Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଓଡିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର୍ ଲେସ୍

Smruti Parija
Browse all articles by Smruti Parija
·1 year ago·2 min read
ଓଡିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର୍ ଲେସ୍

କମିବ ବିଦ୍ୟୁତ୍ ବିଲ୍ । ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା । ଖାଲି ସେତିକି ନୁହେଁ ଓଡିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର୍ ଲେସ୍ । ଓଡିଶା ବିଧାନସଭାରେ ନୂତନ ଜ୍ଞାନ କୌଶଳ ବ୍ୟବହାର ହେଉଥିବାବେଳେ ଦିଲ୍ଲୀରେ ମଧ୍ୟ ଏହି ପନ୍ଥା ଆପଣାଇବେ ସରକାର ।


ତେବେ ଏନେଇ ଓଡ଼ିଶା ଗସ୍ତରେ ଆସିଛନ୍ତି ଦିଲ୍ଲୀ ବିଧାନସଭାର ପ୍ରତିନିଧି ଦଳ । ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆସିଛନ୍ତି ଟିମ୍ । ଦିଲ୍ଲୀ ବିଧାନସଭାର ଦେଖିବାକୁ ମିଳିବ ଓଡ଼ିଶା ମଡେଲ । ଓଡ଼ିଶା ବିଧାନସଭା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ୍ । ଦିଲ୍ଲୀ ବିଧାନସଭାରେ ବ୍ୟବହାର ହେବ Neva ଆପ୍ଲିକେସନ । ଓଡ଼ିଶା ବିଧାନସଭାରେ ଡିଜିଟାଲ ଆସେମ୍ୱଲି ବା Neva ଆପ୍ଲିକେସନ କାର୍ଯ୍ୟକାରିତାକୁ ଷ୍ଟଡି କରିଛନ୍ତି ଦିଲ୍ଲୀ ବିଧାନସଭାର ପ୍ରତିନିଧି ମଣ୍ଡଳୀ । ଦିଲ୍ଲୀ ବିଧାନସଭାକୁ ଡେପୁଟେସନରେ ଯିବେ ଓଡ଼ିଶା ବିଧାନସଭାର ଟେକ୍ନିକାଲ ଟିମ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରିବା ପାଇଁ ପରାମର୍ଶ ଦେବେ ଓଡ଼ିଶା ବିଧାନସଭାର ଏହି ଟିମ୍ । ଏହି ଅବସରରେ ଦିଲ୍ଲୀ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମୋଦିଙ୍କ ଭିଜନ - ଡିଜିଟାଲ ଇଣ୍ଡିଆନ ଏବଂ ଗୋ ଗ୍ରୀନ । ଦିଲ୍ଲୀ ବିଧାନସଭାକୁ ଡିଜିଟାଲ କରାଯିବ । ଓଡ଼ିଶା ବିଧାନସଭାରେ ନୂତନ ଜ୍ଞାନ କୌଶଳ ବ୍ୟବହାର ହେଉଛି । ତେଣୁ ଓଡ଼ିଶା ଭଳି ଦିଲ୍ଲୀ ବିଧାନସଭା ବି ହେବ ପେପର ଲେସ । ଏହାସହ ସୌର ଶକ୍ତିରେ ଚାଲିବ ଦିଲ୍ଲୀ ବିଧାନସଭା । ଏଥିପାଇଁ 100 ଦିନର ଟାର୍ଗେଟ ରଖାଯାଇଛି । କାରଣ ଦିଲ୍ଲୀ ବିଧାନସଭାରେ ବର୍ଷକୁ 2 କୋଟି ଟଙ୍କାର ବିଦ୍ୟୁତ୍ ବିଲ ଖର୍ଚ୍ଚ ହେଉଛି । ତେଣୁ 500 kv ର ସୋଲାର ସିଷ୍ଟମ ଦିଲ୍ଲୀ ବିଧାନସଭା ଛାତରେ ଲଗାଯିବ । ଦିଲ୍ଲୀର ପୂର୍ବ ସରକାର ବିଧାନସଭାରେ Neva କାର୍ଯ୍ୟକାରୀ କରାଇ ଦେଉନଥିଲେ । ଏବେ ସରକାର ବଦଳିବା ପରେ ଉନ୍ନତ ପଦକ୍ଷେପକୁ ଆପଣାଇବେ ନୂଆ ସରକାର ।

Sponsored
odisha-assembly-technical-team-to-go-on-deputation-to-delhi-assembly | Argus News