Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତୃତୀୟ ଦିନରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ଉତ୍ସାହିତ ପ୍ରବାସୀ ଓଡ଼ିଆ 

Smruti Parija
Browse all articles by Smruti Parija
·1 year ago·1 min read
ତୃତୀୟ ଦିନରେ ପ୍ରଧାନମନ୍ତ୍ରୀଙ୍କ ଆଗମନ ନେଇ ଉତ୍ସାହିତ ପ୍ରବାସୀ ଓଡ଼ିଆ 

ନୂଆଦିଲ୍ଲୀ: ଓଡ଼ିଶା ପର୍ବର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗମନ ନେଇ ଉତ୍ସାହିତ ପ୍ରବାସୀ ଓଡ଼ିଆ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସୁଥିବାରୁ ଅଧିକ ଭିଡ଼ ଆଶା କରୁଛନ୍ତି ଆୟୋଜକ । ତୃତୀୟ ଦିନରେ ଓଡ଼ିଶାର ୩୫ ଟି ଷ୍ଟାଟ ଅପ୍ ଯୋଗ ଦେଇଛନ୍ତି ।

ଓଡ଼ିଶା ବାହାରେ ସେମାନଙ୍କ ବେପାର ବାଣିଜ୍ୟ ପାଇଁ ଓଡ଼ିଶା ପର୍ବ ବଡ଼ ସୁଯୋଗ ଦେଇଛି ବୋଲି ସେମାନେ କହିଛନ୍ତି । ଦିଲ୍ଲୀ ଦରବାରରେ ସେମାନଙ୍କୁ ନିଜ ନିଜର ଷ୍ଟାର୍ଟ ଅପ୍ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଆ ସମାଜକୁ ଧନ୍ୟବାଦ ଦେଇଛନ୍ତି । Textile, ଦକ୍ଷତା ବିକାଶ, କୃଷି, ପର୍ଯଟନ, ପ୍ରଯୁକ୍ତିବଦ୍ୟା, ବିଦ୍ୟୁତ୍ ଚାଳିତ ଗାଡ଼ି,  milk production, ମତ୍ସ ଚାଷ ଆଦି ଉପରେ କାର୍ଯ କରୁଥିବା start app ମାନେ ନିଜ ନିଜର start ଅପ୍ ପ୍ରଦର୍ଶନ କରିଛନ୍ତି ।

ଉତ୍ତରପ୍ରଦେଶ, ସୁନ୍ଦରଗଡ଼, ଭୁବନେଶ୍ୱର, କେନ୍ଦୁଝର, ପୁରୀ, କଳାହାଣ୍ଡି, ବ୍ରହ୍ମପୁର ଆଦି ସ୍ଥାନରୁ ୩୫ ଟି ଓଡ଼ିଆ start ଅପ୍ ଓଡ଼ିଶା ପର୍ବରେ ଅଂଶଗ୍ରହଣ କରିଛନ୍ତି । ଏହାସହ ଅପରାହ୍ନରେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odia diaspora excited about PM's arrival on third day-of-odisha-parba | Argus News