Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାଷାକୁ ମାରି ଭାଷା ସମ୍ମିଳନୀ ଆୟୋଜନ !

Smruti Parija
Browse all articles by Smruti Parija
·2 years ago·2 min read
ଭାଷାକୁ ମାରି ଭାଷା ସମ୍ମିଳନୀ ଆୟୋଜନ !

Key Points

  • ସୀମାନ୍ତରେ ମରୁଛି ଓଡ଼ିଆ ଭାଷା 
  • ଓଡ଼ିଶା ସରକାରଙ୍କ ଅବହେଳାରୁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ହେଉଛି ସଙ୍କୁଚିତ
  • ଦୁଇ ବର୍ଷ ଧରି ଦରମା ପାଇ ନାହାନ୍ତି ଓଡ଼ିଆ ଶିକ୍ଷକ
  • ଗୋଟିଏ ପଟେ ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ଲୋପ ପାଇଁ ଷଡ଼ଯନ୍ତ୍ର !
  • ଅନ୍ୟପଟେ ଭାଷା ସମ୍ମିଳନୀ ନାଁରେ ବାହାବାଃ ନେବାକୁ ବିଜେଡି ସରକାରଙ୍କ ଉଦ୍ୟମ
  • ଭାଷା ସୁରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ବଡ଼ ପ୍ରଶ୍ନ

ଅର୍ଗସ ବ୍ୟୁରୋ: ବିଚ୍ଛିନ୍ନାଞ୍ଚଳରେ ସଂକଟରେ ଓଡ଼ିଆ ଭାଷା । ଆପଣ ଦେଖୁଥିବା ଏ ଅଞ୍ଚଳ ହେଉଛି ଓଡ଼ିଶା ସୀମାକୁ ଲାଗିକରି ଥିବା ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ଜିଲ୍ଲାର । ଏଠି ଓଡ଼ିଆ ସ୍କୁଲ ଅଛି, ପିଲା ଆସୁଛନ୍ତି, କିନ୍ତୁ ପାଠପଢ଼ା କଥା କହିଲେ ନାନା ଅବ୍ୟବସ୍ଥା। ନା ପିଲାଙ୍କୁ ପାଠ୍ୟ ପୁସ୍ତକ ମିଳୁଛି ନା ପିଲାଙ୍କୁ ପଢ଼ାଇବାକୁ ଅଛନ୍ତି ଆବଶ୍ୟକ ସଂଖ୍ୟାରେ ଓଡ଼ିଆ ଶିକ୍ଷକ । ଓଡ଼ିଆ ସ୍କୁଲ, କିନ୍ତୁ ଏଠାରେ ଓଡ଼ିଆ ପଢ଼ାଉଛନ୍ତି ଅଣଓଡ଼ିଆ ଶିକ୍ଷକ । 

କେବଳ ପୂର୍ବ ସିଂହଭୂମ ନୁହେଁ ଏବେ ଝାଡ଼ଖଣ୍ଡରେ ଥିବା ସଢ଼େଇକଳା -ଖରସୁଆଁ , ପଶ୍ଚିମ ସିଂହଭୂମ ଆଦି ସବୁ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାରେ ସମାନ ଅବସ୍ଥା। ପୂର୍ବରୁ ଏସବୁ ଅଞ୍ଚଳ ଥିଲେ ଓଡ଼ିଶାର ଅଂଶ। ଝାଡ଼ଖଣ୍ଡରେ ରହନ୍ତି ପ୍ରାୟ ୨୦ ଲକ୍ଷ ଓଡ଼ିଆ। ଓଡ଼ିଆ ପିଲାଙ୍କ ୧୭୦ରୁ ଅଧିକ ଓଡ଼ିଆ ବିଦ୍ୟାଳୟ ଥିବା ବେଳେ ଏବେ ଏହି ସଂଖ୍ୟା ମାତ୍ର ୪୦ରୁ ୫୦ଟି । ଦଶକ ଦଶକ ଧରି ଓଡ଼ିଆ ସ୍କୁଲରେ ପାଠ ପଢୁଛନ୍ତି ଏଠାକାର ପିଲା । କିନ୍ତୁ ଏବେ ସଂକଟରେ ଏ ସ୍କୁଲ ଗୁଡ଼ିକର ଅସ୍ଥିତ୍ବ । ଏହା ପଛରେ ରହିଛି ଝାଡ଼ଖଣ୍ଡ ସରକାରଙ୍କ ସହ ଓଡ଼ିଶା ସରକାରଙ୍କ ଅବହେଳା ଓ ଉଦାସୀନତା ଏବଂ ଉତ୍କଳ ସମ୍ମିଳନୀର ବିବାଦୀୟ ଭୂମିକା। ଏହି ସ୍କୁଲଗୁଡ଼ିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି, ଶିକ୍ଷକଙ୍କୁ ଦରମା ଦେବା ଓ ପାଠ୍ୟ ପୁସ୍ତକ ଯୋଗାଇବା ଦାୟିତ୍ବ ଉତ୍କଳ ସମ୍ମିଳନୀକୁ ଦେଇଛନ୍ତି ଓଡ଼ିଶା ସରକାର । କିନ୍ତୁ ବିଡ଼ମ୍ବନା ଏଠାକାର ଓଡ଼ିଆ ଶିକ୍ଷକମାନେ 20 ମାସ ହେଲା ପାଇନାହାନ୍ତି ଦରମା । 

ନିକଟେ ପୁରୀରେ ଓଡ଼ିଆ ଭାଷା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଲା। ପୁଣି ଫେବୃୟାରୀ ୩ ତାରିଖରୁ ଭୁବନେଶ୍ବରରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରି ଓଡ଼ିଆ ଭାଷା ସୁରକ୍ଷା ଦିଗରେ ବେଶ୍ ତତ୍ପର ଥିବା ପ୍ରଚାର କରୁଛନ୍ତି ବିଜେଡି ସରକାର। କିନ୍ତୁ ବିଚ୍ଛିନ୍ନାଞ୍ଚଳର ଏ ସ୍କୁଲ ଗୁଡ଼ିକର ଅବସ୍ଥା ଖୋଲିଦେଉଛି ରାଜ୍ୟ ସରକାରଙ୍କ ଅସଲ ମୁଖା। ଅନ୍ୟପଟେ ରାଜ୍ୟ ସରକାର ପର୍ଯ୍ୟାପ୍ତ ପାଣ୍ଠି ଠିକ୍ ସମୟରେ ଦେଉନଥିବା କହିଛନ୍ତି ଉତ୍କଳ ସମ୍ମିଳନୀର ସଦସ୍ୟ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ହେଉ କି ପଶ୍ଚିମବଙ୍ଗ। ଏ ସବୁ ରାଜ୍ୟର ସୀମାକୁ ଲାଗିଥିବା ଓଡ଼ିଶାର ଗାଁ ଗୁଡ଼ିକରେ ଏବେ ସଂକଟରେ ପଡ଼ିଛି ଓଡ଼ିଆ ଭାଷା।  ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ବିଚ୍ଛିନ୍ନାଞ୍ଚଳରେ  ଓଡ଼ିଆ ଭାଷା ସଙ୍କୁଚିତ ହେଉଛି । ପ୍ରଶ୍ନ ଉଠୁଛି ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ କାହା ପାଇଁ ?  ବିଛିନ୍ନାଚଂଳରେ ଓଡ଼ିଆ ଭାଷା ଲୋପ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି କି ରାଜ୍ୟ ସରକାର? 

Sponsored
odia-language-in-danger | Argus News