Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା

Smruti Parija
Browse all articles by Smruti Parija
·1 year ago·1 min read
ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା

Key Points

ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ହୁ ହୁ ହୋଇ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ହଜାରେ ଟପିଲା କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳ ୮ଟା ସୁଦ୍ଧା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୯ରେ ପହଁଚିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦିଲ୍ଲୀର ସ୍ଥିତି ଚିନ୍ତାଜନକ ପାଲଟିଛି । ଏବେ ରାଜଧାନୀ ଦିଲ୍ଲୀରେ ୧୦୪ କରୋନା ଆକ୍ରାନ୍ତ ଅଛନ୍ତି । ସ୍ବାସ୍ଥ୍ୟ ବିଭାଗ ଅନୁସାରେ କେରଳରେ ୪୩୦, ମହାରାଷ୍ଟ୍ରରେ ୨୦୯, କର୍ଣ୍ଣାଟକରେ ୪୭, ହରିୟାଣାରେ ୮୩ କରୋନା ରୋଗୀ ଚିହ୍ନଟ ହେଲେଣି ।


କେରଳରେ ସବୁଠୁ ବେଶୀ ୪୩୦ ସକ୍ରିୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମହାରାଷ୍ଟ୍ରରେ ୨୦୯, ଦିଲ୍ଲୀରେ ୧୦୪, ଗୁଜରାଟରେ ୮୩, କର୍ଣ୍ଣାଟକରେ ୪୭, ଉତ୍ତରପ୍ରଦେଶରେ ୧୫ ଏବଂ ପଶ୍ଚିମବଙ୍ଗରେ ୧୨ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବର୍ତ୍ତମାନ ଚୀନ, ସିଙ୍ଗାପୁର, ହଂକଂ ଓ ଥାଇଲ୍ୟାଣ୍ଡରେ ବେଲଗାମ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର କାରଣ ହେଉଛି JN-1 ଭାରିଆଣ୍ଟର ଦ୍ରୁତ ଗତିରେ ସଂକ୍ରମଣ । ୩ ମେ ସୁଦ୍ଧା ସପ୍ତାହେ ମଧ୍ୟରେ ସିଙ୍ଗାପୁରରେ ୧୪ ହଜାର୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ସପ୍ତାହରେ ୧୧ ହଜାର ୧୦୦ରେ ପହଁଚିଥିଲା ଏହି ସଂଖ୍ୟା । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସଂଖ୍ୟାରେ ମଧ୍ୟ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ଏନେଇ ଲୋକଙ୍କୁ ଅଧିକ ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀ । ହଂକଂରେ ମଧ୍ୟ କରୋନା ସଂକ୍ରମଣ ବଢିଚାଲିଛି । ଗତ ଏକ ସପ୍ତାହରେ ୩୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ହେଲଥ୍‌ ଅଫିସର । ଭାରତରେ ବର୍ତ୍ତମାନ ଭୂତାଣୁ ଭୟ କମ୍ ରହିଥିଲେ ମଧ୍ୟ ଲୋକେ ସତର୍କ ହେବା ଜରୁରୀ ହୋଇ ପଡିଛି ।


Sponsored
number-of-covid-cases-has-crossed-the-thousands | Argus News