Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପିର ଦିଲ୍ଲୀ ବିଜୟ ପଛରେ ଓଡ଼ିଆ ଭୋଟରଙ୍କର ବଡ଼ ଭୂମିକା

National

ବିଜେପିର ଦିଲ୍ଲୀ ବିଜୟ ପଛରେ ଓଡ଼ିଆ ଭୋଟରଙ୍କର ବଡ଼ ଭୂମିକା

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେପିର ଦିଲ୍ଲୀ ବିଜୟ ପଛରେ ଓଡ଼ିଆ ଭୋଟରଙ୍କର ବଡ଼ ଭୂମିକା

Key Points

ବିଜେପିର ଦିଲ୍ଲୀ ବିଜୟ ପଛରେ ଓଡ଼ିଆ ଭୋଟରଙ୍କର ବଡ଼ ଭୂମିକା
ଦିଲ୍ଲୀର ୧୪ ଆସନରେ ପ୍ରଭାବୀ ରହିଛି ଓଡ଼ିଆ ଭୋଟରଙ୍କ ସଂଖ୍ୟା
ଓଡ଼ିଆଙ୍କୁ ଏକାଠି କରିବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଥିଲା ବଡ଼ ରୋଲ
ପ୍ରବାସୀ ଓଡିଆ ସଂଙ୍ଗଠନଙ୍କୁ ନେଇ ଗଠନ କରିଥିଲେ ଓଡ଼ିଆ ସେଲ
ଓଡ଼ିଆ ସଂସଦମାନେ ବି ଦିଲ୍ଲୀରେ ଜନସଭା ସହ କରିଥିଲେ ପ୍ରଚାର
ଅଧିକାଂଶ ଓଡ଼ିଆ ବହୁଳ ଆସନରେ ବିଜେପି ପ୍ରାର୍ଥୀଙ୍କ ବାଜିମାତ୍

ଦିଲ୍ଲୀରେ ବିଜେପିର ଏହି ଐତିହାସିକ ବିଜୟ ପଛରେ ଓଡ଼ିଶା ଭୋଟରଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା। ଦେଶର ରାଜଧାନୀରେ ପ୍ରାୟ 14 ଲକ୍ଷ ଓଡ଼ିଆ ରହୁଥିବା ବେଳେ ସେଥିରୁ ଅଛନ୍ତି ପ୍ରାୟ 8ଲକ୍ଷ ଭୋଟର। ଦିଲ୍ଲୀର ହଜଖାସ, ଗ୍ରୀନ ପାର୍କ, ରୋହିଣୀ, ଝିଲିମିଲି, ମୁନିରକା, ସପୁର୍ଜହାଟ, ଗ୍ରୀନପାର୍କ, ମାଲବୀୟ ନଗର, ସଂଗମ ଗାଁ , କଟୱାରିଆସରାଇ, ସାହାପୁରଜାଟ ଭିଲେଜ, ଆୟା ନଗର, ମୟୂରବିହାର ଓ ଦ୍ବାରକା ଭଳି ପ୍ରମୁଖ ସ୍ଥାନରେ ଓଡ଼ିଆ ଭୋଟରଙ୍କ ପ୍ରଭାବ ଅଧିକ। ତେବେ ସେମାନଙ୍କୁ ଏକାଠି କରି ବିଜେପି ସପକ୍ଷରେ ଆଣିବା ଲାଗି ବଡ଼ ଯୋଜନା ପ୍ରସ୍ତୁତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ପ୍ରବାସୀ ଓଡିଆ ସଂଙ୍ଗଠନ କୁ ନେଇ ଓଡ଼ିଆ ସେଲ ଗଠନ କରିଥିଲେ ଧର୍ମେନ୍ଦ୍ର। ଓଡ଼ିଆ ଭୋଟରଙ୍କୁ ନେଇ ଅନେକ ବୈଠକ କରିବା ସହ ସମସ୍ତଙ୍କୁ ଏଜଜୁଟ କରିବାକୁ ଲଗାତାର ପ୍ରୟାସ କରିଥିଲେ। ସେଥିପାଇଁ ନିର୍ବାଚନ ଫଳ ଆସିବା ପରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ ପ୍ରବାସୀ ଓଡ଼ିଆ। ଆଉ ଦିଲ୍ଲୀରେ ବିଜେପିର ବିଜୟ ସହ ।


କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର ସାଂସଦମାନେ ବି ଦିଲ୍ଲୀର ଓଡ଼ିଆ ବହୁଳ ଅଞ୍ଚଳରେ କରିଥିଲେ ଜୋରଦାର ପ୍ରଚାର। ବିଭିନ୍ନ ଜନସଭା ଆୟୋଜନ କରି ଓଡ଼ିଆ ଭୋଟରଙ୍କୁ ବିଜେପି ସପକ୍ଷରେ ଆଣିବାକୁ କରିଥିଲେ ପ୍ରୟାସ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ମାଲବ୍ୟନଗରରେ ବିଜୟୀ ବିଧାନସଭା ପ୍ରାର୍ଥୀ ସତୀଶ ଉପାଧ୍ୟାୟ ଙ୍କ ପାଇଁ ପଦଯାତ୍ରା, ସଙ୍ଗମ ଗାଁରେ ବିଜୟୀ ପ୍ରାର୍ଥୀ ଅନିଲ ଶର୍ମାଙ୍କ ପାଇଁ ଜନସଭା, ଗ୍ରେଟରକୈଳାଶ ଶିଖା ରାୟ ଙ୍କ ପାଇଁ ଜନ ସଭା କରିଥିଲେ। ଏଥିସହ ନୂଆଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ଓଡ଼ିଆଙ୍କୁ ଏକାଠି କରି ବୈଠକ କରିଥିଲେ। ସାଂସଦ ଭର୍ତୁହରି ମହତାବ, ବଳଭଦ୍ର ମାଝୀ, ଅନନ୍ତ ନାୟକ, ପ୍ରଦୀପ ପୁରୋହିତ, ପ୍ରତାପ ଷଡ଼ଙ୍ଗୀ, ମାଳବିକା ଦେବୀ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଦିଲ୍ଲୀରେ ନିର୍ବାଚନ ପ୍ରଚାରରେ ବି ହୋଇଥିଲେ ସାମିଲ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦିଲ୍ଲୀରେ ବିଜେପିର ବିଜୟ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ‘ଆମ ଆଦମୀ’ ପାର୍ଟିର ଭ୍ରଷ୍ଟ ଶାସନରେ ଦିଲ୍ଲୀବାସୀ ବହୁତ କଷ୍ଟରେ ଥିଲେ । ଆପଦା ସରକାରରେ ଜନସାଧାରଣ ଉନ୍ନତମାନର ରାସ୍ତା, ସ୍ୱଚ୍ଛ ପାନୀୟ ଜଳ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ଆଜିର ଜନାଦେଶ ଦ୍ବାରା ୧୦ ବର୍ଷ ଧରି ଦିଲ୍ଲୀବାସୀଙ୍କୁ ଭ୍ରମରେ ରଖୁଥିବା ଲୋକଙ୍କ ମୁଖା ଫିଟିଛି । ବିକାଶର ବିଜୟ ଓ ଅହଙ୍କାରର ପରାଜୟ ହୋଇଛି ।




Sponsored
Odia voters play a big role in BJP's Delhi victory | Argus News