Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

West Bengal Case / ପଶ୍ଚିମବଙ୍ଗ ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା

Banajyotshna Ray
Browse all articles by Banajyotshna Ray
·9 months ago·2 min read
ପଶ୍ଚିମବଙ୍ଗ ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା

Key Points

ପଶ୍ଚିମବଙ୍ଗ ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା
କ୍ରାଇମ୍‌ ସିନ୍‌ରେ ପୁରୁଷ ବନ୍ଧୁକୁ ନେଇ ପୋଲିସର ଛାନଭିନ୍
ଗିରଫ ୫ ଅଭିଯୁକ୍ତଙ୍କୁ ନେଇ ବି କରାଗଲା ସିନ୍‌ ରିକ୍ରିଏସନ୍
ପୁରୁଷ ବନ୍ଧୁ ଓ୍ବାସିଫ ଅଲ୍ଲୀର ଭୂମିକା ନେଇ ବଢୁଛି ସନ୍ଦେହ
ଗଣଦୁଷ୍କର୍ମରେ ଥିଲା କି ତାର ସମ୍ପୃକ୍ତି, ଅଟକ ରଖି ଜେରା କରୁଛି ପୋଲିସ


ଅପ୍ପୁ ବାଉରୀ, ଫିର୍ଦ୍ଦୋସ ଶେଖ୍, ଶେଖ୍ ରିଆଜୁଦ୍ଦିନ, ନସିରୁଦ୍ଦିନ ଓ ସଫିକ୍ ଗୁଲ୍ । ଏ 5 ଅଭିଯୁକ୍ତ ହେଲେ ସେହି ଦୁର୍ବୃତ୍ତ ଯେଉଁମାନେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦେଇଥିଲେ ନିର୍ଯାତନା । ବନ୍ଧା ହୋଇଥିବା ଏ 5 ଅଭିଯୁକ୍ତଙ୍କୁ ନେଇ ଆଜି ସେଦିନର କ୍ରାଇମ୍ ସିନ୍ ରି କ୍ରିଏସନ କରିଛି ପୋଲିସ । କେମିତି ପୁରା ଘଟଣା ଘଟିଲା, କେତେବେଳେ ଯୁବତୀଙ୍କୁ ଡାକିଲେ, କେଉଁ ରାସ୍ତାରେ ଯାଇଥିଲେ ତମାମ ଘଟଣାର ସିନ ରିକ୍ରିଏସନ କରାଯାଇଛି । ଆଉ ଇଏ ହେଉଛି ଓ୍ବାସିଫ ଅଲ୍ଲୀ, ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କ ପୁରୁଷ ବନ୍ଧୁ । ଯାହା ସହ ସେଦିନ ହଷ୍ଟେଲରୁ ବାହାରକୁ ଯାଇଥିଲେ ପୀଡ଼ିତା । ପୁରା ଘଟଣାରେ ସନ୍ଦେହ ଘେରରେ ଏ ପୁରୁଷ ବନ୍ଧୁ ୱାସିଫ୍ ଅଲ୍ଲୀର ଭୂମିକା । କାରଣ ସେଦିନ ରାତିରେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ୱାସିଫ୍ ହିଁ ଜିଦ୍ ଧରିଥିଲା । ତେଣୁ ଯୋଜନା ବଦ୍ଧ ଭାବେ ପୀଡ଼ିତାଙ୍କୁ ବାହାରକୁ ଆସିବାକୁ ବାଧ୍ୟ କରିଥିଲା କି ପୁରୁଷ ବନ୍ଧୁ ? ଗଣଦୁଷ୍କର୍ମରେ ସାମିଲ 5 ଦୁର୍ବୃତ୍ତଙ୍କ ସହ ତାର ସମ୍ପର୍କକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ ।

ଘଟଣାଦିନ ରାତିରେ ଜେରା କରିବା ପରେ ୱାସିଫକୁ ଛାଡ଼ି ଦେଇଥିଲା ପୋଲିସ। ଏଣୁ ପଶ୍ଟିମବଙ୍ଗ ପୋଲିସର ଭୂମିକା ବି ଆସିଛି ବିବାଦ ଘେରକୁ । ଏବେ ତାକୁ ଅଟକ ରଖି ଜେରା କରୁଛି ପୋଲିସ । ଦିନକ ତଳେ ଝିଅର ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିଲେ ପୀଡ଼ିତାଙ୍କ ବାପା। ମମତା ସରକାର ସହଯୋଗ କରୁନଥିବା ଏବଂ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଥିବା ଆଣିଥିଲେ ଅଭିଯୋଗ । ଝିଅକୁ ଓଡ଼ିଶା ନେଇ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଅନୁରୋଧ। ସେପଟେ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଏବଂ ବାପାଙ୍କ ସହ କଥା ହୋଇଥିବା କହିଛନ୍ତି ବାଲେଶ୍ବର ଜିଲ୍ଲାପାଳ ।


ଏଥିସହ ପଢ଼ନ୍ତୁ: ମମତାଙ୍କ ପୋଲ ଖୋଲିଦେଲେ ବାଂଶୁରୀ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଶାସନର ଟିମ୍ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି, ଏବେ ବି ସେଠାରେ ଅଛନ୍ତି ବାଲିଆପାଳ ବିଡିଓ । ପୀଡ଼ିତା ଓ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି ସରକାର । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇସାରିଥିବାବେଳେ ସେମାନଙ୍କୁ କଠୋର ଦଣ୍ଡବିଧାନ ପାଇଁ କେମିତି ତଦନ୍ତ ଆଗକୁ ବଢ଼ାଉଛି, ଚାର୍ଜସିଟ୍ ପ୍ରସ୍ତୁତ କରୁଛି ବେଙ୍ଗଲ ପୋଲିସ ତା ଉପରେ ନଜର।


ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Sponsored
West Bengal Case | Odia Medical Student Raped in Durgapur, West Bengal |Argus News | Argus News