ମହାକୁମ୍ଭରୁ ଫେରୁଥିବା ବେଳେ ଓଲଟିଲା ଓଡ଼ିଶା ବସ୍, ୩ ମୃତ

ମହାକୁମ୍ଭରୁ ଫେରୁଥିବା ବେଳେ ପୁଣି ଏକ ବସ୍ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ ସହିତ ଧକ୍କା ହୋଇଥିବା ଶ୍ରଦ୍ଧାଳୁଙ୍କ ବସ୍ । ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ସିମଲିୟା ଅଞ୍ଚଳର କରାଡିଆ ନିକଟରେ ହୋଇଛି । ଏମାନଙ୍କୁ କୋଟାର ହସପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରଦ୍ଧାଳୁମାନେ ମହାକୁମ୍ଭରୁ ମଧ୍ୟପ୍ରଦେଶ ମନ୍ଦସୋରକୁ ଫେରୁଥିଲେ ।
ସୂଚନାନୁଯାୟୀ ଶ୍ରଦ୍ଧାଳୁ ଭର୍ତ୍ତିଥିବା ବସ୍ ମହାକୁମ୍ଭରୁ ଫେରୁଥିବା ବେଳେ ସକାଳ ୬ଟା ସମୟରେ ଠିଆ ହୋଇଥିବା ବସ୍ ସହିତ ଧକ୍କା ହୋଇଥିଲା । ବସରେ ୫୬ ଜଣ ଯାତ୍ରୀ ରହିଥିଲେ । ବସରେ ମଧ୍ୟପ୍ରଦେଶ ମନ୍ଦସୋରର ଯାତ୍ରୀ ରହିଥିଲେ । ବସ୍ ଧକ୍କା ହେବା ଫଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ସମସ୍ତେ ମହାକୁମ୍ଭରେ ସ୍ନାନ କରି ମନ୍ଦସୋରକୁ ଫେରୁଥିଲେ ।
📱 Get Argus News App
✨ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ମିଳିଛି । ଆହତମାନଙ୍କୁ ଚିକିତ୍ସା କରାଯାଉଛି । ସୂଚନାଯୋଗ୍ୟ, ରବିବାର ରାତିରେ ସ୍ନାନ କରିବା ପରେ ମହାକୁମ୍ଭରୁ ଡେରାଡୁନ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଫତେହଗଂଜ ପଶ୍ଚିମ ପାଖରେ ରାତି ୧୦.୩୦ରେ ଏହି ଦୁର୍ଘଟଣା ହୋଇଥିଲା । ଜାତୀୟ ରାଜପଥରେ ରାସ୍ତାକଡ଼ରେ ଠିଆ ହୋଇଥିବା ଆଖୁ ଭର୍ତ୍ତି ଥିବା ଟ୍ରଲିରେ ଧକ୍କା ହୋଇଥିଲା । ବସରେ ୪୦ ଜଣ ଯାତ୍ରୀ ଥିଲେ । ଆଖୁ ଭର୍ତ୍ତି ଥିବା ଗାଡିର ଟାୟାର ପଂଚର ହୋଇଥିବା ଯୋଗୁଁ ରାସ୍ତାକଡ଼ରେ ଠିଆ ହୋଇଥିଲା । ଦୁର୍ଘଟଣା ପରେ ଚିତ୍କାର ଶୁଣାଯାଇଥିଲା ।