Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

AC ନେଇଗଲା ଗୋଟିଏ ପରିବାରର ୩ ଜୀବନ

Rashmita Mishra
Browse all articles by Rashmita Mishra
·10 months ago·1 min read
AC ନେଇଗଲା ଗୋଟିଏ ପରିବାରର ୩ ଜୀବନ

Key Points

ଘରେ ଏସି ଚଲାଇ ଶୋଇଥିଲେ ସାରା ପରିବାର। ହଠାତ୍‌ ACରେ ହେଲା ବିସ୍ଫୋରଣ। ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି ।

AC ନେଇଗଲା ୩ ଜୀବନ। ଘରେ ଏସି ଚଲାଇ ଶୋଇଥିଲେ ସାରା ପରିବାର। ହଠାତ୍‌ ACରେ ହେଲା ବିସ୍ଫୋରଣ। ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣଙ୍କର ମୃତ୍ୟୁ ହୋଇଛି । ହରିୟାଣାର ଫରିଦାବାଦର ଗ୍ରୀନ୍ ଫିଲ୍ଡ କଲୋନୀରେ ଦୁଃଖର ବାତାବରଣ ଖେଳିଯାଇଛି ।

ସୋମବାର ଭୋର ୩ଟାରେ ଏହି ଘଟଣା ଘଟିଥିଲା । ସାରା ପରିବାର ନିଜ ନିଜ ରୁମ୍‌ରେ ଶୋଇଥିଲେ। ଏସିରେ ନିଆଁ ଲାଗି ଧୂଆଁ ଯୋଗୁଁ ଘର ଭିତରେ ନିଶ୍ୱାସ ନେବା କଷ୍ଟକର ହୋଇଗଲା । ଧୀରେ ଧୀରେ ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କ ଝିଅ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି କିନ୍ତୁ ସେମାନଙ୍କ ପୁଅ ବାଲକୋନିରୁ ଡେଇଁ ବିସ୍ଫୋରଣରୁ ବଞ୍ଚିଗଲେ, କିନ୍ତୁ ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି ।

ଏହାପରେ ସ୍ଥାନୀୟ ଲୋକମାନେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଗ୍ରୀନ ଫିଲ୍ଡ କଲୋନି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଅଗ୍ନିଶମ ବିଭାଗ ବହୁ ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିଛି ଗୁରୁତର ଆହତ ହୋଇଥିବା ପୁଅକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tragedy: AC Claims 3 Lives of a Family in Odisha | Argus News | Argus News