥିଲେ । କ୍ଷେତକୁ ଘେରାବନ୍ଦୀ କରି ଏକ ସର୍ଚ୍ଚ ଅପରେସନ ମଧ୍ୟ କରାଯାଇଥିଲା, କିନ୍ତୁ ଅଭିଯୁକ୍ତମାନେ ଖସି ପଳାଇଛନ୍ତି । କ୍ଷେତ ଉପରେ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରାଯାଉଛି । ଗ୍ରାମବାସୀ କହିଛନ୍ତି ଯେ ଆକ୍ରମଣକାରୀମାନେ କ୍ଷେତର କୌଣସି ସ୍ଥାନରେ ଲୁଚି ରହିଛନ୍ତି । ଯେଉଁଥିପାଇଁ ପୋଲିସ ଡ୍ରୋନ ବ୍ୟବହାର କରି କ୍ଷେତଗୁଡ଼ିକୁ ତଲାସ କରିଥିଲା କିନ୍ତୁ ପୋଲିସକୁ କୌଣସି ସଫଳତା ମିଳିଲା ନାହିଁ ।


ଏବେ ପୋଲିସ ଅଞ୍ଚଳର ନିର୍ଜନ ରାସ୍ତା ଏବଂ ଚାଷ ରାସ୍ତାରେ ସିସି ଟିଭି କ୍ୟାମେରା ଲଗାଇବା ମଧ୍ୟ ଆରମ୍ଭ କରିଛି । ଯାହା ଦ୍ଵାରା ଆକ୍ରମଣକାରୀମାନେ କ୍ୟାମେରା ପରିସରରେ ଆସିପାରିବେ ।

nude-gang-terror-in-meerut-argus-news | Argus News